ନୂଆ ପରିଚୟ ପାଇଲେ ଶ୍ରାବଣୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି

କଣାସ,୨୪ା୯(ସ୍ବ.ପ୍ର.)- ସମାଜରେ କାହାର ଭାଗ୍ୟ ଯେ କେତେବେଳେ ବଦଳିଯିବ ତାହା କେହି ମଧ୍ୟ କହିପାରିବେ ନାହିଁ। ଅଭାବ, ଅନଟନରେ ପଡ଼ିଥିବା ଜଣେ ନିରାଶ୍ରୟ ଶିଶୁଙ୍କ ଭାଗ୍ୟ ଆଜି ଏକ ବିଦେଶୀ ଦମ୍ପତିଙ୍କ ପୌଷ୍ୟ ସନ୍ତାନ ଭାବେ ପରିଚୟ ବଦଳି ଯାଇଛି। ସେ ହେଉଛନ୍ତି ପୁରୀ ଜିଲା କଣାସ ବ୍ଲକ ଦୟାବିହାରଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁ ଗୃହରେ ପାଳିତ ହେଉଥିବା ଶ୍ରାବଣୀ। ଖବର ନେବାରେ ଜଣାପଡିଛି, ତିନି ବର୍ଷ ତଳେ ପୁରୀ ରେଳ ଷ୍ଟେଶନରେ ମାତା ରୋଗାକ୍ରାନ୍ତ ଅବସ୍ଥାରେ ପଡିଥିବାବେଳେ ଶ୍ରାବଣୀ କାନ୍ଦୁଥିବାର ଦେଖାଯାଇଥିଲା। ଏ ଖବର ପୁରୀ ଜିଲା ଶିଶୁ କଲ୍ୟାଣ କମିଟିକୁ ଦେବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚତ୍ ଶ୍ରାବଣୀକୁ ଉଦ୍ଧାର କରିଥିଲେ। ଏହାପରେ ଶିଶୁ କଲ୍ୟାଣ କମିଟି କାର୍ଯ୍ୟାଳୟରେ ତା’ର ସମସ୍ତ କାଗଜ ପତ୍ର କରିବା ପରେ ୮ଜୁନ ୨୦୧୭ରେ ଲାଳନ ପାଳନ କରିବା ପାଇଁ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁ ଗୃହକୁ ପଠାଇ ଦେଇଥିଲେ। ତେବେ ଶ୍ରାବଣୀ ମାନସିକ ଅନଗ୍ରସର ଥିବାରୁ ଶିଶୁଗୃହ ପକ୍ଷରୁ ତା’ର ଚିକିତ୍ସା କରାଯାଇଥିଲା। ଅପରପକ୍ଷେ ୟୁରୋପ ମହାଦେଶର ମାଲଟା ନିବାସୀ ଇମାନୁଏଲ ଫଇଜୋନ୍‌ ଏବଂ ରୋଜାନା ଫାଇଜୋନ୍‌ଙ୍କର ଚାରି ପୁତ୍ର ଥିବାବେଳେ ଝିଅ ନ ଥିବାରୁ ଝିଅଟିଏ ନେବା ପାଇଁ ଅନ୍‌ଲାଇନରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଆବେଦନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଇମାନୁଏଲଙ୍କର ସମସ୍ତ କାଗଜ ପତ୍ର ତନଖି କରାଯିବା ପରେ ଶ୍ରାବଣୀକୁ ନେବା ପାଇଁ ସ୍ବୀକୃତି ଦିଆଯାଇଥିଲା। ଗତ ସୋମବାର ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ତ୍ରିପାଠୀ ନୀଳାଚଳ ପ୍ରତିଷ୍ଠାନ ଶିଶୁଗୃହ ଅଧ୍ୟକ୍ଷ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟ୍ଟନାୟକ ଉପସ୍ଥିତରେ ଶ୍ରାବଣୀକୁ ତା’ର ପୋଷ୍ୟ ମାତାପିତାଙ୍କୁ ହସ୍ତାନ୍ତର କରିଥିଲେ। ଶ୍ରାବଣୀକୁ ପାଇ ପୋଷ୍ୟ ମାତାପିତା ଆନନ୍ଦିତ ହୋଇପଡିଥିଲେ। ଶ୍ରାବଣୀର ସମସ୍ତ ଚିକିତ୍ସା କରୁଥିବା ନର୍ସ ସୁକାନ୍ତି ସେଠୀ ଓ ତିନି ବର୍ଷ ଧରି ଗୃହମାତା ଭାବେ ପାଳୁଥିବା ସନ୍ଧ୍ୟାରାଣୀ ପଟ୍ଟନାୟକ, ପ୍ରମୋଦିନୀ ସାହୁ, ସନ୍ଧ୍ୟାରାଣୀ ସ୍ବାଇଁ ଏହାଜାଣି ଖୁସି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri