Posted inଖେଳ

ନୂଆ ଟେନିସ୍‌ ସେନ୍‌ସେଶନ

ମାତ୍ର ୨୧ ବର୍ଷରେ ଆମେରିକାର ସୋଫିଆ କେନିନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୯ରେ ଡବ୍ଲ୍ୟୁଟିଏ ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳିର ମାନ୍ୟତା ପାଇଥିବା ଏହି ମସ୍କୋ ଜନ୍ମିତ ଖେଳାଳି ମାରିଆ ସାରାପୋଭାଙ୍କ ପରେ ସର୍ବକନିଷ୍ଠ ଖେଳାଳି ଭାବେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ହାସଲ
କରିଛନ୍ତି…

ବିଶ୍ୱ ଟେନିସ୍‌ର ଆଉ ଜଣେ ଖେଳାଳିଙ୍କ ଅଭ୍ୟୁଦୟ ହୋଇଛି। ସେ ହେଉଛନ୍ତି ଆମେରିକାର ସ୍ବଳ୍ପବୟସ୍କା ମହିଳା ଖେଳାଳି ସୋଫିଆ କେନିନ୍‌। ସଦ୍ୟସମାପ୍ତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ଟାଇଟଲ ଜିତି ସେ ନିଜ ନାମକୁ ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି। ରୁଷିଆ ରାଜଧାନୀ ମସ୍କୋରେ ଜନି୍ମତ ଏହି ମହିଳାଙ୍କ ମାତାପିତା ଆମେରିକା ଆସିଥିଲେ। ଗତ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ କେନିନ୍‌ ଦୁଇଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସ୍ପେନ୍‌ର ଗାର୍ବାଇନ୍‌ ମୁଗୁରୁଜାଙ୍କୁ ୪-୬, ୬-୨, ୬-୨ ସେଟ୍‌ରେ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ବିଜୟୀ ହେବା ପାଇଁ ତାଙ୍କୁ ୨ ଘଣ୍ଟା ୩ ମିନିଟ୍‌ ସମୟ ଆବଶ୍ୟକ ହୋଇଥିଲା। ସେରେନା ଓ୍ବିଲିୟମ୍ସଙ୍କ ପରେ ୨୧ ବର୍ଷୀୟା କେନିନ୍‌ ସର୍ବକନିଷ୍ଠ ଆମେରିକୀୟ ଖେଳାଳି ଭାବେ ମହିଳା ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। କେନିନ୍‌ଙ୍କ ପୂର୍ବରୁ ସେରେନା ୨୦୦୨ରେ ମାତ୍ର ୧୭ ବର୍ଷରେ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ। ଏବେ ସେ ୨.୮୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ହାସଲ କରିଛନ୍ତି। ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ସପ୍ତମ ସ୍ଥାନକୁ ଉଠିଛନ୍ତି। ଏଥିସହିତ ସେ ସେରେନାଙ୍କୁ ପଛରେ ପକାଇ ଆମେରିକାର ନୂଆ ନଂ.୧ ମହିଳା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଫାଇନାଲରେ ପହଞ୍ଚିବା ପୂର୍ବରୁ କେନିନ୍‌ ସେମିଫାଇନାଲରେ ବିଶ୍ୱର ୧ନଂ. ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ବାର୍ଟିଙ୍କୁ ୭-୫, ୭-୬ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ସେ କ୍ୱାର୍ଟର ଫାଇନାଲରେ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କୁ ୬-୪, ୬-୪ ସେଟ୍‌ରେ, ଚତୁର୍ଥ ରାଉଣ୍ଡରେ ନିଜ ଦେଶର କୋରି ଗୌଫଙ୍କୁ ୬-୭, ୬-୩, ୬-୦ ସେଟ୍‌ରେ, ତୃତୀୟ ରାଉଣ୍ଡରେ ସୁଆଇ ଝାଙ୍ଗ୍‌ଙ୍କୁ ୭-୫, ୭-୬ ସେଟ୍‌ରେ, ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଆନ୍‌ ଅଲିଙ୍କୁ ୬-୧, ୬-୩ ସେଟ୍‌ରେ ଓ ପ୍ରଥମ ରାଉଣ୍ଡରେ ୬-୨, ୬-୪ ସେଟ୍‌ରେ ଇଟାଲୀର ମାଟ୍ରିନା ଟ୍ରେଭିଜାନଙ୍କୁ ହରାଇଥିଲେ।
ପରେ କେନିନ୍‌ ୧୧ତମ ଭିନ୍ନ ମହିଳା ଟେନିସ୍‌ ଖେଳାଳି ଭାବେ ମେଜର ଟୁର୍ନାମେଣ୍ଟ ହାସଲ କରିଛନ୍ତି। ଟୁର୍ନାମେଣ୍ଟରେ ୧୪ତମ ସିଡ୍‌ ମାନ୍ୟତା ପାଇଥିବା କେନିନ୍‌ ଶେଷରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ମାତ୍ର ୫ ବର୍ଷ ବୟସରେ ସେ ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ। ମସ୍କୋରେ ଜନ୍ମହେବାର କେତେମାସ ପରେ ସେ ମାତାପିତାଙ୍କ ସହ ଆମେରିକା ଚାଲିଆସିଥିଲେ। ମନୋରଞ୍ଜନ ପାଇଁ ଟେନିସ୍‌ ଖେଳୁଥିବା ପିତାଙ୍କଠାରୁ ସେ ପ୍ରେରଣା ପାଇଥିଲେ। ୭ ବର୍ଷରେ ସେ ୟୁନାଇଟେଡ୍‌ ଷ୍ଟେଟ୍ସ ଟେନିସ୍‌ ଆସୋସିଏଶନ (ୟୁଏସ୍‌ଟିଏ) ବାଳିକା ୧୦ ବର୍ଷରୁ କମ୍‌ ଟେନିସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ୨୦୧୩ରେ ସେ ପେସାଦାର ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ। ୧୪ ବର୍ଷରେ ସେ ତାଙ୍କର ପ୍ରଥମ ଦୁଇଟି ପେସାଦାର ଟେନିସ୍‌ ମ୍ୟାଚ୍‌ ଜିତିଥିଲେ। ୨୦୧୫ ୟୁଏସ୍‌ ଓପନ୍‌ର ମୁଖ୍ୟ ଡ୍ରରେ ଖେଳିବାର ସୁଯୋଗ ପାଇଥିଲେ ଓ ଏହା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଥିଲା। ୨୦୧୯ରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ତାଙ୍କ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଥିଲେ। ଏହାପରେ ଫ୍ରେଞ୍ଚ୍‌ ଓପନ୍‌ର ସେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ମାଲୋରକା ଓ ଗୁଆନ୍‌ଝୁରେ ସେ ଟାଇଟଲ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦୧୯ରେ କେନିନ୍‌ ଡବ୍ଲ୍ୟୁଟିଏ ମୋଷ୍ଟ ଇମ୍ପ୍ରୁଭ୍‌ଡ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ୧୯୯୯ରେ ସେରେନା ଏହି ପୁରସ୍କାର ଜିତିଥିଲେ। ୨୦ ବର୍ଷ ପରେ ଆମେରିକା ପାଇଁ ପୁଣିଥରେ ଏହି ପୁରସ୍କାର ପାଇଥିଲେ। ମାରିଆ ସାରାପୋଭାଙ୍କ ପରେ କେନିନ୍‌ ୨୧ ବର୍ଷ ବୟସରେ ସର୍ବକନିଷ୍ଠ ମହିଳା ଖେଳାଳିଭାବେ ଅଷ୍ଟ୍ରେଲିଆନ ଓପନ୍‌ ଜିତିଛନ୍ତି। ପୂର୍ବରୁ ୨୦୦୮ରେ ସାରାପୋଭା ମାତ୍ର ୨୦ ବର୍ଷ ବୟସରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବାରେ ସର୍ବକନିଷ୍ଠ ଖେଳାଳି ସାବ୍ୟସ୍ତ ହୋଇଥିଲେ। କେନିନ୍‌ଙ୍କ ପ୍ରଦର୍ଶନ ଏବେ ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି। ଆଗାମୀ ଦିନରେ ସେ ବିଶ୍ୱ ଟେନିସ୍‌ରେ ଏକ ବଡ଼ ତାରକା ଭାବେ ଉଭା ହେବେ ବୋଲି ଆଶା କରାଯାଉଛି।

ନାମ: ସୋଫିଆ ଆନା ସୋନ୍ୟା କେନିନ୍‌
ଦେଶ: ଆମେରିକା
ବୟସ: ୨୧ ବର୍ଷ
ଜନ୍ମ: ନଭେମ୍ବର ୧୪, ୧୯୯୮
ମସ୍କୋ, ରୁଷିଆ
ଉଚ୍ଚତା: ୫ ଫୁଟ ୭ ଇଞ୍ଚ
ପେସାଦାର ଟେନିସ୍‌: ୨୦୧୭ରୁ
କୋଚ୍‌: ଆଲେକ୍ସ କେନିନ୍‌ (ପିତା)
ଟାଇଟଲ: ୪ ଡବ୍ଲ୍ୟୁଟିଏ, ୪ ଆଇଟିଏଫ୍‌
ର଼୍ୟାଙ୍କିଙ୍ଗ୍‌: ୭
ଉଚ୍ଚତମ ର଼୍ୟାଙ୍କିଙ୍ଗ୍‌: ୭


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri