ନିୟମକୁ ଡର, ଲୋକେ ତତ୍ପର

ବ୍ରହ୍ମପୁର ଅଫିସ,୧ା୩ – ରବିବାରରୁ ଜିଲାରେ ଯାନବାହନ ଯାଞ୍ଚ କଡାକଡି ହେବ। ଯେଉଁମାନେ ଏବେ ସୁଦ୍ଧା ଗାଡିର ଆବଶ୍ୟକ କାଗଜପତ୍ର କରି ପାରିନାହାନ୍ତି ସେମାନଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଲାଣି। ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ପରିବହନ ସମ୍ପର୍କିତ ପ୍ରମାଣପତ୍ର ପ୍ରସ୍ତୁତ ପାଇଁ ୨ଟି ପର୍ଯ୍ୟାୟରେ ପ୍ରାୟ ୬ ମାସ କୋହଳ କରାଯାଇଥିଲା। ନିର୍ଦ୍ଧାରିତ ସମୟ ଶେଷ ହୋଇ ଆସୁଥିବା ବେଳେ ଗତ ୨ ଦିନ ତଳେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ଅଫିସରେ ଅସ୍ଥାୟୀ ଭାବେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଚାଳକଙ୍କ ଆବଶ୍ୟକ କାଗଜପତ୍ର କରିବା ଲାଗି ଏକ ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇଛି। ନିୟମ ଅନୁସାରେ ମୋଟା ଅଙ୍କର ଜରିମାନା ଭୟରେ ଲୋକେ କାଗଜପତ୍ର ଯୋଗାଡ଼ କରିବାରେ ଲାଗିଛନ୍ତି। ଲର୍ନିଂ ଲାଇସେନ୍ସ ଓ ଲାଇସେନ୍ସ ପାଇବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ଗାଡି ଚାଳକଙ୍କ ପାଇଁ ହେଲ୍‌ମେଟ୍‌, ଡ୍ରାଇଭିଂ ଲାଇସେନ୍ସ, ଇନ୍‌ସ୍ୟୁରାନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ଏହି ୩ଟି ବିଭାଗରେ ଭିଡ ଏବେ ବି ଦେଖିବାକୁ ମିଳୁଛି। ୨୦୧୯ ସେପ୍ଟେମ୍ବରରୁ ଦେଶରେ ନୂତନ ଟ୍ରାଫିକ ନିୟମ ଲାଗୁ କରାଯାଇଥିଲା। ଅଧିକାଂଶ ଲୋକେ ଏହି ସବୁ ପ୍ରମାଣପତ୍ର ରଖି ନ ଥିବାରୁ ମୋଟା ଅଙ୍କର ଟଙ୍କା ଗଣିଥିଲେ। ଫଳରେ ଏହାକୁ ନେଇ ବିଭିନ୍ନ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ୨ଟି ପର୍ଯ୍ୟାୟରେ ପ୍ରାୟ ୬ ମାସ ମହଲତ ଦେଇଥିଲେ। ଏହି ମହଲତ ସରିବା ପରେ ଏବେ ପୁଣି ଥରେ ନୂତନ ଟ୍ରାଫିକ ନିୟମ ଲାଗୁ ହେବାକୁ ଯାଉଛି। ନିୟମ ଲାଗୁ ହେବା ଶୁଣି ଲୋକେ ଏବେଠୁ ସତର୍କ ହୋଇଗଲେଣି। ସହରରେ ବିଭିନ୍ନ ଛକରେ ଲାଗିଥିବା ଇଣ୍ଟିଗ୍ରେଟେଡ଼ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ) ନିୟମ ପାଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri