ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍‌

ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍‌-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍‌ଡାଉନ। ଏହି ଭାଇରସ୍‌ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା ଶିଳ୍ପ, କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ସେବାକ୍ଷେତ୍ର ଅଚଳ ହୋଇପଡ଼ିଛି। ଏହା ଅର୍ଥନୀତିକୁ ସର୍ବାଧିକ ପ୍ରଭାବିତ କରିବା ସହ ୨୦୨୦ର ଦ୍ୱିତୀୟ ତ୍ରୈମାସିକରେ ବିଶ୍ୱର ୬.୭% କାର୍ଯ୍ୟ ସମୟ (ଓ୍ବାର୍କିଂ ଆଓ୍ବାର୍ସ)କୁ ବିଲୋପ କରିବ, ଯାହା ୧୯୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସହ ସମାନ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) କହିଛି।
ଆରବ ଦେଶଗୁଡ଼ିକରେ ୮.୧%(୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସହ ସମାନ), ୟୁରୋପରେ ୭.୮% (୧୨ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀ), ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୭.୨%(୧୨୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀ) କାର୍ଯ୍ୟ ସମୟ ହ୍ରାସ ଘଟିବା ପୂର୍ବାନୁମାନ କରାଯାଉଛି। ବିଭିନ୍ନ ଆୟକାରୀ ଗୋଷ୍ଠୀ ବିପୁଳ କ୍ଷତି ସହିବା ଆଶଙ୍କା ରହିଛି। ବିଶେଷକରି ଉଚ୍ଚ-ମଧ୍ୟମ ଆୟକାରୀ ଦେଶଗୁଡ଼ିକ ୭% ଅର୍ଥାତ୍‌ ୧୦୦ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ କାର୍ଯ୍ୟ ସମୟ କ୍ଷତି ସହିବେ। ଏହା ୨୦୦୮-୦୯ ମାନ୍ଦାବସ୍ଥାର ପ୍ରଭାବଠାରୁ ବହୁଗୁଣ ଅଧିକ। ଏଥିଯୋଗୁ ରହିବା, ଖାଦ୍ୟ, ଉତ୍ପାଦନ, ଖୁଚୁରା କାରବାର, ବ୍ୟବସାୟ, ପ୍ରଶାସନିକ କାର୍ଯ୍ୟକଳାପ ଆଦି କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି।
୨୦୨୦ରେ ବିଶ୍ୱରେ ସମ୍ଭାବ୍ୟ ବେରୋଜଗାରୀ ବୃଦ୍ଧି ବାସ୍ତବରେ ଭବିଷ୍ୟତର ବିକାଶ ଓ ନୀତିଗତ ପଦକ୍ଷେପ ଉପରେ ନିର୍ଭର କରିବ। ବେକାରି ବୃଦ୍ଧି କ୍ଷେତ୍ରରେ ଆଇଏଲ୍‌ଓର ପ୍ରାରମ୍ଭିକ ଆକଳନ ୨୫ ନିୟୁତ ଥିବାବେଳେ ବର୍ଷ ଶେଷକୁ ଏହି ସଂଖ୍ୟା ବୃଦ୍ଧି ଘଟିବା ଆଶଙ୍କା ରହିଛି। କାର୍ଯ୍ୟକ୍ଷେତ୍ର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବନ୍ଦ ହେବା ଦ୍ୱାରା ୩.୩ ବିଲିୟନ ବିଶ୍ୱ ଶ୍ରମଶକ୍ତିର ପ୍ରତି ୫ଜଣଙ୍କ ମଧ୍ୟରୁ ୪ଜଣ(୮୧ପ୍ରତିଶତ) ପ୍ରଭାବିତ ହୋଇଛନ୍ତି।
ଆଇଏଲଓ ମହାନିର୍ଦ୍ଦେଶକ ଗାୟ ରାଇଡର୍‌ କହିଛନ୍ତି ଯେ, ‘ଉଭୟ ବିକଶିତ ଓ ବିକାଶଶୀଳ ଦେଶରେ ଶ୍ରମିକ ଏବଂ ବ୍ୟବସାୟୀମାନେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏହାର ମୁକାବିଲା ପାଇଁ ଆମକୁ ଏକାଠି ହୋଇ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପଡ଼ିବ। ଠିକ୍‌ ଓ ଜରୁରୀ ପଦକ୍ଷେପ ଜୀବନ ଓ ମରଣ ସମସ୍ୟାର ସମାଧାନ କ୍ଷେତ୍ରରେ ବାଟ ଫିଟାଇପାରେ।’
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧.୨୫ ବିଲିୟନ ଶ୍ରମିକ ନିୟୋଜିତ ଥିବା କେତେକ କ୍ଷେତ୍ର ଚିହ୍ନଟ ହୋଇଛି, ଯେଉଁଥିରେ ଚାକିରି ଛଟେଇ, ଦରମା ଏବଂ କାର୍ଯ୍ୟ ସମୟ ହ୍ରାସ ହେବା ଆଶଙ୍କା ରହିଛି। ବହୁ ସ୍ବଳ୍ପ ବେତନ ପ୍ରାପ୍ତ, ସ୍ବଳ୍ପ କୁଶଳୀ କର୍ମଚାରୀ ହଠାତ୍‌ ଆୟ ହରାଇ ପାରନ୍ତି, ଯାହା ସେମାନଙ୍କ ପାଇଁ ଘାତକ ସାଜିବ। ଏହି ବିପଦପୂର୍ଣ୍ଣ କ୍ଷେତ୍ରଗୁଡିକରେ ଆମେରିକାର ୪୩% ଏବଂ ଆଫ୍ରିକାରେ ୨୬% କର୍ମଚାରୀ ନିୟୋଜିତ ରହିଛନ୍ତି। ଏହି ଅଧ୍ୟୟନ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ସାମାଜିକ ନିରାପତ୍ତା ଅଭାବ, ଜନସଂଖ୍ୟାର ସାନ୍ଧ୍ରତା ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ସାମର୍ଥ୍ୟର ଅଭାବ ସରକାରଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ହାତ ଛାଡ଼ିଲା ରୁଷିଆ: ଭାରତ ନେଇଛି ସାମ୍ବିଧାନିକ ନିଷ୍ପତ୍ତି

ମସ୍କୋ, ୧୦।୮: ଭାରତ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାର ବିରୋଧ କରିବା ଜାରି ରଖିଛି। ତେବେ ରୁଷିଆର ମନ୍ତବ୍ୟ ପାକିସ୍ତାନକୁ ଝଟ୍‌କା...

କରୋନା ସଂକ୍ରମଣରୁ ମୁକ୍ତ ହେଲେ ଇଧି ଫାଉଣ୍ଡେଶନର ମୁଖ୍ୟ

ଇସ୍‌ଲାମାବାଦ,୭।୫: ପାକିସ୍ତାନରେ ଥିବା ଇଧି ଫାଉଣ୍ଡେଶନର ମୁଖ୍ୟ ଫୈଜଲ ଇଧି କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଜଣାପଡିଛି। ଗତ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିବା...

୨୦୩୦ ସୁଦ୍ଧା ଅମର ହୋଇପାରେ ମଣିଷ

ଓ୍ବାଶିଂଟନ୍‌, ୪।୪: ଦୁନିଆରେ ଜନ୍ମ ଓ ମୃତ୍ୟୁ ଏକମାତ୍ର ସତ ବୋଲି କୁହାଯାଏ, ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ବିଜ୍ଞାନ ତଥା ଚିକିତ୍ସା...

ଅକ୍ଟୋବରରେ ଭାରତ ଆସିବେ ଜଷ୍ଟିନ ବିବର

ୱାଶିଂଟନ,୨୦ ।୭: କାନାଡିଆନ ପପ ସିଙ୍ଗର ଜଷ୍ଟିନ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେ ଭାରତରେ ପରଫର୍ମ କରିବେ ବୋଲି ଜଣାପଡିଛି...

ଖୋଲିବ ଅଷ୍ଟ୍ରେଲିଆ ସୀମା

ସିଡନୀ,୭।୨: କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୨୧ରୁ ସୀମା...

ତାଲିବାନ୍‌ ସହିତ ହେବନି ଗୁପ୍ତ ବୈଠକ, ଶାନ୍ତି ଆଲୋଚନା ରଦ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୯: ତାଲିବାନ୍‌ ସହିତ ଗୁପ୍ତ ବୈଠକ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରିଛନ୍ତିି। ଏହା ସହିତ ଶାନ୍ତି ଆଲୋଚନାକୁ ମଧ୍ୟ ରଦ୍ଦ କରାଯାଇଛି...

ତୁର୍କି-ଇରାନ ସୀମାରେ ଆଫଗାନ ଶରଣାର୍ଥୀଙ୍କୁ ଅଟକାଇବା ପାଇଁ ନିର୍ମାଣ ହୋଇଛି ସୁଉଚ୍ଚ ପ୍ରାଚୀର

ତୁର୍କି,୧୭ ।୮: ଆଫାଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରୁଥିବା ଦେଖାଯାଇଛି । ହେଲେ ତୁର୍କି...

ବିବାଦରେ କାଇଲ୍‌ଙ୍କୁ ଦୋଷମୁକ୍ତ ରାୟ

ଓ୍ବାଶିଂଟନ୍‌, ୨୧ା୧୧: ଆମେରିକାର ଜଣେ କିଶୋର କାଇଲ୍‌ ରିଟେନ୍‌ହାଉସ୍‌ଙ୍କୁ ଏକ ହତ୍ୟା ମାମଲାରେ ଦୋଷମୁକ୍ତ କରାଯିବା ରାୟକୁ ନେଇ ବିବାଦ ଦେଖାଦେଇଛି। ଗତ ବର୍ଷ ଅଗଷ୍ଟରେ...

Advertisement
Archives

Model This Week