ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି। ମାତ୍ର ଦୀର୍ଘଦିନ ହେବ ଏଠାରେ ସ୍ଥାୟୀ ପରିବା ହାଟନାହିଁ। ଫଳରେ ବଳଦେବଜୀଉ ମେଳଣ ପଡିଆରେ ଅସ୍ଥାୟୀ ପରିବା ହାଟ କରାଯାଉଛି। ଶନିବାର ଓ ମଙ୍ଗଳବାର ସପ୍ତାହକୁ ଦୁଇଥର ହାଟ ବସୁଛି। ଏହି ହାଟରୁ ନିୟନ୍ତ୍ରିତ ବଜାର କମିଟି ଅର୍ଥ ଆଦାୟ କରୁଥିବାବେଳେ ଦୁଇଟି ସଂସ୍ଥା ଯଥା-ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ପରିବା ବ୍ୟବସାୟୀ ସଂଘ ଚାନ୍ଦା ଆଦାୟ କରୁଛନ୍ତି। ଚାଷୀ ଓ ବେପାରୀ ବ୍ୟବସାୟ ସାରି ସମସ୍ତ ଆବର୍ଜନାକୁ ସେଇଠି ଗଦେଇଦେଇ ଯାଆନ୍ତି। ଉକ୍ତ ଆବର୍ଜନାକୁ ସପ୍ତାହକୁ ଦୁଇଥର ଅର୍ଥାତ ବୁଧବାର ଓ ରବିବାର ନିୟନ୍ତ୍ରିତ ବଜାର କମିଟି ଉଠାଇବାର ନିୟମ ରହିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ପରିଲିଖିତ ହେଉନାହିଁ। କେବଳ କାଗଜକଲମରେ ଏସବୁ ଚାଲିଛି। ମାସେ ଦୁଇମାସରେ ଥରେ ଆବର୍ଜନା ଉଠାଉଥିଲେ ମଧ୍ୟ ସପ୍ତାହକୁ ଦୁଇଥର ସଫେଇ ହେଉଥିବା ଦର୍ଶାଇ ବଜାର କମିଟି ଲକ୍ଷାଧିକ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଏଠାରେ ପରିବା ହାଟ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବାରୁ ତତ୍‌କାଳୀନ ବିଧାୟକ ଡା. ଦାମୋଦର ରାଉତ ପରିବା ହାଟ ତାଳଦଣ୍ଡା କେନାଲବନ୍ଧର ଉତ୍ତର ପାର୍ଶ୍ୱରେ ନିର୍ମାଣ କରିବା ପାଇଁ ପରମାର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ହାଟ ନିର୍ମାଣ ପାଇଁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱହେବ ବ୍ଲକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷଟଙ୍କା ବ୍ୟୟ ଅଟକଳ କରାଯିବା ସହ ଜଳସେଚନ ବିଭାଗରୁ ଅନୁମତି ମଧ୍ୟ ଆସିସାରିଛି। ହେଲେ ତାହା ଏ ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରୁନାହିଁ। ସେହିପରି ମେଳଣ ପଡ଼ିଆ ଦୋଳ ମେଳଣ ଓ ପୂଜା ଏବଂ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ତେଣୁ ଏଠାରେ ହାଟ ବସିବା କଥା ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଉକ୍ତ ପଡିଆ ବଜାରର ମଧ୍ୟସ୍ଥଳରେ ଥିବାରୁ ଦୈନିକ ହଜାର ହଜାର ଲୋକ ବଜାରର ଚର୍ତୁଦିଗକୁ ଏହି ପଟେ ଯାଆସ କରନ୍ତି। ତେବେ ଏଠାରେ ଜମା ହୋଇଥିବା ଅଳିଆ ଗଦାକୁ ଦେଖିଲେ ଯେକେହି ଭ୍ରମରେ ପଡିବେକି ଏହା ମେଳଣ ପଡିଆ ନା ଡମ୍ପିଂୟାର୍ଡ? ଏହି ଆବର୍ଜନା ଗଦାରୁ ଯେଉଁ ଦୁର୍ଗନ୍ଧ ବାହାରୁଛି ତାହା ବଜାରକୁ ପ୍ରଦୂଷିତ କରୁଛି। ପରିବା ହାଟ ସଫେଇ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶାଶ୍ୱତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରତି ହାଟ ବାରିର ପରଦିନ ସଫେଇ କରାଯାଉଛି। ଏସବୁ ଦାୟିତ୍ୱ ସ୍ଥାନୀୟ ହାଟ ଦଣ୍ଡିଆଙ୍କ ଉପରେ ନ୍ୟସ୍ତ କରାଯାଇଛି। ତଥାପି ଯଦି ଏଥିରେ ଅବହେଳା କରାଯାଉଥିବା ଜଣାଯାଏ ସେ ସମ୍ପର୍କରେ ଦାଣ୍ଡିଆକୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି। ସ୍ଥାୟୀ ପରିବା ହାଟ ସମ୍ପର୍କରେ କୁଜଙ୍ଗ ସଦର ସରପଞ୍ଚ ଭାରତ ଭୂଷଣ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏକ ବର୍ଷ ପୂର୍ବରୁ ପରିବାହାଟ ନିର୍ମାଣ ନିମନ୍ତେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତହା ପୁଣି ବ୍ଲକ ଉନ୍ନୟନ ପାଣ୍ଠିରୁ। ହେଲେ ବ୍ଲକ ପ୍ରଶାସନ ଚିହ୍ନଟ ସ୍ଥାନରେ ପରିବା ହାଟ ନିର୍ମାଣ ନ କରି କାହିଁ ଚୁପ୍‌ ବସିଛନ୍ତି ସେ ହିଁ କହିବେ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ କୁଜଙ୍ଗ ବ୍ଲକ ଦାୟିତ୍ୱରେ ଥିବା ଏବିଡିଓ ସନ୍ତୋଷ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ପରିବା ହାଟ ନିର୍ମାଣ ସମ୍ପର୍କରେ କ’ଣ ନିଷ୍ପତ୍ତି ହୋଇଛି ତାଙ୍କୁ ଜଣାନାହିଁ। ତେଣୁ ଏହି ସମସ୍ୟା ପ୍ରତି ଜିଲାପାଳ ଦୃଷ୍ଟିଦେବାକୁ ବିଭିନ୍ନ ସଙ୍ଗଠନ, ଚାଷୀ ଓ ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: ରଣଜୀ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି, ବିଧାୟକ କହିଲେ….

ବଲାଙ୍ଗୀର,୨୬।୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି ରଣଜୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଏହା ବଲାଙ୍ଗୀର ଜିଲା ପାଇଁ…

ଏକାଠି ହେଲେ ୪ କ୍ୟାଡର ଅଧିକାରୀ, ୫ ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା,୨୬।୧୦(ପ୍ରଭାତ ପାଣିଗ୍ରାହୀ): ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ସମେତ ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ…

ମାଝୀଗୁଡ଼ା ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୪ ଗିରଫ, ଜବତ ହେଲା…

​କଲ୍ୟାଣସିଂହପୁର, ୨୬।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବାବେବିରା ଗାଁରେ ଶୋକର ଛାୟା, ମଳୟଙ୍କ ପରିବାରକୁ ଭେଟିଲେ ଦୂତୀ ଚାନ୍ଦ

ଅତାବିରା,୨୬।୧୦(ଯୁଧିଷ୍ଠିର ମହାପାତ୍ର ): ଯେଉଁ ମାଟିରେ ଦିନେ ଖେଳି ଖେଳି ବଡ଼ ହେବାର ସ୍ୱପ୍ନ ଦେଖିଥିଲେ, ସେହି ମାଟି ଆଜି ତା’ର ସୁନାପୁଅକୁ ହରାଇ ସ୍ତବ୍ଧ ।…

୫୪ ବର୍ଷରେ ପହଞ୍ଚିଲା ବଡ଼ଗାଁ ଗଜଲକ୍ଷ୍ମୀ ପୂଜା

ବଡ଼ଗାଁ.୨୬।୧୦(ଅଶୋକ ଷଡ଼ଙ୍ଗୀ ) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଦେବ ମଣ୍ଡପସ୍ଥିତ ଲକ୍ଷ୍ମୀ ମଣ୍ଡପରେ ୫୪ ବର୍ଷ ହେଲା ଆନନ୍ଦ ଉଲ୍ଲାସରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୧୯୭୨ରେ…

କୀର୍ତ୍ତନ କଲେ ବିରୁଷ୍କା: ଟ୍ରେଣ୍ଡ୍‌ରେ ୧୩ ସେକେଣ୍ଡର ଭିଡିଓ ସୋସିଆଲ, ଦେଖନ୍ତୁ VIDEO

ମୁମ୍ବାଇ,୨୬।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଚର୍ଚ୍ଚାରେ। ମୁମ୍ବାଇରେ ଆୟୋଜିତ କୃଷ୍ଣ ଦାସଙ୍କ…

ଟ୍ରୋଲ୍ କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ ଦେଲେ ରଶ୍ମିକା, ବିଜୟଙ୍କ ସହ ସମ୍ପର୍କକୁ ନେଇ କହିଦେଲେ ଏମିତି କଥା

ନୂଆଦିଲ୍ଲୀ, ୨୬।୧୦: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ‘କଫି ୱିଥ୍‌ କରନ ୯’ରେ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର! ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର….

ନୂଆଦିଲ୍ଲୀ,୨୬ା୧୦: ଦୀପାବଳି ଓ ଛଟ୍‌ ପୂଜା ଭଳି ବଡ଼ ପର୍ବପର୍ବାଣୀ ସମୟରେ ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି କେବଳ ଅନ୍‌ଲାଇନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?