ନୂଆଗାଁରେ ନିଆରା ବିବାହ: ମାସ୍କ ପିନ୍ଧି ବିବାହ କଲେ ବରକନ୍ୟା

ନୟାଗଡ଼ ଅଫିସ,୨୭ା୪: ବାହାଘର ହେଲା। ହେଲେ ନ ଥିଲା ବାଜା ବାଣ, ରୋଷଣୀ କିମ୍ବା ଭୋଜି ଭାତର ଆସର। ପୁରୋହିତଙ୍କ ମନ୍ତ୍ରଗାନ ମଧ୍ୟ ଶୁଭୁ ନ ଥିଲା। ବରଯାତ୍ରୀ ବି ନ ଥିଲେ। କରୋନା ଯୋଗୁ ନିଆରା ବାହାଘର ହୋଇଛି ନୟାଗଡ଼ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ। ସୋମବାର ନୂଆଗାଁ ବ୍ଲକ ମହିପୁର ପାଟୁଳିସାହିର ଟୁଟୁ ସାହୁ ରାୟପୁର ଗାଁର ଦୀପାଞ୍ଜଳିଙ୍କ ହାତ ଧରିଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରି ମାସ୍କ ପିନ୍ଧି ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉପଜିଲାପାଳ ଲଗ୍ନଜିତ ରାଉତ କନ୍ୟାଦାନ କରିଥିଲେ। ବିବାହ ପରେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ବର ନୂଆଗାଁ ହାଇସ୍କୁଲର କମ୍ୟୁଟର ଶିକ୍ଷକ ୨ମାସର ଦରମା ୧୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଅତିରିକ୍ତ ଜିଲାପାଳବିଧାନ ଚନ୍ଦ୍ର ରାୟ ପୁଅ ପକ୍ଷରୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକର ସଂକ୍ରମିତ ଅଞ୍ଚଳରେ ଚାଲିଛି ପରୀକ୍ଷଣ

କଟକ ଅଫିସ,୬ା୪: କଟକ ସହରର ପଟାପୋଲ ଅଞ୍ଚଳରୁ ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍‌ସି)ପକ୍ଷରୁ ସିଲ୍‌...

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୧୦।୧୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଶହୀଦନଗର ଇଟ୍ଟାପାଳ ଗଁାର ସମୀର ସେନାପତି(୨୪)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ୪ ଦିନ...

ମେଗା ଲିଫ୍ଟ କେନାଲ ଡିଏମ୍‌ ୧୧ରୁ ଜଳସେଚନ ଦାବି

କୋକସରା,୫।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମୁଖିଗୁଡ଼ା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଗତବର୍ଷଠାରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ ଅଞ୍ଚଳର ଜମିକୁ ଜଳସେଚନ ଆରମ୍ଭ ହୋଇଥିବା...

ପାହାଡ଼ ଉପରେ ଷ୍ଟ୍ରବେରୀ ଚାଷ

ପାରଳାଖେମୁଣ୍ଡି, ୧୫।୩ (ଡି.ଏନ୍‌.ଏ): ଚାଷକାର୍ଯ୍ୟକୁ ଆପଣେଇ ସ୍ବାବଲମ୍ବୀ ହୋଇପାରିଛନ୍ତି ଗଜପତି ଜିଲା ମୋହନ ବ୍ଲକ ବେଲପଡ଼ା ଗ୍ରାମର ଏକ ଚାଷୀ ଦମ୍ପତି। ଷ୍ଟ୍ରବେରୀ ଚାଷ କରି...

ଗଞ୍ଜାମରେ ଲାଗିରହିଛି ବର୍ଷା, ଧାନଚାଷ ପ୍ରଭାବିତ

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦୁଇଦିନ ହେଲା ଝଡ଼ିବର୍ଷା ଲାଗିରହିଛି। ଏହି ଲଗାଣ ବର୍ଷା ଯୋଗୁ ହାତ ବାନ୍ଧି ବସିଛନ୍ତି ବିଭିନ୍ନ ବ୍ୟବସାୟୀ। ଲୋକେ ପଦାକୁ...

ସାପକାମୁଡ଼ାରେ ମା’-ଝିଅଙ୍କ ଜୀବନ ଗଲା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ବାଂଶପାଳ ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ରୁଗୁଡି ସାହିରେ ସାପକାମୁଡ଼ାରେ ମା’ ଓ...

ଜୀବନ ପଛ କିଣାବିକା ଆଗ: ରାୟଗଡ଼ାରେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ, ଡ୍ରେସ୍‌ ଦୋକାନରେ ଜମୁଛି ଭିଡ

ରାୟଗଡା ଅଫିସ, ୧୮।୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାକୁ ବଢ଼ାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ସ୍ବତନ୍ତ୍ରତା ବଜାୟ ରଖିଛି ମେଘନାଦ ମଣ୍ଡପ

ବଅଁରପାଳ,୧୪ା୫ ଭଲ କର୍ମ କଲେ ପୁଣ୍ୟ ମିଳେ। ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ ମଣିଷ। ଖରାପ କର୍ମକୁ ପାପ ବୋଲି ବିବେଚନା କରାଯାଏ। ହେଲେ...

Advertisement
Archives

Model This Week