ନୂଆ ଟ୍ରେଣ୍ଡ୍‌ରେ ଟେରାକୋଟା ଜୁଏଲେରି

ନାରୀ ମାନଙ୍କ ମଧ୍ୟରେ ଜୁଏଲେରିର ଚାହିଦା ସବୁବେଳେ ସବୁ ସମୟରେ ରହିଆସିଛି। ତେଣିକି ସେ ସୁନା, ରୁପା, ହୀରା, ମୋତି, ମାଣିକ୍ୟରେ ତିଆରି ଜୁଏଲେରି ହେଉ ଅବା କୌଣସି ଆର୍ଟିଫିସିଆଲ୍‌ ଜୁଏଲେରି। ତେବେ ବର୍ତ୍ତମାନ ସମୟରେ ଟେରାକୋଟା ଜୁଏଲେରି ଏକ ନୂଆ ଟ୍ରେଣ୍ଡ୍‌ ଭାବେ ଉଭା ହୋଇଛି। ଏକ୍ସପର୍ଟଙ୍କ ମତରେ ଏହା ଏକପ୍ରକାର ମାଟିରେ ତିଆରି ହ୍ୟାଣ୍ଡମେଡ୍‌ ଜୁଏଲେରି। ଦିନ ଥିଲା, ଏହି ଜୁଏଲେରିରେ କେବଳ ଦେବଦେବୀ ତଥା ରାଜା ମହାରାଜାମାନଙ୍କର ପ୍ରତିଛବି ହିଁ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ନାନାଦି ରଙ୍ଗର ପଶୁପକ୍ଷୀ, ଫୁଲ, କାର୍ଟୁନ ତଥା ବିଭିନ୍ନ ଜ୍ୟାମିତିକ ଡିଜାଇନ୍‌ର ମଡର୍ନ ଟେରାକୋଟା ଜୁଏଲେରି ମାର୍କେଟ୍‌ରେ ଉପଲବ୍ଧ ହେଲାଣି। ଫଳରେ ଯୁବତୀମାନଙ୍କ ଗହଣରେ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।

 

କେମିତି ତିଆରି ହୁଏ ଏହି ଜୁଏଲେରି
ଏକ୍ସପର୍ଟଙ୍କ ମତରେ, ଟେରାକୋଟା ଜୁଏଲେରିରେ ଏକପ୍ରକାର ଚିକଣିଆ ମାଟି ବ୍ୟବହାର କରାଯାଇଥାଏ। ଏହି ମାଟିକୁ ଅଟା ଚକଟିଲା ଭଳି ପ୍ରଥମେ ଭଲ ଭାବେ ଚକଟାଯାଇ ତା’ପରେ ଏହାକୁ ବିଭିନ୍ନ ପ୍ରକାର ଜୁଏଲେରି ଶେପ୍‌ରେ ତିଆରି କରାଯାଇଥାଏ। ଏହାପରେ ଏହାକୁ ଖରାରେ ଶୁଖାଯାଏ। ଭଲଭାବେ ଶୁଖିଗଲା ପରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ ପ୍ରକାର ମେଟାଲ୍‌, ସିଲ୍କ କପଡ଼ା ଆଉ ରଙ୍ଗର ବ୍ୟବହାର କରି ବେଶ୍‌ ଆକର୍ଷଣୀୟ ଭାବେ ଏହି ଜୁଏଲେରି ତିଆରି କରାଯାଇଥାଏ। ତେଣୁ ଏହାକୁ ତିଆରି କରିବା ପାଇଁ ସମୟ ଟିକେ ଅଧିକ ଲାଗିଥାଏ।

ଏହାର କ’ଣ ସବୁ ଡିଜାଇନ୍ସ ରହିଛି
ସାଧାରଣତଃ ଟେରାକୋଟାର ଇୟର ରିଂ, ଝୁମୁକା, ପେଣ୍ଡେଣ୍ଟ, ମୁଦି, ବ୍ରେସ୍‌ଲେଟ୍‌, ଚୁଡି ତଥା ନେକ୍‌ଲେସ୍‌ ଇତ୍ୟାଦି ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗେ, ପିନ୍ଧିଲେ ସେମିତି ମଡର୍ନ ଲୁକ୍‌ ମିଳିଥାଏ। ଖାସ୍‌ କରି ଏହି ଜୁଏଲେରି ସବୁକୁ ଅନାରକଲି କୁର୍ତ୍ତା, ଶାଢ଼ି କିମ୍ବା ଲେହେଙ୍ଗା ସହିତ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗେ। ସେହିପରି ଯଦି କେହି ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଏହି ଜୁଏଲେରିକୁ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ ଏଥିପାଇଁ ସିମ୍ପଲ୍‌ ଡିଜାଇନ୍‌ବାଲା ଟେରାକୋଟା ଜୁଏଲେରି ଚୟନ କରିବା ଠିକ୍‌ ହେବ। ସେହିପରି ଏହି ଜୁଏଲେରିକୁ ଯେକୌଣସି ସ୍କିନ୍‌ ଟାଇପ୍‌ର ଯୁବତୀ ବା ନାରୀ ଆରାମରେ ପିନ୍ଧିପାରିବେ। କାରଣ ଏହି ଜୁଏଲେରିକୁ ପିନ୍ଧିଲେ ସ୍କିନ୍‌ରେ ଆଲର୍ଜି ହେବାର ସମ୍ଭାବନା ସେତେ ବେଶୀ ନ ଥାଏ।

କେମିତି ନେବେ ଏହି ଜୁଏଲେରିର ଯତ୍ନ
ଏହି ଜୁଏଲେରିକୁ ଖୁବ୍‌ ସାବଧାନତାର ସହ ଯତ୍ନ ନେବାକୁ ହୋଇଥାଏ। କାରଣ ଅଜାଣତରେ ଏହା କେଉଁଠି ମାଡ଼ ହୋଇଗଲେ କିମ୍ବା ପଡ଼ିଗଲେ ଜୁଏଲେରି ଭାଙ୍ଗିଯିବାର ସମ୍ଭାବନା ଥାଏ। ସେହିପରି ପାଣି ସଂସ୍ପର୍ଶରେ ଏହି ଜୁଏଲେରିକୁ ଯେତେ କମ୍‌ ଆଣିବେ, ଏହା ସେତେ ଅଧିକ ଦିନ ଲାଷ୍ଟିଂ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri