ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟରେ ଅବ୍ୟବସ୍ଥା: ପୋଲିଂ ପାର୍ଟି ହଇରାଣ

କେନ୍ଦୁଝର,୨୨ା୪ (ସ୍ବ.ପ୍ର.) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରବିବାର ଦିନ ସ୍ଥାନୀୟ ମାଇନିଂ ସ୍କୁଲ ପରିସରରେ ପୋଲିଂ ପାର୍ଟିଙ୍କୁ ପଠାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଠାରେ ସଦର ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ପୋଲିଂ ପାର୍ଟି ପ୍ରସ୍ତୁତ କରାଯାଇ ପଠାଯାଇଥିଲା। ତେବେ ଏହି ଆୟୋଜନ ବେଳେ ବହୁ ସମସ୍ୟା ଦେଖାଦେଇଥିଲା। ଗଣତନ୍ତ୍ରର ମହାପର୍ବ ନିର୍ବାଚନ ହେଉଥିବାରୁ କେହି ମୁହଁ ଖୋଲି ନ ଥିଲେ ହେଁ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଛିଣ୍ଡା ଟେଣ୍ଟ ତଳେ ପୋଲିଂ ପାର୍ଟିଙ୍କୁ ବସାଇ ଦିଆଯାଇଥିଲା। ଏପରିକି ସ୍ଥାନ ଅଭାବରୁ ଖାଲା ପଡ଼ିଆରେ ଖରାରେ ଅନେକ ପୋଲିଂ ପାର୍ଟି ସଦସ୍ୟ ବସି ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା। ଖରାରେ ଜଣେ ପୋଲିସ କନଷ୍ଟେବଳ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ତେବେ ଏଭଳି ଖରାରେ ଇଭିଏମ ଓ ଭିଭିପିଏଟି ମେଶିନ ଧରି ପୋଲିଂ ପାର୍ଟି ବସିବା ଅନେକଙ୍କୁ ବ୍ୟଥିତ କରିଥିଲା। ପ୍ରବଳ ଖରା ଯୋଗୁ ଇଭିଏମ ମେଶିନ ବାକ୍ସ ଗରମ ହୋଇ ଖରାପ ହେବା ସମ୍ଭାବନା ଥିଲା। ସେହିପରି ହଠାତ ଅପରାହ୍ନରେ ବର୍ଷା ଓ ପବନ ହେବାରୁ ପୋଲିଂ କର୍ମଚାରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। କେତେକଙ୍କ ସାମଗ୍ରୀ ମଧ୍ୟ ଓଦା ହୋଇଯାଇଥିଲା। ସକାଳୁ ପୋଲିଂ ପାର୍ଟି ପହଁଞ୍ଚତ୍ଥିଲେ ହେଁ ଖାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ପ୍ରଥମ ଥର ପାଇଁ ମହିଳା କର୍ମଚାରୀ ନିର୍ବାଚନରେ ସାମିଲ ହୋଇଥିବାବେଳେ ସେମାନଙ୍କ ପାଇଁ ଖାଦ୍ୟ,ପାନୀୟ ବ୍ୟବସ୍ଥା ତ ଦୂରର କଥା ଆବଶ୍ୟକ ଶୌଚାଳୟ ବ୍ୟବସ୍ଥା କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ପଡିଆ ସମତୁଲ କରାଯାଇ ନ ଥିବାରୁ ପୋଲିଂ କର୍ମଚାରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାଣି ପାଇଁ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିବାବେଳେ ସେଥିରୁ ପାଣି ବୋହି ଚାରିଆଡ଼େ ପଡୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ଜଣେ ଜଣେ ସେକ୍ଟର ଅଫିସରଙ୍କୁ ୪/୫ଟି ବୁଥ ବଦଳରେ ଦୁଇଟି ପଞ୍ଚାୟତ ଅର୍ଥାତ୍‌ ପାଖାପାଖି ୧୩/୧୪ ଟି ବୁଥ ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ

ନୀଳଗିରି, ୦୨/୦୧(ପ୍ରଶାନ୍ତ କୁମାର ବିଶ୍ୱାଳ): ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri