ଚିତ୍ରଡା,୨୨ା୧(ଡ଼ି.ଏନ୍.ଏ)- କାର୍ଯ୍ୟରେ ଅବହେଳା ଏବଂ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ହଲଦୀପାଳ ପଞ୍ଚାୟତର ସରପଞ୍ଚ ମଙ୍ଗଲ ହାଁସଦାଙ୍କୁ ଜିଲାପାଳ ବିନୀତ ଭରଦ୍ୱାଜ ନିଲମ୍ବନ କରିଛନ୍ତି। ପତ୍ର ସଂଖ୍ୟା ୧୩୦/୨୦ା୧ା୨୦୨୦ରେ ଜିଲାପାଳ ଏହି ଆଦେଶନାମା ଦେଇଛନ୍ତି। ସୂଚନା ଅନୁଯାୟୀ, ସରପଞ୍ଚ ହାଁସଦାଙ୍କ ବିରୋଧରେ ୱାର୍ଡ ସଭ୍ୟାସଭ୍ୟମାନେ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପଞ୍ଚାୟତ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟକୁ ଆଧାରକରି ଜିଲାପାଳ ସରପଞ୍ଚ ହାଁସଦାଙ୍କୁ ନିଲମ୍ବନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ୱାର୍ଡ ସଭ୍ୟାସଭ୍ୟମାନଙ୍କ ଅଭିଯୋଗ ଅନୁଯାୟୀ ଗତ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିଲା। ଏହି ସମୟରେ ସରପଞ୍ଚ ନିଜର ସ୍ବାର୍ଥ ସାଧନ ଉଦ୍ଦେଶ୍ୟରେ ପଞ୍ଚାୟତର ପ୍ରୋସିଡିଙ୍ଗ ଖାତା କୌଶଳ କ୍ରମେ ହାତେଇ ନେଇ ୩ଟି ବୈଠକର ପ୍ରୋସିଡିଙ୍ଗ ଲେଖି ୱାର୍ଡ ମେମ୍ବରମାନଙ୍କ ଘରକୁ ଯାଇ ଦସ୍ତଖତ ନେଇଥିଲେ। ଏଭଳି କାର୍ଯ୍ୟକୁ ବିରୋଧ କରି ୱାର୍ଡ ମେମ୍ବରମାନେ ୫ା୭ା୧୯ ରିଖଠାରୁ ୯ା୭ା୧୯ ରିଖ ପର୍ଯ୍ୟନ୍ତ ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣାରେ ବସିଥିଲେ। ଖବରପାଇ ମୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟାର ସମାଧାନ କରି ତଦନ୍ତ ପାଇଁ ସେ ଜିଲାପାଳ ଏବଂ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଜଣାଇବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତି ଦେବାର ୭ ଦିନ ବିତିଯାଇଥିଲେ ମଧ୍ୟ କୌଣସି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିଲା । ପରେ ୱାର୍ଡ ମେମ୍ବରମାନେ ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଲିଖିତଭାବେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୨ା୭ା୧୯ ରିଖରେ ଜିଲା ପଞ୍ଚାୟତ ଅଧିକାରୀ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଏବଂ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସମେତ ଏକ ଟିମ୍ ହଳଦୀପାଳ ପଞ୍ଚାୟତ ଅଫିସରେ ପହଞ୍ଚି ପଞ୍ଚାୟତ ପ୍ରୋସିଡିଙ୍ଗ ଖାତାକୁ ଜବତ କରିଥିଲେ।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ
କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…
ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…
ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…
ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…
ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…
ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…
ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍ଲାଇନ୍-ଅଫ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର
ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…
ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି
ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…
କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…
‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’
ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…
Archives

