ନିର୍ବାଚନରେ ବ୍ୟବହୃତ ଗାଡି ଭଡା ମିଳିନି: ଭିକ୍ଷାଥାଳ ଧରି ଧାରଣାରେ ବସିଲେ ଗାଡି ମାଲିକ

ସୋନପୁର, ୨।୧୨(ନି.ପ୍ର.): ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ବେସରକାରୀ ଗାଡିର ଭଡା ମିଳୁନି। ଗାଡି ମାଲିକ ମାନେ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ ସେମାନଙ୍କୁ ପ୍ରାୟ ୧୨ଲକ୍ଷ ଟଙ୍କାର ଭଡା ବାବଦ ପ୍ରାପ୍ୟ ମିଳି ନଥିବା ଅଭିଯୋଗ ହୋଇଛି । ତେଣୁ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ସମ୍ମୁଖରେ ଭିକ୍ଷାଥାଳ ଧରି ଗାଡି ମାଲିକମାନେ ଧାରଣାରେ ବସିଥିଲେ। ଏହା ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ପ୍ରକାଶ ଯେ, ଜିଲାର ପୋଲିସ ଅଧିକାରୀମାନେ ଏହି ଗାଡି ବ୍ୟବହାର କରିଥିଲେ। ଇନୋଭା, ବୋଲେରୋ, ସ୍କର୍ପିଓ, ପିକ୍‌ଅପ ଭ୍ୟାନ ଓ ମିନିଟ୍ରକ୍‌ ଆଦି ସରକାରୀଭାବେ ଭଡାରେ ୩୦ରୁ ୪୦ ଦିନ ବ୍ୟବହୃତ ହୋଇଥିବା ମାଲିକମାନେ ଦର୍ଶାଇଛନ୍ତି। ୬ ମାସ ପରେ ବି ୨୩ଜଣ ଗାଡି ମାଲିକଙ୍କୁ ଭଡା ମିଳି ନ ଥିବାରୁ ସେମାନେ ଅସୁବିଧା ଭୋଗୁଛନ୍ତି। ମାତ୍ର ନିର୍ବାଚନରେ ବ୍ୟବହାର ହୋଇଥିବା ଅନ୍ୟ ସବୁଗାଡିର ମାଲିକମାନେ ନିର୍ଦ୍ଧାରିତ ସମୟରେ ଭଡା ପାଇ ସାରିଛନ୍ତି। ସୋମବାର ଗାଡି ମାଲିକମାନେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଭେଟି ପ୍ରାପ୍ୟ ଦାବି କରିଥିଲେ। ଜିଲାପାଳ କହିଥିଲେ ଯେ, ଇତିମଧ୍ୟରେ ଜିଲା ଓ ରାଜ୍ୟ ନିର୍ବାଚନ ଅଧିକାରୀ ବଦଳିଛନ୍ତି। ପ୍ରାପ୍ୟ ପ୍ରଦାନରେ ବିଳମ୍ବ ହୋଇଛି। ଏଥିପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖାଯାଇଛି। ଅନୁମତି ମିଳିଲେ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲାପାଳ କହିଥିଲେ। ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ଓ ପୁରୁଷୋତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗାଡି ମାଲିକ ସମ୍ବିତ ମେହେର, ସୁବ୍ରତ ପଧାନ, ପ୍ରହଲ୍ଲାଦ ପ୍ରଧାନ, ବିଭୂତି ବିଶ୍ୱାଳ, ଶଙ୍କର୍ଷଣ ବିଶି, ସୁଶାନ୍ତ ମହାକୁର, ସଞ୍ଜିବ କୁମାର ବେହେରା ଓ କୃପାସିନ୍ଧୁ ମହାପାତ୍ର ପ୍ରମୁଖ ଧାରଣାରେ ବସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri