ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସାରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): ଜ୍ଞାନର ପରିସୀମା ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ। ଏହାର ସଫଳତା ପାଇଁ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଗବେଷଣା ଓ ଦକ୍ଷତା ବିକାଶ ଆଦିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଅନେକଗୁଡ଼ିଏ ପରିବର୍ତ୍ତନକାରୀ ସଂସ୍କାର ଆଣିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ବୁଧବାର କୃଷି ଭବନଠାରେ ଆୟୋଜିତ ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ହାୟର ଏଜୁକେଶନ୍‌ ପ୍ରୋଗ୍ରାମ ଫର୍‌ ଏକ୍ସିଲେନ୍ସି ଆଣ୍ଡ୍‌ ଇକ୍ବିଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଦିଗ୍‌ଦର୍ଶନ କର୍ମଶାଳାରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଏହା କହିଥିଲେ। ଶିକ୍ଷାରେ ବିନିଯୋଗ ହେଉଥିବା ଅର୍ଥ ହେଉଛି ମାନବ ପାଇଁ ଶ୍ରେଷ୍ଠ ପୁଞ୍ଜିଲଗାଣ। ତେଣୁ ବିଶ୍ୱବ୍ୟାଙ୍କ ସହାୟତାରେ ପରିଚାଳିତ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରି ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣି ଛାତ୍ରୀଛାତ୍ରଙ୍କୁ ଏହାର ସୁଫଳ ଯୋଗାଇଦେବାକୁ ପଡ଼ିବ। ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା ରହିଛି। ଶିକ୍ଷାନୁଷ୍ଠାନରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରି ଶିକ୍ଷାଦାନ ସହିତ ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ କରି ପରୀକ୍ଷା ଓ ପରୀକ୍ଷା ଫଳ ପ୍ରକାଶ କରିବାକୁ ମନ୍ତ୍ରୀ କର୍ମଶାଳାରେ ଯୋଗଦେଇଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିନିଧିମାନଙ୍କୁ କହିଥିଲେ।
କାର୍ଯ୍ୟକ୍ରମ ଜରିଆରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଆର୍ଥିକ ପରିଚାଳନାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ପ୍ରଶାସନିକ ଦକ୍ଷତା ବୃଦ୍ଧି, ଶିକ୍ଷାନୁଷ୍ଠାନ ଆର୍ଥିକ ପରିଚାଳନାରେ ଉନ୍ନତି ଓ ସ୍ବଚ୍ଛତା ଆଣିବା ସହ ଅନ୍‌ଲାଇନ୍‌ କ୍ୟାସ୍‌ବୁକ୍‌ ଲେଖିବା ପାଇଁ ଏକ ସ୍ବତନ୍ତ୍ର ସଫ୍ଟୱେୟାର ପ୍ରଚଳନ, ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା, ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ହାସଲ, ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ସୁଯୋଗ ବୃଦ୍ଧି ଆଦି ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ହାୟର ଏଜୁକେଶନ୍‌ ପ୍ରୋଗ୍ରାମ ଫର୍‌ ଏକ୍ସିଲେନ୍ସି ଆଣ୍ଡ ଇକ୍ବିଟି କାର୍ଯ୍ୟକ୍ରମର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ୍‌ ବି. କର୍ମଶାଳା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକାପ୍ତା ବିକ୍ରି ବେଳେ ଉଦ୍ଧାର: ୮ ଗିରଫ

ମାଲକାନଗିରି,୧୭।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା କାଲିମେଳା ବନାଞ୍ଚଳ ଅଧୀନ ପୋଟେରୁ ଅଞ୍ଚଳରୁ ବନବିଭାଗ ଶନିବାର ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୮ ଜଣ...

ବରଗଡ଼ ଏସ୍‌ପିଙ୍କ ବଦଳି କରାଯାଉ: ଭାଜପା

ଭୁବନେଶ୍ବର, ୨୯ା୧୧(ବ୍ୟୁରୋ): ବିଜେଡି ଶାସନ କଳର ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଅନବରତ ପ୍ରଚେଷ୍ଟା ଜାରି ରଖିଛି। ପୋଲିସ ଓ ପ୍ରଶାସନକୁ ମଧ୍ୟ...

ବର୍ଜ୍ୟ ଜଳ ଜଣାଇବ ଏସବୁ ରୋଗର ସ୍ଥିତି

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ବର୍ଜ୍ୟ ଜଳରୁ କୋଭିଡ୍‌ ସ୍ଥିତି ଜାଣି ହେବ । ବର୍ଜ୍ୟ ଜଳର କ’ଣ ରହିଛି ସ୍ଥିତି ଏବଂ ସଂକ୍ରମଣ ବଢିବାର ଆଶଙ୍କା ରହିଛି କି...

ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ଉତ୍ତେଜନା

କଟକ ଅଫିସ,୧୦।୧୧: ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ସିଡିଏ ୬ ନଂ ଅଞ୍ଚଳର ଜଣେ ୩ ବର୍ଷର ଶିଶୁ...

ୟୁନିୟନ୍‌ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ,୨୦।୩: ଘରୋଇ ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ରେ ରହିବ। ଏନେଇ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ...

ଆସୁଛି ଆଉ ୨ ଲଘୁଚାପ

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ୩ ଦିନ ପରେ...

ଓଡ଼ିଶାର ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା

ଭୁବନେଶ୍ୱର, ୭।୯(ବ୍ୟୁରୋ): ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ଆଉଏକ ସଫଳତା ହାସଲ କରିଛି। ଓଡ଼ିଶାର ନୂଆ ପ୍ରଜାତି ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା ମିଳିଛି।...

ଏକାଦଶ ପରୀକ୍ଷା କଡ଼ାକଡ଼ି ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ୨ ପ୍ରଥମ ବର୍ଷ (ଏକାଦଶ) ପରୀକ୍ଷା କଡାକଡି କରାଯିବା ଲାଗି ରାଜ୍ୟ ସରକାର ଗତ ୧୪ତାରିଖରେ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ...

Advertisement
Archives

Model This Week