ନିର୍ଦ୍ଦେଶକ ହେବାକୁ ଡରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶହାରୁଖ ଖାଁ ଏବେ ଆମେରିକାରେ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଏତିକିବେଳେ ସେ ଟକିଙ୍ଗ ମୁଭିଜ୍‌ ନାମକ ଏକ ଶୋ’ରେ ସାକ୍ଷାତ୍‌କାର ଦେଇଥିବା ବେଳେ ତାଙ୍କର କିଛି କଥା ଚର୍ଚ୍ଚାକୁ ଆସିଛି। ଶାହାରୁଖ ଉକ୍ତ ଶୋ’ରେ କହିଛନ୍ତି ସେ ନିର୍ଦ୍ଦେଶକ ହେବାକୁ ଭୟ କରନ୍ତି। କାରଣ ନିର୍ଦ୍ଦେଶକ ହେବା ଅର୍ଥ ହେଉଛି ଏକୁଟିଆ ବସି କାମ କରିବା। ତେଣୁ ଅଭିନେତା ହିସାବରେ ସେ ଯେତିକି ଏକେଲାପଣ ଅନୁଭବ କରନ୍ତି ନିର୍ଦ୍ଦେଶକ ହେଲେ ସେ ବଞ୍ଚି ପାରିବେ ନାହିଁ ବୋଲି କହିଛନ୍ତି। କେବଳ ସେତିକି ନୁହେଁ ଜଣେ ନିର୍ଦ୍ଦେଶକ ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ବହନ କରି ଥାଆନ୍ତି। ଶୁଟି ସେଟ୍‌ରୁ ଆରମ୍ଭ କରି ଅଭିନେତ୍ରୀ ଅଭିନେତାଙ୍କ ଡାଏଲଗ କହିବା, ଅନ୍ଧାର ଘରେ ପସି ଏଡିଟିଂ କରିବା, ଫିଲ୍ମ ହିଟ୍‌ ହେଲା କି ଫ୍ଲପ୍‌ ହେଲା ସବୁ ତାଙ୍କ ମୁଣ୍ଡରେ ଯାଇଥାଏ। ତେଣୁ ଏହା ଏକ କଠିନ କାମ ବୋଲି ସେ କହିଛନ୍ତି। ଏହାକୁ ସେ ଆଦୌ କରିପାରିବେ ନାହିଁ। ତେଣୁ ଭବିଷଷ୍ୟତରେ ସେ କେବେବି ନିର୍ଦ୍ଦେଶକ ହେବାକୁ ଲକ୍ଷ୍ୟ ରଖି ନ ଥିବା ପ୍ରକାଶ କରିଛନ୍ତି। ବେଶ୍‌ କିଛିଦିନ ହେବ ବଡ ପରଦାରେ ଲଗାତାର ତାଙ୍କ ଫ୍ଲପ୍‌ ଫିଲ୍ମ ଦେବାପରେ ଏବେ ସେ ଏକ ପ୍ରକାର ବଡ ପରଦାରୁ ଦୂରେଇ ଯାଇଛନ୍ତି କହିଲେ ଚଳେ। ହେଲ ସେ ପୁଣିଥରେ ବଡ ପରଦାକୁ ଶୀଘ୍ର ଫେରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ବି ସୁପରହିଟ୍‌ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି। ଐଶ୍ୱର୍ଯ୍ୟା ରାୟ: ନିଜର ସୌନ୍ଦର୍ଯ୍ୟ...

ବିରାଟ-ଅନୁଷ୍କାଙ୍କ ବଣ୍ଡିଂ ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି ଏହି ଫଟୋରୁ: ହେଉଛି ଭାଇରାଲ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନଭେମ୍ବର ୫ରେ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ...

ପ୍ରେମିକ ଅର୍ଜୁନଙ୍କୁ ଜନ୍ମଦିନରେ ଏପରି ଶୁଭେଚ୍ଛା ଜଣାଇଲେ ମଲାଇକା

ବମ୍ବେ: ଆଜି ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ। ଏହାକୁ ନେଇ ତାଙ୍କ ପରିବାରଲୋକଙ୍କଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ ଛୁଟୁଛି। ହେଲେ ସବୁଠାରୁ ଖାସ୍‌...

ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରିୟଙ୍କାଙ୍କ ପତି ନିକ୍‌

ମୁମ୍ବାଇ: ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା ବିବାହ ପରେ ତାଙ୍କ ସ୍ୱାମୀ ନିକ୍ ଜୋନସଙ୍କ ସହ ଆମେରିକାରେ ରହୁଛନ୍ତି । ହେଲେ ଏହି ଦେଶୀ ଗର୍ଲଙ୍କ...

ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିଧବା ହୋଇଯାଇଥିଲେ ଏହି ସଫଳ ଅଭିନେତ୍ରୀ

ବିଗତ ଦିନର ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲୀନା ଚନ୍ଦାଭରକର। ୨୯ ଅଗଷ୍ଟ ୧୯୫୦ରେ କର୍ନାଟକରେ ଜନ୍ମଗ୍ରହଣ କରିଥିବା ଲୀନାଙ୍କର ଆଜି ହେଉଛି...

ଘରେ ବିଜ୍ଞାପନ ଶୁଟିଂ କଲେ ଦୀପିକା

ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଦୀପିକା ଚିଖଲିୟା। ବର୍ତ୍ତମାନ କରୋନା ଭୟରେ ଦୀପିକା ଘରେ ଶୁଟିଂ କରୁଛନ୍ତି। ନିକଟରେ ସେ...

ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ

ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା...

ଗୋଲଡେନ୍ ଗର୍ଲ ସୁସ୍ମିତା

ମୁମ୍ବାଇ: ପୂର୍ବତନ ମିସ୍ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ ଏବେ ଫିଲ୍ମରେ ନଜର ଆସୁ ନାହାନ୍ତି ସତ । ହେଲେ ସେ ସୋସିଆଲ ମିଡିଆରେ...

Advertisement
Archives

Model This Week