Posted inଖେଳ

ନିଷ୍ପତ୍ତି ବଦଳାଇଲା ବିସିସିଆଇ; କ୍ଷମା ମାଗିଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୫।୮(ପି.ଟି.)- ଟିମ୍‌ ଇଣ୍ଡିଆ ଆଡମିନିଷ୍ଟ୍ରେଟିଭ ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ କ୍ଷମା ମାଗିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ନିଷ୍ପତ୍ତି ବଦଳାଇଛି। ଫଳରେ ସୁବ୍ରମଣ୍ୟମ ଚଳିତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ପୂର୍ବପରି ଦାୟିତ୍ୱ ବଜାୟ ରଖିବା ସ୍ପଷ୍ଟ ହୋଇଛି। କାରିବିୟାନସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ, ଏଥିରେ କ୍ଷୁବ୍ଧ ହୋଇ ବିସିସିଆଇ ତାଙ୍କୁ ପ୍ରଥମେ ସ୍ବଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ନିଜ ଆଚରଣ ପାଇଁ ସୁବ୍ରମଣ୍ୟମ ନିଃସର୍ତ୍ତ କ୍ଷମା ମାଗିବା ପରେ ବୋର୍ଡ ନିଷ୍ପତ୍ତି ବଦଳାଇଛି। ଭାରତୀୟ କ୍ରିକେଟରେ ପ୍ରଥମଥର ପାଇଁ ଏଭଳି ବିଡମ୍ବନା ଦେଖିବାକୁ ମିଳିଥିଲା। ଗସ୍ତ ଅଧାରୁ ଟିମ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍ବଦେଶ ଫେରିଆସିବାକୁ କୁହାଯାଇଥିଲା। କ୍ଷମାପ୍ରାର୍ଥନା କରିବା ପରେ କ୍ରିକେଟ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାୟ ତାଙ୍କୁ ତାଗିଦ୍‌ ଓ ସତର୍କ କରାଇବା ସହ ପୂର୍ବପରି ଦାୟିତ୍ୱ ବହନ କରିବାକୁ ସୁଯୋଗ ଦେଇଛନ୍ତି। ଏବେ ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂରା କରିବେ ବୋଲି ବିନୋଦ ସ୍ପଷ୍ଟ କରିଛନ୍ତି।
ଗୁୟାନା ଓ ତ୍ରିନିଦାଦ ଏବଂ ଟବାଗୋସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିବାରୁ ସେ କ୍ଷମା ମାଗିଛନ୍ତି ବୋଲି କହିଥିଲେ। ଷ୍ଟ୍ରେସ୍‌ ତଥା ଚାପ କାରଣରୁ ସେ ଏଭଳି ଭୁଲ କରିଛନ୍ତି ବୋଲି କହିଥିଲେ। ୫୨ ବର୍ଷୀୟ ସୁବ୍ରମଣ୍ୟମ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କର ପୂର୍ବତନ କୋଚ୍‌ ହିସାବରେ ବେଶ୍‌ ଜଣାଶୁଣା। ସେ ୭୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୫୮ଟି ଉଇକେଟ ଅକ୍ତିଆର କରିଛନ୍ତି।
ଆଇସିସି ଦିନିକିଆ ବିଶ୍ୱକପ୍‌ ପରେ ସୁବ୍ରମଣ୍ୟମ ଏବଂ ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ ସହଯୋଗୀ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ୪୫ଦିନ ପାଇଁ ବୃଦ୍ଧି କରାଯାଇଥିଲା। ଏହି ପଦବୀଗୁଡ଼ିକ ଲାଗି ସାନି ସାକ୍ଷାତ୍‌କାର ପ୍ରକ୍ରିୟା ଚାଲିଛି। ଭାରତୀୟ କ୍ରିକେଟ ଖେଳାଳିଙ୍କୁ ନେଇ ‘ଜଳ ସଂରକ୍ଷଣ’ ବିଷୟକ ଏକ କ୍ଷୁଦ୍ର ବିଜ୍ଞାପନର ଶୁଟିଂ ପାଇଁ ସରକାରୀ ନିର୍ଦ୍ଦେଶ ଥିଲା। ବିସିସିଆଇ ପକ୍ଷରୁ ଓ୍ବେଷ୍ଟଇଣ୍ଡିଜରେ ଅବସ୍ଥାପିତ ହାଇକମିଶନର ଦୁଇ ଉଚ୍ଚ ପଦାଧିକାରୀଙ୍କୁ ସୂଚାଇ ଦିଆଯାଇଥିଲା ଯେ, ଟିମ୍‌ ଇଣ୍ଡିଆର ପ୍ରଶାସନିକ ଅଧିକାରୀ ସୁବ୍ରମଣ୍ୟମଙ୍କ ସହ ଯୋଗାଯୋଗ କଲେ ଶୁଟିଂ ପାଇଁ ଖେଳାଳିଙ୍କ ସହାୟତା ମିଳିଯିବ। ମାତ୍ର ଗୁୟାନା ଏବଂ ତ୍ରିନିଦାଦ୍‌ ଏବଂ ଟବାଗୋସ୍ଥିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟର ଦୁଇ ଉଚ୍ଚ ପଦାଧିକାରୀ ଯେତେବେଳେ ସୁବ୍ରମଣ୍ୟମଙ୍କ ସହିତ ଯୋଗାଯୋଗ କଲେ, ସେତେବେଳେ ମୋତେ ବାରମ୍ବାର କାହିଁକି କଲ୍‌ କରୁଛ ବୋଲି ସେ କହି ଦୁର୍ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri