Posted inଜାତୀୟ

ନୂଆ ଭାରତ ନିର୍ମାଣ ଲାଗି କର୍ତ୍ତବ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୫ା୧(ପି.ଟି.): ଦେଶ ପାଇଁ କର୍ତ୍ତବ୍ୟ କରି ଉଦାହରଣ ସୃଷ୍ଟି କରିବା ସହ ନୂଆ ଭାରତ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି। ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗନେବାକୁ ଥିବା ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଭୌଗୋଳିକ ଓ ସାମାଜିକ ବିଭିନ୍ନତା ଭାରତୀୟ ମହାନତାରେ ବିଶେଷତ୍ୱ। ତେଣୁ ଦେଶର କୌଣସି ବ୍ୟକ୍ତି ଓ ଅଞ୍ଚଳ ଯେପରି ପଛରେ ପଡ଼ି ନ ଯାଏ, ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ। ଏହା ହେଉଛି ସାଧାରଣତନ୍ତ୍ର ଦିବସ ପରେଡ୍‌ ପଛର ଉଦ୍ଦେଶ୍ୟ। ବିଭିନ୍ନ ଚିନ୍ତାଧାରା ଓ ମୂଲ୍ୟବୋଧକୁ ନେଇ ଭାରତ ଏକ ଜୀବନଶକ୍ତି ବୋଲି ମୋଦି କହିଥିଲେ।
ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଥିବା ପିଲାମାନଙ୍କ ସହ ମୋଦି ଭାବ ବିନିମୟ କରିଥିଲେ। ସେ ପିଲାମାନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ବୋଲି ମତ ରଖିଥିଲେ। ପିଲାମାନଙ୍କ ସାହସିକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ଶାରୀରିକ ଭାବେ ସକ୍ରିୟ ରହିବା ଲାଗି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ନବପ୍ରବର୍ତ୍ତନ, ସାମାଜିକ ସେବା, ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ସାହସିକତା କ୍ଷେତ୍ରରେ ଅବଦାନ ଓ ଉତ୍କର୍ଷତା ପାଇଁ ୪୯ ଜଣ ପିଲାମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନ ପୂର୍ବେ ପ୍ରଧାନମନ୍ତ୍ରୀ ବାଲ୍‌ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍‌ବୁକ ଦେଲା ପୁରସ୍କାର

ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍‌ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...

ସାମ୍ନାକୁ ଆସିଲା ହାଥରସ୍‌ ଘଟଣାସ୍ଥଳର ଭିଡିଓ

ଲକ୍ଷ୍ନୌ, ୮।୧୦- ଉତ୍ତରପ୍ରଦେଶ ହାଥରସ୍‌ ଗଣବଳାତ୍କାର ମାମଲାର ତଦନ୍ତ ଚାଲିଥିବାବେଳେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଘଟଣାର ପରବର୍ତ୍ତୀ ସ୍ଥିତି ରେକର୍ଡ କରାଯାଇଛି।...

ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୨ା୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଗୁରୁବାର ଓ ଶୁକ୍ରବାର ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିରେ ଦଳର କେତେକ...

ଲଦ୍ଦାଖ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆର୍‌ଟି-ପିସିଆର୍ ରିପୋର୍ଟ ବାଧ୍ୟତାମୂଳକ

ଲଦ୍ଦାଖ,୩ ।୭: କରୋନା ମହାମାରୀ ଏବେ ସବୁ କ୍ଷେତ୍ର ଉପରେ ପ୍ରଭାବ ପକାଇ ସାରିଲାଣି । ବିଶେଷ ଭାବେ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ ଶିଳ୍ପ କେବେ...

ବାମପନ୍ଥୀଙ୍କ ଆନ୍ଦୋଳନ ଆଜି

ନୂଆଦିଲ୍ଲୀ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରି ବାମପନ୍ଥୀ ଦଳଗୁଡ଼ିକ ଗୁରୁବାର ଦେଶବ୍ୟାପୀ ବିକ୍ଷୋଭ କରିବେ। ସିପିଆଇ,...

୭ ରାଜ୍ୟରେ ୫ ଦିନିଆ ଅସହ୍ୟ ତାତି, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୫।୪ : ଭାରତ ଚଳିତ ବର୍ଷ ଦେଶରେ ମାର୍ଚ୍ଚ ମାସରେ ପ୍ରବଳ ତାତି ଅନୁଭୁତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଦେଶର ୭ଟି ରାଜ୍ୟରେ...

୨୯ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୮।୧୧: ନଭେମ୍ବର ୨୯ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ)...

ମହାରାଷ୍ଟ୍ରରେ ବିଗ ବି, ଅକ୍ଷୟଙ୍କ ଫିଲ୍ମ ସୁଟିଂକୁ ଦିଆଯିବନି ଅନୁମତି

ମୁମ୍ବାଇ,୧୮।୨: ପେଟ୍ରୋଲର ଲିଟର ପିଛା ୧୦୦ଟଙ୍କା ଡେଇଁବା ପରେ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ପେଟ୍ରୋଲ ଦର ବୃଦ୍ଧି ଉପରେ କୌଣସି ମତ ରଖି ନ...

Advertisement
Archives

Model This Week