ନିୟମିତ ବ୍ରସ ନ କଲେ ବଢେ ଷ୍ଟ୍ରୋକ୍‌ ଆଶଙ୍କା

ଦାନ୍ତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି ଯେଉଁମାନେ ନିୟମିତ ଭାବେ ବ୍ରସ ନ କରନ୍ତି ସେମାନଙ୍କ ମସ୍ତିଷ୍କରେ ଥିବା ଧମନିରେ ବ୍ଲକେଜ୍‌ ସମସ୍ୟା ଦେଖାଦେଇଥାଏ। ଫଳରେ ଏମାନଙ୍କ ନିକଟରେ ଷ୍ଟ୍ରୋକ୍‌ ଆଶଙ୍କା ଅଧିକ ଥାଏ। ଅନ୍ୟପଟେ ଲାଳରେ ଥିବା ଏନଜାଇମ୍‌ ହାଇପୋଥାଲାମସ୍‌ ଉପରେ ପ୍ରଭାବ ପକାଉ ଥିବାରୁ ଏହା ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଆଉ ଯେଉଁମାନେ ନିୟମିତ ବ୍ରସ କରି ନ ଥାଆନ୍ତି ସେମାନଙ୍କ ନିକଟରେ ଏଭଳି ଷ୍ଟ୍ରୋକ୍‌ ସମସ୍ୟା ଦେଖାଯିବା ସାଧାରଣ କଥା। ବିଶେଷଜ୍ଞଙ୍କ ମତରେ ଦାନ୍ତରେ ସମସ୍ୟା ଥିଲେ ଏହା ବ୍ଲକେଜ ପ୍ରକ୍ରିୟାକୁ ବଢାଇ ଦେଇଥାଏ। କାରଣ ଏହା ରକ୍ତବାହୀ ନଳୀକୁ ଦୁର୍ବଳ କରିଦେଇଥାଏ। ନିକଟରେ ଲସ୍‌ ଆଞ୍ଜେଲସରେ ଆୟୋଜିତ ଆମେରିକାନ ଷ୍ଟ୍ରୋକ୍‌ ଆସୋସିଏଶନ୍ସ ଇଣ୍ଟରନ୍ୟାଶନାଲ ଷ୍ଟ୍ରୋକ୍‌ କନଫରେନ୍ସରେ ଏହା ଉପରେ ଆଲୋଚନା ହୋଇଛି। ଏଥିରେ ୟୁନିଭର୍ସିଟି ଅଫ୍‌ ସାଉଥ୍‌ କରୋଲିନା ସ୍କୁଲ ଅଫ୍‌ ମେଡିସିନର ଡା. ସୌଭିକ ସେନ କହିଛନ୍ତି, ଦାନ୍ତ ବା ମାଢିରେ ଦେଖାଯାଇଥିବା ସମସ୍ୟା ହେଉଛି ଏକ କ୍ରନିକ ବ୍ୟାକ୍ଟରିଆଲ ଇନଫେକସନ୍‌। ଯାହା ଷ୍ଟ୍ରୋକ୍‌ ସମସ୍ୟା ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଆଉ ଏହାର ଏକ ଲକ୍ଷଣ ହେଉଛି ଦାନ୍ତରୁ ଅବା ମାଢିରୁ ରକ୍ତ ବାହାରିବା। ଏମିତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଭଲ। ଏମିତିକି ନିୟମିତ ବ୍ରସ୍‌ ନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଡାଇବେଟିସ୍‌, ହୃଦରୋଗ ଆଦି ଆଶଙ୍କା ଥାଏ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri