ନୀରବ ମୋଦି ଦୁର୍ନୀତି ପରେ;ପ୍ରଥମଥର ଲାଭ କଲା ପିଏନ୍‌ବି

ନୂଆଦିଲ୍ଲୀ,୨୭-୭: ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଦ୍ୱାରା ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ୍‌ ଦୁର୍ନୀତି ହେବା ପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପ୍ରଥମଥର ଲାଭର ମୁହଁ ଦେଖିଛି। ବ୍ୟାଙ୍କ ଜୁନ୍‌ରେ ଶେଷ ହୋଇଥିବା ତ୍ରୈମାସରେ ୧୦୧୯ କୋଟି ଟଙ୍କା ଶୁଦ୍ଧ ଲାଭ କରିଛି। ବର୍ଷକ ପୂର୍ବରୁ ଏହି ଅବଧିରେ ବ୍ୟାଙ୍କ ୯୪୦ କୋଟି ଟଙ୍କା କ୍ଷତି ସହିଥିଲା। ଦୁର୍ନୀତି ଧରାପଡିବା ପରେ ବ୍ୟାଙ୍କ କେବଳ ଦୁଇଥର ଲାଭ କରିଥିଲା। ଏଥିପୂର୍ବରୁ ଗତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ବ୍ୟାଙ୍କ ୨୪୬.୫୧ କୋଟି ଟଙ୍କା ଲାଭ କରିଥିଲା। ମାର୍ଚ୍ଚ ୨୦୧୯ରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସରେ ବ୍ୟାଙ୍କ ୪୭୪୯.୬୪ କୋଟି ଟଙ୍କା ଶୁଦ୍ଧ କ୍ଷତି ସହିଥିଲା। ୨୦୧୯-୨୦ର ଜୁନ୍‌ ତ୍ରୈମାସରେ ବ୍ୟାଙ୍କ ମୋଟ୍‌ ଆୟ ବୃଦ୍ଧି ପାଇ ୧୫,୧୬୧.୭୪ କୋଟି ଟଙ୍କା ରହିଥିଲା। ଗତବର୍ଷ ଏହି ସମୟରେ ଏହା ୧୫,୦୭୨.୪୧ କୋଟି ଟଙ୍କା ଥିଲା। ସମ୍ପତ୍ତି ଦୃଷ୍ଟିରୁ ବ୍ୟାଙ୍କକୁ ଆଶ୍ୱସ୍ତି ମିଳିଛି। ବ୍ୟାଙ୍କର ମୋଟ ଏନ୍‌ପିଏ ଜୁନ୍‌ ୨୦୧୯ରେ ମୋଟ ଋଣ ତୁଳନାରେ ହ୍ରାସ ପାଇ ୧୬.୪୯ ପ୍ରତିଶତ ରହିଛି। ଗତବର୍ଷ ଜୁନ୍‌ରେ ଏହା ୧୮.୨୬ ପ୍ରତିଶତ ଥିଲା। ନୀରବ ମୋଦି ମାମଲା ଜଣାପଡିବା ପରେ ବ୍ୟାଙ୍କ ୨୦୧୭-୧୮ ମାର୍ଚ୍ଚ ତ୍ରୈମାସରେ ୧୩,୪୧୭ କୋଟି ଟଙ୍କାର ଶୁଦ୍ଧ କ୍ଷତି ସହିଥିଲା। ତେବେ ସମୟକ୍ରମେ ଏହା ନିଜର କ୍ଷତି କମାଇ ଏବେ ଲାଭ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri