ନୂଆବର୍ଷ ଆକର୍ଷଣ

ପୁରୁଣାବର୍ଷକୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ଦେଖାଗଲାଣି ଉତ୍ସାହର ମାହୋଲ। କେବଳ ଅପେକ୍ଷା ଆଉ ଦିନ କେଇଟାକୁ। ଏହାପରେ ଆରମ୍ଭ ହୋଇଯିବ ଜିରୋ ଆଓ୍ବାର ଓ ତା’ପରେ ବହୁ ପ୍ରତୀକ୍ଷିତ ନବବର୍ଷ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜିରୋ ଆଓ୍ବାରକୁ ସେଲିବ୍ରେସନ କରିବାକୁ ଭୁବନେଶ୍ୱରରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାଗୁଡିକ ଠାରୁ ଆରମ୍ଭକରି ଛୋଟବଡ଼ ହୋଟେଲ, କ୍ୟାଫେ ଓ କ୍ଲବ୍‌ ପର୍ଯ୍ୟନ୍ତ, ସମସ୍ତେ ନୂଆବର୍ଷ ପାର୍ଟି ଆୟୋଜନ ପାଇଁ ଲାଗିପଡିଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କିଏ କପୁଲ୍‌ ଏଣ୍ଟ୍ରିରେ ରିହାତି ଦେଉଛି ତ କିଏ ଆଗୁଆ ବୁକିଂ ଓ ଅନ୍‌ଲାଇନ୍‌ ବୁକିଂ କଲେ ଅଫର୍‌ ଦେଉଛି।

ଗ୍ଲୋ ଇନ୍‌ ଦି ଡାର୍କ

୨୦୧୯କୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରିବାକୁ ସ୍ବସ୍ତି ପ୍ରିମିୟମ୍‌ର ପ୍ଲାଜା କ୍ଲବ୍‌ରେ ‘ସ୍କାଏ ଲିମିଟ ୨୦୨୦’ ଅନୁଷ୍ଠିତ ହେଉଥିବା ବେଳେ ହୋଟେଲର ଚାଣକ୍ୟ ହଲ୍‌ରେ ‘ସିମର୍‌ ୨୦୨୦’ ଆୟୋଜିତ ହେବ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ‘ସ୍କାଏ ଲିମିଟ’ ଓ ‘ସିମର’ର ଦମ୍‌ଦାର ଡିଜେ ଓ ଡ୍ୟାନ୍ସ ଶୋ’ ସହ ଅନ୍‌ଲିମିଟେଡ୍‌ ସ୍ନାକ୍‌ସ ଓ ପାନୀୟ ବ୍ୟବସ୍ଥା ଓ ବଫେଟ୍‌ ଡିନର୍‌ ଏଠାକାର ପ୍ରମୁଖ ଆକର୍ଷଣ ରହିବ। ସିଙ୍ଗଲ ଓ କପୁଲଙ୍କ ପାଇଁ ଅଲଗା ପ୍ରବେଶ ଶୁଳ୍କ ରହିଥିବା ବେଳେ ସ୍କାଏ ଲିମିଟ୍‌ର ଷ୍ଟାଗ୍‌ ଏଣ୍ଟ୍ରି ୩୫୦୦ଟଙ୍କା ଏବଂ କପୁଲ ଏଣ୍ଟ୍ରି ୫୦୦୦ ଟଙ୍କା ରହିଛି। ସେହିଭଳି ସିମର ପାଇଁ କପୁଲ ଟିକେଟ୍‌ ୭୬୯୯ ଟଙ୍କା ରହିଥିବା ବେଳେ ସ୍ବତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ମଧ୍ୟ କରାଯାଇଛି। ‘ଗ୍ଲୋ ଇନ୍‌ ଦି ଡାର୍କ’ ଥିମ୍‌ରେ ଆୟୋଜିତ ହେଉଥିବା ଏହି ପାର୍ଟିରେ ଡିଜେ ଓ୍ବାର୍‌ ଓ ସାଲ୍‌ସା ଡ୍ୟାନ୍ସ ଏଥର ବେଶ୍‌ ଜମିବ।

ଫୁଡ୍‌ ଫନ୍‌ ମ୍ୟୁଜିକ୍‌

ଚଳିତବର୍ଷ ପ୍ରଥମଥର ପାଇଁ ଜନତା ମଇଦାନରେ ଆୟୋଜିତ ହେବ ନୂଆବର୍ଷ ପାର୍ଟି ‘ଧୁମ୍‌ ୨୦୨୦’। ୩୧ ତାରିଖ ସନ୍ଧ୍ୟା ୭ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏହା ମଧ୍ୟରାତ୍ର୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହି ପାର୍ଟିରେ ଲୋକେ ନୂଆବର୍ଷ ପାଇଁ କାଉଣ୍ଟଡାଉନ୍‌ କରିପାରିବେ। ଡିଜେ ଓ ଡ୍ୟାନ୍ସ ଫ୍ଲୋର୍‌ ସହ ସୁସ୍ବାଦୁ ଖାଦ୍ୟ, ବଫେଟ୍‌ ଡିନର, ପାନୀୟ, ଆତସବାଜିର ଆୟୋଜନ ମଧ୍ୟ କରାଯିବ। ଖୋଲା ଆକାଶ ତଳେ ହେବାକୁ ଥିବା ଏହି ପାର୍ଟିର ଅନ୍ୟତମ ଆକର୍ଷଣ ପଞ୍ଜାବୀ ଭାଙ୍ଗଡା ଓ ଭୋଜପୁରୀ ଡ୍ୟାନ୍ସ। ମ୍ୟୁଜିକ୍‌ ସହ ଫୁଡ୍‌ ଓ ଫନ୍‌କୁ ଭଲପାଉଥିବା ଲୋକେ ଏଠାରେ ନୂଆବର୍ଷକୁ ସ୍ବାଗତ କରିପାରିବେ। ଏହାବ୍ୟତୀତ ବରମୁଣ୍ଡା ପଡ଼ିଆରେ ‘ଦି ପିଙ୍କ୍‌ ୨୦୨୦’ ନାମରେ ଆଉଏକ ପାର୍ଟି ଆୟୋଜିତ ହେବ। ବଫେଟ୍‌ ଡିନର ସହ ଡିଜେ ନାଇଟ୍‌ ଏଠାକାର ଆକର୍ଷଣ ରହିବ।

ମାର୍ସ ଲ୍ୟାଣ୍ଡିଂ ଓ ସ୍ପେସ୍‌ ଥିମ୍‌ ପାର୍ଟି

ଭୁବନେଶ୍ୱରର ପ୍ରମୁଖ ହୋଟେଲ ମଧ୍ୟରୁ ଅନ୍ୟତମ ମେ’ଫେୟାରରେ ଆୟୋଜିତ ହେବ ୨ଟି ନୂଆବର୍ଷ ପାର୍ଟି। ମେ’ ଫେୟାରର ‘ଦି ସେଲାର’ ସହ ରେସ୍ତୋରଁ। ‘ଟି ପଟ୍‌’ରେ ଧୁମ୍‌ଧାମରେ ଜିରୋ ନାଇଟ୍‌ ସେଲିବ୍ରେସନ କରାଯିବ। ଏହାସହ ଲେମନ ଗ୍ରାସ ଓ ନକଲି ଢାବାରେ ମଧ୍ୟ ଲୋକେ ସୁସ୍ବାଦୁ ଖାଦ୍ୟ ପାଇବେ। ମନପସନ୍ଦର ମ୍ୟୁଜିକରୁ ନୂଆବର୍ଷର ମଜା ନେଇପାରିବେ। ସବୁବର୍ଗର ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏଠାରେ ଭିନ୍ନ ଭିନ୍ନ ଥିମ୍‌ରେ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ସମସ୍ତଙ୍କୁ ଝୁମାଇବ ସ୍ଲୋ ମ୍ୟୁଜିକ୍‌ ତ କେଉଁଠି ସେଲିବ୍ରିଟି ଡିଜେ ଓ ଲାଇଭ୍‌ ବ୍ୟାଣ୍ଡ୍‌। ‘ଦି ସେଲାର’ରେ ଏଥର ଏକ ଭିନ୍ନସ୍ବାଦର ମାର୍ସ ଲ୍ୟାଣ୍ଡିଂ ଓ ସ୍ପେସ୍‌ ଥିମ୍‌ ପାର୍ଟି ଆୟୋଜନ କରାଯାଉଛି। ଏଥିପାଇଁ ପ୍ରବେଶ ଶୁକ୍ଳ ୧୫୦୦ଟଙ୍କାରୁ ଆରମ୍ଭ ହୋଇ ୮୫୦୦ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଖାଦ୍ୟ ଓ ପାନୀୟର ବି ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଏହାସହ ସର୍‌ପ୍ରାଇଜ୍‌ ଗିଫ୍ଟ, ଆକର୍ଷଣୀୟ ବଫେଟ୍‌, ଡ୍ୟାନ୍ସ ଓ ସେଲିବ୍ରିଟି କଣ୍ଠଶିଳ୍ପୀ ମଧ୍ୟ ଏଥର ମେ’ଫେୟାରର ମୁଖ୍ୟ ଆକର୍ଷଣ ସାଜିବେ।

ପିଲାଙ୍କ ପାର୍ଟି

କେବଳ ଯୁବପିଢି କି ବୟସ୍କ ନୁହନ୍ତି, ଛୋଟ ଛୋଟ ପିଲାମାନେ ବି ନେଇପାରିବେ ନୂଆବର୍ଷ ପାର୍ଟିର ମଜା। ଏଥିପାଇଁ ସ୍ବତନ୍ତ୍ର କିଡ୍‌ସ ଫ୍ରେଣ୍ଡ୍‌ଲି ପାର୍ଟି ଆୟୋଜନ କରିବାକୁ ଯାଉଛି ନନ୍ଦନକାନନ ରୋଡ୍‌ରେ ଥିବା ହୋଟେଲ ଲାଲ୍‌କିଲା। ଏଠାରେ ଥିବା ସ୍ବତନ୍ତ୍ର କିଡ୍‌ସ ଜୋନ୍‌ରେ ପିଲାମାନଙ୍କୁ ଛାଡି ଅଚିନ୍ତାରେ ଆପଣ ନୂଆବର୍ଷ ସେଲିବ୍ରେଶନ କରିପାରିବେ। ପିଲାମାନଙ୍କ ପାଇଁ ରଖାଯିବ ସ୍ବତନ୍ତ୍ର ଗେମ୍‌ ଆକ୍ଟିଭିଟି ସହ ଅନ୍‌ଲିମିଟେଡ୍‌ ଫୁଡ୍‌, ମକ୍‌ଟେଲ୍‌ ଓ ମ୍ୟୁଜିକ୍‌ । ୧୨ବର୍ଷରୁ ବଡ଼ ପିଲାଙ୍କ ପାଇଁ ଏଣ୍ଟ୍ରି ଫି’ ୭୫୦ ଟଙ୍କା ଥିବାବେଳେ ୧୨ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ୫୫୦ ଟଙ୍କା ରଖାଯାଇଛି। ୩୧ ତାରିଖ ରାତି ୮ଟାରୁ ସେଲିବ୍ରେଶନ ଆରମ୍ଭହୋଇ ରାତି ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri