ନିର୍ଜୀବ ନନ୍ଦନକାନନ

ବଅଁରପାଳ,୧୯ା୩(ଉପେନ୍ଦ୍ର ରାଉତ) : ହ୍ରାସ ପାଉଛି ଜଙ୍ଗଲ। ଲୋପ ପାଉଛନ୍ତି ବିଭିନ୍ନ ଜୀବଜନ୍ତୁ, ସରୀସୃପ। ତେଣୁ ଜୀବ ପ୍ରତି ଦୟାଭାବ ଓ ବିରଳ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁକୁଡାଙ୍ଗ ଗ୍ରାମରେ ରହିଛି ନିର୍ଜୀବ ନନ୍ଦନକାନନ। ଦୀର୍ଘ ୩୬ ବର୍ଷ ତଳେ ଗ୍ରାମବାସୀ ନେଇଥିବା ଏହି ଅଭିନବ ପଦକ୍ଷେପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

୧୯୮୪ ମସିହାରେ ବଅଁରପାଳ ବ୍ଲକ କୁକୁଡାଙ୍ଗ ଗ୍ରାମର ଯେଉଁଠାରେ ଏହି ନିର୍ଜୀବ ନନ୍ଦନକାନନ ନିର୍ମାଣ କରାଯାଇଥିଲା ପୂର୍ବରୁ ତାହା ଏକ ପରିତ୍ୟକ୍ତ ପାହାଡ଼ ଥିଲା। ବଡ଼ ବଡ଼ ପଥର ସହ ଲଟାବୁଦାରେ ପରିପୂର୍ଣ୍ଣ ଯୋଗୁ ଦିନରେ ବି ଉକ୍ତ ସ୍ଥାନ ଲୋକଙ୍କ ପାଇଁ ଅଗମ୍ୟ ଥିଲା। ତେବେ ନିକଟରେ ମା’ ମଙ୍ଗଳାଙ୍କ ପୀଠସ୍ଥଳୀ ଥିବାରୁ ଉକ୍ତ ପାହାଡ଼ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଦିଷ୍ଟ ଯୋଜନା କରିବା ପରେ ଉକ୍ତ ପାହାଡ଼ରେ ତେନ୍ତୁଳି, କରଞ୍ଜ ଓ ଆଙ୍କୁଲା ଆଦି ବିଭିନ୍ନ ଔଷଧୀୟ ଚାରା ରୋପଣ କରିଥିଲେ। ପରେ ଧୀରେ ଧୀରେ ଲୋପ ପାଇଯାଉଥିବା ବନ୍ୟଜନ୍ତୁଙ୍କ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ସେଠାରେ ଏକ ନିର୍ଜୀବ ନନ୍ଦନକାନନ କରିଥିଲେ।

 

ଦର୍ଶନୀୟ ସହ ଶିକ୍ଷଣୀୟ
ଏକ ପରିତ୍ୟକ୍ତ ସ୍ଥାନକୁ ସୌନ୍ଦର୍ଯ୍ୟକରଣ ସହ ଶିକ୍ଷଣୀୟ କରିବାରେ ଯୁବଗୋଷ୍ଠୀଙ୍କ ଉଦ୍ୟମ ନିଶ୍ଚିତ ପ୍ରଶଂସାଯୋଗ୍ୟ। ଜନମାନସରୁ ଅଦୃଶ୍ୟ ହୋଇଯାଉଥିବା ଅନେକ ଜୀବଜନ୍ତୁଙ୍କ ପଥର ଓ ସିମେଣ୍ଟ ମୂର୍ତ୍ତି ଦେଖି ଛାତ୍ରୀଛାତ୍ର ଓ ସାଧାରଣ ଲୋକେ ସେମାନଙ୍କ ବିଷୟରେ ଅନେକ କିଛି ଜାଣିପାରୁଛନ୍ତି।
-ସଂଯୁକ୍ତା ତ୍ରିପାଠୀ
ପୂର୍ବତନ ସରପଞ୍ଚ, କୁକୁଡ଼ାଙ୍ଗ

ସଚେତନତାର ପରିଚୟ
କୁକୁଡ଼ାଙ୍ଗ ଗ୍ରାମର ନିର୍ଜୀବ ନନ୍ଦନକାନନ ଗ୍ରାମବାସୀଙ୍କ ସଚେତନତାର ପରିଚୟ ଦେଉଛି। ଏଥିପ୍ରତି ଜିଲା ପ୍ରଶାସନ, ନାଲ୍‌କୋ, ଏମ୍‌ସିଏଲ୍‌ ଓ ଏଫ୍‌ସିଆଇ କର୍ତ୍ତୃପକ୍ଷ ଯଦି ସାହାଯ୍ୟ ଓ ସହଯୋଗର ହାତ ବଢ଼ାନ୍ତେ ତା’ହେଲେ ଏହା ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଣଗିତ ହୋଇପାରନ୍ତା।
-ବିନୋଦ ଶତପଥୀ
ଗ୍ରାମବାସୀ, କୁକୁଡ଼ାଙ୍ଗ

ଉନ୍ନତୀକରଣ ଆବଶ୍ୟକ
ଉକ୍ତ ସ୍ଥାନର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। କିନ୍ତୁ ଏଠାରେ ବିଦ୍ୟୁତ୍‌, ପାନୀୟଜଳ ସହ ଭଲ ଗମନାଗମନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହାର ଉନ୍ନତୀକରଣ ସହ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ଦରକାର। ପ୍ରଶାସନ ନିକଟରେ ଏଥିପାଇଁ ଖୁବ୍‌ଶୀଘ୍ର ଦାବି କରାଯିବ।
-ପ୍ରତାପ ସେନାପତି
ସରପଞ୍ଚ, କୁକୁଡ଼ାଙ୍ଗ

ମୂର୍ତ୍ତି ଗଢ଼ିବା କଷ୍ଟକର ଥିଲା
ଲଟାବୁଦାରେ ପରିପୂର୍ଣ୍ଣ ପାହାଡ଼ର ପଥର ଉପରେ ବିଭିନ୍ନ ବିରଳ ପ୍ରଜାତିର ଜୀବଜନ୍ତୁ ଓ ସରୀସୃପଙ୍କ ମୂର୍ତ୍ତି ଗଢ଼ିବା ବେଶ୍‌ କଷ୍ଟକର ଥିଲା। ତଥାପି ଲକ୍ଷ୍ୟ ପୂରଣରେ ସଫଳ ହୋଇପାରିଛି। କେତେଜଣ ଯୁବଗୋଷ୍ଠୀ ଏଥିରେ ସହାୟତା କରିଛନ୍ତି। ଏହାଦ୍ୱାରା ବିଲୁପ୍ତ ହୋଇଯାଉଥିବା ଜୀବଜନ୍ତୁଙ୍କ ସମ୍ପର୍କରେ ସହଜରେ ସ୍କୁଲ୍‌ ପିଲାମାନେ ଜାଣିପାରୁଛନ୍ତି।
-ରାମଚନ୍ଦ୍ର ସାହୁ
ଯୁବଶିଳ୍ପୀ, କୁକୁଡ଼ାଙ୍ଗ


Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri