ସରକାରୀ ହେଉ ବା ବେସରକାରୀ ସ୍କୁଲ, ଏହାର ପରିସରରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଖୋଲି ପାରିବନି ବାହାର ଖାଦ୍ୟ ଓ ଜଙ୍କଫୁଡ୍‌ର ପସରା। ଛାତ୍ରୀଛାତ୍ରଙ୍କୁ ଜଙ୍କଫୁଡ୍‌ ଖାଇବାକୁ ଦିଆଯିବା ଦ୍ୱାରା ଭବିଷ୍ୟତରେ ସେମାନେ ମଧୁମେହ, ଉଚ୍ଚ ରକ୍ତଚାପ, ଡାଇସ୍ଲିପିଡେମିଆ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୬ ମାର୍ଚ୍ଚ ୧୨ରେ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଥିଲା। ଏଥିରେ କେଉଁ ପ୍ରକାର ଖାଦ୍ୟ ବିଦ୍ୟାଳୟର କ୍ୟାଣ୍ଟିନ୍‌ ଓ କ୍ୟାମ୍ପସ ପରିସରରେ ବିକ୍ରି ହେବ, ସେ ନେଇ ତାଲିକା ଜାରି ହୋଇଥିଲା। ତାଲିକା ଅନୁଯାୟୀ, ଚିପ୍ସ ଜାତୀୟ ଖାଦ୍ୟ ବାରଣ କରାଯାଇଥିଲା। ଏଥିସହ ମଲାଇ ଗୋଲା, ସମସ୍ତ ପ୍ରକାର ମୃଦୁ ପାନୀୟ, ମିଠା ଜାତୀୟ ପଦାର୍ଥ(ରସଗୋଲା, ଗୋଲାପ ଜାମୁ, ପେଡା, ଜିଲାପି, ବୁନ୍ଦି), ପିଜା, ବର୍ଗର, ଗୁପ୍‌ଚୁପ୍‌, ଦହିବରା, ସମସ୍ତ ପ୍ରକାର ଚୋବାଇବା ପଦାର୍ଥ, ଚକୋଲେଟ୍‌, ମଇଦାରୁ ପ୍ରସ୍ତୁତ ପିଠା ଓ ବିସ୍କୁଟ୍‌, ପେଟିସ୍‌, ଜାମ୍‌ ଏବଂ ଜେଲି ପରି ଖାଦ୍ୟକୁ ବାରଣ କରାଯାଇଛି। ଏଗୁଡିକ ବ୍ୟତୀତ ମିଠା ଏବଂ ଲବଣଯୁକ୍ତ ଖାଦ୍ୟ ଯେପରି ପିଲାଙ୍କୁ ଦିଆ ନ ଯିବ, ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଚେତାବନୀ ଦିଆଯାଇଥିଲା। ଏହି ନିୟମକୁ ସାଢେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ କେହି ଏହାକୁ ମାନୁ ନାହାନ୍ତି, ବେଧଡକ ଭାବେ ବିକ୍ରି ଚାଲିଛି ଜଙ୍କ୍‌ ଫୁଡ୍‌। ଅଭିଭାବକ ପଇସା ଦେଉଛନ୍ତି, ପିଲାମାନେ ଏଭଳି ଖାଦ୍ୟ ଖାଇ ଚାଲିଛନ୍ତି। ପିଲାଙ୍କଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ଏ ଦିଗରେ ଆଦୌ ସଚେତନ ନୁହନ୍ତି। ବେସରକାରୀ ସ୍କୁଲ ତ ଦୂରର କଥା ଖୋଦ୍‌ ସରକାରୀ ସ୍କୁଲଗୁଡିକରେ ସରକାରଙ୍କ ନିୟମକୁ ଏକ ପ୍ରକାର ଫୁ କରି ଦେଇଛନ୍ତି କର୍ତ୍ତୃପକ୍ଷ। ସ୍କୁଲ ଫାଟକ ସାମ୍ନାରେ ମେଲିଛି ଗୁପ୍‌ଚୁପ୍‌, ଚାଟ, ଦହିବରା, ଝାଲ ମଟର, ସୋଢା ପାଣି ଆଦିର ପସରା। ଖେଳ ଛୁଟି ଓ ସ୍କୁଲ ଛୁଟି ସମୟରେ ପିଲାଙ୍କ ସୁଅ ଛୁଟୁଛି ଏହି ଖାଦ୍ୟ ପସରା ଆଡକୁ। ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପସ୍ଥିତିରେ ନିର୍ଦ୍ୱନ୍ଦ୍ୱରେ ଖାଇ ଚାଲିଛନ୍ତି ପିଲା। ବିଦ୍ୟାଳୟ ପରିସର ଓ ନିକଟବର୍ତ୍ତୀ ଅଞ୍ଚଳରେ ଏସବୁ ବିକ୍ରି ନିଷେଧ ହୋଇଥିଲେ ମଧ୍ୟ ଆଇନକୁ ଆଖିଠାର ନ୍ୟାୟରେ ନା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଏଥିପ୍ରତି କିଛି ନିଘା ଅଛି ନା ଅଭିଭାବକଙ୍କ ଦାୟିତ୍ୱ। ସ୍କୁଲ ନିକଟରେ ଏଭଳି ବ୍ୟବସାୟ କରୁଥିବା ବେପାରୀମାନଙ୍କୁ ମଧ୍ୟ ଲଗାମ ଦେବାକୁ ପ୍ରଶାସନ ପଦକ୍ଷେପ ନେଉନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେବଳ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ଚୁପ୍‌ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri