ନିଲାମ ବନ୍ଦ ପରେ ଲଗାମ ଢିଲା: ବଢୁଛି ବଉଳମାଳ ପଥର ଚୋରା ଚାଲାଣ

ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ତହସିଲର ନରଣଗଡ଼ ଅଞ୍ଚଳରେ ଥିବା ବଉଳମାଳ ପଥର ଖଣିର ନିଲାମ ପ୍ରାୟ ୬ ବର୍ଷ ଧରି ବନ୍ଦ ରହିଛି। ହେଲେ ବେଆଇନ ଖଣି ଖନନକୁ ରୋକା ଯାଇପାରୁନି। କିଛିଦିନ ତଳେ ନୟାଗଡ ଜିଲାର ରଣପୁର ଥାନାର ସାନଗଡ଼ଠାରେ ପୋଲିସ ଗଞ୍ଜାମ ଜିଲାକୁ ଚୋରା ଚାଲାଣ ହେଉଥିବା ବଉଳମାଳ ପଥର ବୋଝେଇ ୪୦୭ ଟ୍ରକ ଜବତ କରିଥିଲା। ଏହାକୁ ଏସ୍‌କଟରେ ନେଉଥିବା ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମିଳିଥିବା ସୂଚନା ଅନୁସାରେ, ନରଣଗଡ଼ରୁ ବେଆଇନ ଭାବେ ବଉଳମାଳ ପଥର ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଜିଲାକୁ ଚାଲାଣ ହେଉଛି। ତହସିଲ ପକ୍ଷରୁ ଚଢ଼ାଉ କରାଯାଉ ନ ଥିବାରୁ ଖଣି ମାଫିଆମାନେ ଲକ୍ଷାଧିକ ଟଙ୍କାର ବଉଳମାଳ ପଥର ମାଗଣାରେ ଲୁଟ୍‌ କରି ଲାଭବାନ ହେଉଛନ୍ତି।
ବଉଳମାଳ ମୁଣ୍ଡିଆ ନିଲାମ କରା ନ ଗଲେ ଯେପରି ଚୋରି ଓ ଲୁଟ୍‌ ବଢ଼ି ଚାଲିଛି ତାହା ବଢ଼ିବ। ସରକାର ରାଜସ୍ବ ହରାଇ ଚାଲିବେ। ଯଦି ବେଆଇନ ଖଣି ଖନନ ଉପରେ ଲଗାମ ଲଗାଯାଇ ପାରନ୍ତା ତେବେ ନିଲାମ କରିବା ଦରକାର ପଡ଼ନ୍ତା ନାହିଁ। ଚୋରି ରୋକିବାକୁ ନିଲାମ ନିହାତି ଦରକାର ବୋଲି ଦାବି ହେଉଛି। ଏ ନେଇ ଖୋର୍ଦ୍ଧା ଉପଜିଲାପାଳଙ୍କ ଦାୟିତ୍ୱରେ ଥିବା ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ କୁହନ୍ତି, ବଉଳମାଳ ପଥର ଥିବା ମୁଣ୍ଡିଆଗୁଡିକ ନିଲାମ ପାଇଁ ପ୍ରୋସେସିଂ ଚାଲିଛି। ଆସନ୍ତା ଡିସେମ୍ବରରେ ନିଲାମ ଦିଆଯିବାକୁ ପ୍ରସ୍ତାବ ରହିଛି। ତହସିଲ ପକ୍ଷରୁ ଆଗକୁ ଚଢାଉ ଜୋର୍‌ଦାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସିତ୍‌ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଅସିତ୍‌ ତ୍ରିପାଠୀ ରାଜ୍ୟର ନୂଆ ମୁଖ୍ୟ ଶାସନ...

ସାରା ରାଜ୍ୟରେ ଲଗାଣ ବର୍ଷା: ୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ...

‘ପଞ୍ଚାୟତ ସ୍ତରରେ ମହିଳା ପଛରେ’

ଭୁବନେଶ୍ୱର,୯।୮(ବ୍ୟୁରୋ):ଓଡ଼ିଆ ଦୈନିକ ପ୍ରଗତିବାଦୀ ପରିସରରେ ସ୍ବାଧୀନତାର ଅମୃତ ମହୋତ୍ସବ ଓ ପ୍ରଗତିବାଦୀର ୫୦ତମ ଜୟନ୍ତୀ ଅବସରରେ ସୋମବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସନ୍ତା...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୧୨ା୫: ଜନୈକା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲା ଦିଗପହଣ୍ଡି...

ବଡ଼ଦିନରେ ଧଉଳିରେ ଦେଢ଼ଲକ୍ଷ ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.):ରବିବାର ବଡ଼ଦିନ ଅବସରରେ ଶାନ୍ତିସ୍ତୂପ ଧଉଳିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବା ସହ ପାହାଡ଼ ପାଦଦେଶ ସମିତ ଚତୁପାର୍ଶ୍ୱରେ ଭୋଜି କରୁଥିବା...

ଦ୍ୱିତୀୟ ବିମ୍‌ଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଭୁବନେଶ୍ୱର ଓ ପୁରୀଠାରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ...

ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୩ା୧୦:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ...

ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ଚାଲିଗଲା ଶିଶୁପୁତ୍ରଙ୍କ ଜୀବନ

କୋଟଗଡ଼,୩୧।୮(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବାରଖମା ଅଞ୍ଚଳରେ ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଜଣେ ଶିଶୁ ପୁତ୍ରଙ୍କ...

Advertisement
Archives

Model This Week