Posted inଖେଳ

ନିର୍ବାଚିତ ସଂସ୍ଥା କ୍ରିକେଟ ପରିଚାଳନା କରିବା ଉଚିତ: ନରସିହ୍ମା

ନୂଆଦିଲ୍ଲୀ,୧୬।୫(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚିତ ସଂସ୍ଥା ବା ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ୍‌ ବୋଲି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ପି.ଏସ. ନରସିହ୍ମା କହିଛନ୍ତି। କୋର୍ଟ କିମ୍ବା ତାଙ୍କ ଦ୍ୱାର ନିଯୁକ୍ତି ପାଇଥିବା ସଂସ୍ଥା କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିବା ଉଚିତ୍‌ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଖୁବ୍‌ଶ୍ରୀଘ୍ର ଏକ ନିର୍ବାଚିତ ସଂସ୍ଥା ଦେଶର କ୍ରିକେଟ ପରିଚାଳନା ଦାୟିତ୍ୱ ହାତକୁ ନେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।

କିଛିଦିନ ତଳେ ବିଭିନ୍ନ ରାଜ୍ୟ ଆସୋସିଏଶନର ପ୍ରତିନିଥି ଓ ଆସୋସିଏଶନ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନଙ୍କ ସହ ସାକ୍ଷାତ କରି ନରସିହ୍ମା ସୁପ୍ରିମକୋର୍ଟଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଜଷ୍ଟିସ୍‌ ଆର.ଏମ୍‌. ଲୋଧା କମିଟି ମାଣ୍ଡେଟ୍‌ରେ ୯ଜଣିଆ ଆପେକ୍ସ କାଉନସିଲ ଉଲ୍ଲେଖ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଶେଷରେ ଆୟୋଜକ ତଥା ଅଧିକାରୀମାନେ ହିଁ କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିବା ଉଚିତ ହେବ। କ୍ରିକେଟ ପରିଚାଳନା କୋର୍ଟ କିମ୍ବା କୌଣସି ଆଇନଜୀବୀଙ୍କ ଦାୟିତ୍ୱ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନିର୍ବାଚିତ ବ୍ୟକ୍ତିମାନେଙ୍କୁ ଖୁବ୍‌ଶୀଘ୍ର ଦାୟିତ୍ୱ ଦେବା ଉପରେ ସେ ଗୁରତ୍ୱ ଦେଇଛନ୍ତି। ବହୁଦିନ ପୂର୍ବରୁ କ୍ରିକେଟ ସଂସ୍କାର ପ୍ରକ୍ରିୟାର ଆରମ୍ଭ ହୋଇଛି। ଏବେ ଏହାକୁ ଲାଗୁ କରିବାର ସମୟ ଆସି ଉପନୀତ ହୋଇଛି ବୋଲି ସେ କହିଛନ୍ତି। ରାଜ୍ୟ ଆସୋସିଏଶନଗୁଡିକ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛି ଓ ଏହା ଫଳପ୍ରଦ ହୋଇଛି। ଖୁବଶୀଘ୍ର ଏହି ପ୍ରକ୍ରିୟାର ସୁଖଦ ଅନ୍ତ ଘଟିବାକୁ ଯାଉଛି। କ୍ରିକେଟ ପ୍ରାଶସକ କମିଟି (ସିଓଏ) ଗତ ଦୁଇ ବର୍ଷ ଧରି କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିଛି। ସିଓଏ ଏହି ଦାୟିତ୍ୱରେ ଅଧିକ ସମୟ ରହିବା ଉଚିତ୍‌ କି ବୋଲି ପ୍ରଶ୍ନକୁ ସେ ନାପସନ୍ଦ କରିଛନ୍ତି। ଏବେ ସଂସ୍କାର ଲାଗୁ କରିବାର ସମୟ। ତେଣୁ ଏଭଳି ପ୍ରଶ୍ନର କୌଣସି ମୂଲ୍ୟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବୋର୍ଡ କିମ୍ବା ରାଜ୍ୟ ଆସୋସିଏଶନଗୁଡିକର ଯେକୌଣସି ଅଧିକାରୀଙ୍କ କାର୍ଯ୍ୟକାଳ ୧୮ ବର୍ଷ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିସିସିଆଇରେ ୯ ଓ ରାଜ୍ୟ ଆସୋସିଏଶନଗୁଡିକରେ ୯ ବର୍ଷ, ଅର୍ଥାତ୍‌ ମୋଟ ଉପରେ ୧୮ ବର୍ଷ ବୋଲି ସେ କହିଛନ୍ତି। ରାଜ୍ୟ ଆସୋସିଏଶନଗୁଡିକର ସମସ୍ୟାର ସମାଧାନ ଉପରେ ଓ ଆପେକ୍ସ କାଉନସିଲ ଗଠନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଥରେ ବିସିସିଆଇର ନିର୍ବାଚନ ହୋଇଗଲେ ରାଜ୍ୟ ଆସୋସିଏଶନଗୁଡିକ ମଧ୍ୟ ସେମାନଙ୍କ ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ନେଇଯିବେ। ତେଣୁ ଖୁବଶୀଘ୍ର ଭାରତୀୟ କ୍ରିକେଟ ପ୍ରଶାସନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ହେବ ବୋଲି ନରସିହ୍ମା ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri