Posted inଖେଳ

ନୁର- ସୁଲତାନରେ ଇଣ୍ଡୋ- ପାକ୍‌ ଡେଭିସ କପ୍‌ ଟାଇ

ନୂଆଦିଲ୍ଲୀ,୧୯।୧୧ (ପି.ଟି.)- ପାକିସ୍ତାନର ରିଭ୍ୟୁ ଅପିଲକୁ ପ୍ରତ୍ୟାଖାନ କରିଛି ଅନ୍ତର୍ଜାତୀୟ ଟେନିସ ଫେଡେରେଶ (ଆଇଟିଏଫ୍‌)। ଅନ୍ୟପଟେ ଆଇଟିଏଫ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଅୟୋଜନ ହେବାକୁ ଥିବା ଡେଭିସ୍‌ କପ୍‌ ଟାଇ ପାଇଁ ଏକ ନିରପେକ୍ଷ ଭେନ୍ୟୁର ନାମ ଘୋଷଣା କରିଛି। ଏହି ବିବାଦୀୟ ତଥା ବହୁ ଚର୍ଚ୍ଚିତ ମ୍ୟାଚ୍‌ କାଜାଖସ୍ତାନର ରାଜଧାନୀ ନୁର- ସୁଲତାନରେ ଆୟୋଜନ ହେବ ବୋଲି ଆଇଟିଏଫ୍‌ ମଙ୍ଗଳବାର ସ୍ପଷ୍ଟ କରିଛି।

ଏହା ପୂର୍ବରୁ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଗତ ୪ ତାରିଖରେ ଡେଭିସ୍‌ କପ୍‌ ମ୍ୟାଚ୍‌କୁ ନିରପେକ୍ଷ ଭେନ୍ୟୁ ସ୍ଥାନାନ୍ତର କରିବା ନେଇ ଆଇଟିଏଫ୍‌ର ନିଷ୍ପତ୍ତି ବିରୋଧରେ ରିଭ୍ୟୁ ଅପିଲ୍‌ କରିଥିଲା। ଏହି ମ୍ୟାଚ୍‌ ଆସନ୍ତା ୨୯ରୁ ୩୦ ତାରିଖ ମଧ୍ୟରେ ଆୟୋଜନ ହେବ। ଯଦି ଭାରତୀୟ ତୀର୍ଥଯାତ୍ରୀ ବିନା ସୁରକ୍ଷା ଭୟରେ ପାକିସ୍ତାନ ଯାତ୍ରା କରିଛନ୍ତି, ତାହାଲେ ଭାରତୀୟ ଦଳ କାହିଁକି ଇସ୍‌ଲାମାବାଦ୍‌ରେ ମ୍ୟାଚ୍‌ ଖେଳିବ ନାହିଁ ବୋଲି ପିଟିଏଫ୍‌ ଯୁକ୍ତି ବାଢ଼ିଥିଲା। ତେବେ ଆଇଟିଏଫ୍‌ ଟ୍ରବୁନାଲ ଏହାକୁ ଶେଷରେ ପ୍ରତ୍ୟାଖାନ କରିଛି। ପୁଣି ପାକିସ୍ତାନ କୌଣସି ନୁରପେକ୍ଷ ଭେନ୍ୟୁ ନେଇ ପ୍ରସ୍ତାବ ଦେଇନାହିଁ। ଫଳରେ ନୁର- ସୁଲତାନକୁ ଭେନ୍ୟୁ ରୂପେ ଚୟନ କରାଗଲା ବୋଲି ଆଇଟିଏଫ୍‌ କହିଛି। ଅତ୍ୟଧିକ ଥଣ୍ଡା କାରଣରୁ ମ୍ୟାଚ୍‌ଗୁଡିକ ଇନ୍‌ଡୋର କୋର୍ଟରେ ଖେଳାଯିବ। ଇନ୍‌ଡୋର ପରିବେଶ ଆମ ଖେଳାଳିଙ୍କୁ ସୁହାଇବ। ଏହା ଦ୍ୱାରା କେବଳ ଗ୍ରାସ୍‌ କୋର୍ଟ ନୁହଁ ହାର୍ଡ କୋର୍ଟରେ ମଧ୍ୟ ଆମ ଖେଳାଳିମାନେ ଭଲ ଖେଳିପାରିବେ ବୋଲି ଭାରତୀୟ କୋଚ୍‌ ଜଶାନ ଅଲି କହିଛନ୍ତି। ଇନ୍‌ଡୋରରେ ଖେଳିଲେ ମଧ୍ୟ ଥଣ୍ଡା ପରିବେଶ ଦ୍ୱାରା ଆମ ଖେଳାଳିଙ୍କ ଶରୀର ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ଏହା ଦ୍ୱାରା କ୍ୱାଲିଟି ଟେନିସ ଦେଖିବାକୁ ମିଳିବ। କାରଣ ଇନ୍‌ଡୋରରେ ଖେଳିଲେ ସୂର୍ଯ୍ୟ କିରଣ ଓ ପବନ ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଏହି ମ୍ୟାଚ୍‌ ଇସ୍‌ଲାମାବାଦ୍‌ରେ ପ୍ରଥମେ ସେପ୍ଟେମ୍ବରରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ପାକିସ୍ତାନରେ ସୁରକ୍ଷା ନେଇ ଆପତ୍ତି ଉଠାଇବାରୁ ଏହାକୁ ନଭେମ୍ବର ୨୯-୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏଡି ଡେଭିସ୍‌ କପ୍‌ ଟାଇ ପାଇଁ ଭାରତ ଏକ ପୂର୍ଣ୍ଣ କ୍ଷମତାସମ୍ପନ୍ନ ଦଳ ଘୋଷଣା କରିଛି। ଇସ୍‌ଲାମାବାଦରେ ଖେଳିବାକୁ ଭାରତୀୟ ଖେଳାଳିମାନେ ଅନିଚ୍ଛା ପ୍ରକାଶ କରିଥିଲେ ଓ ନିରପେକ୍ଷ ଭେନ୍ୟୁରେ ଖେଳିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଦୁଇଜଣ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଓ ରାମକୁମାର ରାମନାଥନ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସେହିପରି ଅଭିଜ୍ଞ ଲିଆଣ୍ଡର ପେସ ଓ ଜୀବନ ନେଦୁଞ୍ଚେଝିଆନ୍‌ ଡବଲ୍ସ ପାର୍ଟନର ହିସାବରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା କାରଣରୁ ଶ୍ରେଷ୍ଠ ଡବଲ୍ସ ଖେଳାଳି ରୋହନ ବୋପାନ୍ନା ଏହି ଟାଇରୁ ଓହରିଯାଇଛନ୍ତି। ଅନ୍ୟପଟେ ଯଦି ଟାଇ ସ୍ଥାନାନ୍ତର ହୁଏ ତେବେ ପାକିସ୍ତାନର ଶ୍ରେଷ୍ଠ ଟେନିସ ଖେଳାଳି ଏଇସାମ- ଉଲ – ହକ କୁରେସି ଏଥିରୁ ଓହରିଯିବେ ବୋଲି ଧମକ ଦେଇଛନ୍ତି। ତେବେ ଏ ନେଇ ଆମର କିଛି କରିବାର ନାହିଁ ବୋଲି ଜିସାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri