ନୂଆଗାଁ ବ୍ଲକରେ ଆବଶ୍ୟକଠାରୁ ୮୦ ପ୍ରତିଶତ କମ୍‌ ବର୍ଷା

ନୂଆଗାଁ, ୨୫।୭ (ଡି.ଏନ.ଏ.)-ଶ୍ରାବଣରେ ବର୍ଷା ନାହିଁ। ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌। ଚାଷୀଙ୍କୁ କେବଳ ଭଗବାନ ଭରଷା କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକରେ ଆବଶ୍ୟକତା ଠାରୁ ୮୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ଫଳରେ ପରିସ୍ଥିତି ଖରାପ ହୋଇଛି। ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ କରିଛି।

ଶତ୍ସ୍ୟଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ନୂଆଗାଁ ବ୍ଲକ ଜିଲାର ଅନ୍ୟ ବ୍ଲକଠାରୁ ପାଦେ ଆଗରେ। ପନିପରିବା ଚାଷ କରି ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବାରେ ବେଶ ସହାୟକ ହୋଇ ପାରିଥିବା ନୂଆଗାଁ ବ୍ଲକ ଚାଷୀ ଧାନ ଚାଷ କରି ସେଥିରୁ ବର୍ଷ ସାରା ଚାଉଳ ପାଇଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବର୍ଷାର ଅଭାବ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଯେଉଁ କେତେକ ଜମିରେ ଧାନ ବୁଣାଯାଇଛି ସେଥିରୁ ଗଜା ବାହାରିଛି ସତ ହେଲେ ବର୍ଷା ଅଭାବ ଯୋଗୁ ଗଜାଗୁଡିକ ଝାଉଁଳି ମରିବା ଆରମ୍ଭ ହେଲାଣି। ଆଉ ଏକ ସପ୍ତାହ ବର୍ଷା ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ନୂଆଗାଁ ବ୍ଲକ ସହକାରୀ କୃଷି ଅଧିକାରୀ ପୃଥିରାଜ ମଣ୍ଡଳ ପ୍ରକାଶ କରିଛନ୍ତି।
ନୂଆଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ଖରିଫ ଫସଲ ପାଇଁ ୨୧,୨୬୨ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ୧୬,୮୨୮ ହେକ୍ଟର ଜମିରେ ଧାନବୁଣା, ୧୧୦ ହେକ୍ଟର ଜମିରେ ଧାନ ରୁଆ ଯାଇଛି। ଯେଉଁ ୧୧୦ ହେକ୍ଟର ଜମିରେ ଧାନ ରୁଆ ଯାଉଛି ସେହି ଜମିରେ ଜଳସେଚନ କରି ରୁଆ କରାଯାଇଥିବା କୁହାଯାଉଛି। ସେହିଭଳି ଅଣଧାନ ଫସଲ ୬୨୧୮ ହେକ୍ଟର ଜମିରେ ବୁଣାଯିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏପର୍ଯ୍ୟନ୍ତ ମାତ୍ର ୨୬୮୪ ହେକ୍ଟର ଜମିରେ କରାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏଭଳି ପରିସ୍ଥିତି ପାଇଁ ସ୍ବଳ୍ପ ବୃଷ୍ଟିପାତ ହିଁ ମୁଖ୍ୟ କାରଣ। ମିଳିଥିବା ସୂଚନା ମୁତାବକ ଜୁନ ଓ ଜୁଲାଇ ଶେଷ ସୁଦ୍ଧା ୬୨୩.୮ ମିମି ବର୍ଷା ହେବା କଥା। ଏପର୍ଯ୍ୟନ୍ତ ମାତ୍ର ୧୦୦.୩ ମିମି ବର୍ଷା ହୋଇଛି। ଯାହା ଆବଶ୍ୟକଠାରୁ ୮୦ ପ୍ରତିଶତ କମ୍‌ ବୋଲି କୁହାଯାଉଛି। ଏଥିରୁ ଅନୁମାନ କରାଯାଇପାରେ ନୂଆଗାଁ ବ୍ଲକରେ ଚାଷ କାର୍ଯ୍ୟକୁ ନେଇ ପରିସ୍ଥିତି କିଭଳି ଉଦ୍‌ବେଗଜନକ ରହିଛି। ହଜାର ହଜାର ଚାଷୀ ବ୍ୟାଙ୍କ, ଲ୍ୟାମ୍ପ୍ସରୁ ଋଣ ନେଇ ଚାଷ କାର୍ଯ୍ୟ କରିଛନ୍ତି। ଏପରିକି ଯେଉଁମାନଙ୍କୁ ବ୍ୟାଙ୍କ କିମ୍ବା ଲ୍ୟାମ୍ପ୍ସ ଋଣ ଦେଇ ନାହିଁ ସେମାନେ ନିଜ ଗୃହପାଳିତ ଛେଳି, ଘୁଷୁରୀ, କୁକୁଡା ଆଦି ବିକ୍ରି କରି ସାର, ଔଷଧ, ବିହନ ଆଦି କ୍ରୟ କରିଥିବା ଜଣାପଡିଛି। କ୍ଷୁଦ୍ର ଚାଷୀମାନେ ମଧ୍ୟ ହଜାର ହଜାର ଟଙ୍କା ଋଣ କରି ଚାଷ କାର୍ଯ୍ୟରେ ବିନିଯୋଗ କରିଛନ୍ତି। ହେଲେ ସ୍ବଳ୍ପ ବୃଷ୍ଟିପାତ ସେମାନଙ୍କ ଆଖିରୁ ନିଦ ହଜାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri