ମୁମ୍ବାଇ,୨୧-୯: ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଓ ନିବେଶକଙ୍କ ସମ୍ପର୍କିତ ଘୋଷଣା ଦ୍ୱାରା ଶୁକ୍ରବାର ଶେୟାର ବଜାରରେ ରେକର୍ଡ ବୃଦ୍ଧି ଦେଖାଯାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୯୨୧.୧୫ ପଏଣ୍ଟ ବୃଦ୍ଧି ପାଇ ୩୮,୦୧୪.୬୨ରେ ବନ୍ଦ ହୋଇଥିଲା। ଇଣ୍ଟ୍ରା-ଡେ ବା ଦିନର କାରବାର ମଧ୍ୟରେ ଗୋଟିଏ ସମୟରେ ଏହା ୨୨୮୪.୫୫ ପଏଣ୍ଟ ବୃଦ୍ଧି ପାଇଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୫୬୯.୪୦ ପଏଣ୍ଟ ବୃଦ୍ଧି ପାଇ ୧୧,୨୭୪ରେ ବନ୍ଦ ହୋଇଛି। ଇଣ୍ଟ୍ରା-ଡେରେ ଏହା ୬୭୭ ପଏଣ୍ଟ ବୃଦ୍ଧି ପାଇଥିଲା। ୧୦ ବର୍ଷ ଭିତରେ ଗୋଟିଏ ଦିନରେ ସେନ୍ସେକ୍ସ ସର୍ବାଧିକ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ନିବେଶକ ଗୋଟିଏ ଦିନରେ ୬.୮୨ ଲକ୍ଷ କୋଟି ଟଙ୍କା ଫାଇଦା ପାଇଛନ୍ତି। ଏଥିପୂର୍ବରୁ ୨୦୦୯ ମେ ୧୮ରେ ବଜାରରେ ଗୋଟିଏ ଦିନରେ ୨୧୧୦ ପଏଣ୍ଟ ବୃଦ୍ଧି ପାଇଥିଲା। ସେତେବେଳେ ତତ୍କାଳୀନ ଉପା ସରକାର ପୁନର୍ବାର କ୍ଷମତାକୁ ଫେରିଥିଲେ। ମାର୍କେଟ ଏହାର ଉତ୍ସବ ପାଳନ କରିଥିଲା। କର୍ପୋରେଟ ସେକ୍ଟର ଓ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ପକ୍ଷରୁ ବ୍ୟାପକ ହାରରେ କିଣାକିଣି କରାଯିବାରୁ ଶୁକ୍ରବାର ସେନ୍ସେକ୍ସରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିିଳିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସୀତାରାମନ୍ଙ୍କ ଘୋଷଣା ପରେ ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଫଳରେ ବଜାରର ମାର୍କେଟ କ୍ୟାପିଟାଲାଇଜେଶନ ୧୩୮.୫୪ ଲକ୍ଷ କୋଟି ଟଙ୍କାରୁ ଏକାଥରକେ ୧୪୩.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକ ୫ ଲକ୍ଷ କୋଟି ଟଙ୍କା ଫାଇଦା ହାସଲ କରି ମାଲାମାଲ ହୋଇଥିଲେ। ସେନ୍ସେକ୍ସର ୩୦ରୁ ୨୫ ଏବଂ ନିଫ୍ଟିର ୫୦ ମଧ୍ୟରୁ ୪୪ ଶେୟାର ବୃଦ୍ଧି ସହିତ ବନ୍ଦ ହୋଇଥିଲା। ଏନ୍ଏସ୍ଇରେ ୧୧ରୁ ୧୦ ସେକ୍ଟର ଫାଇଦାରେ ରହିଥିଲା। ଅଟୋ ଇଣ୍ଡେକ୍ସ ସବୁଠାରୁ ଅଧିକ ୯.୯% ବୃଦ୍ଧି ପାଇଥିଲା। ଏହା ୨୦୦୯ ମେ ପରେ ସର୍ବାଧିକ ବୃଦ୍ଧି କୁହାଯାଉଛି। ବଜାର ବିଶ୍ଳେଷକ ସେଣ୍ଟ୍ରାଲ ଓ୍ବେଲ୍ଥ ମ୍ୟାନେଜମେଣ୍ଟ ମୁଖ୍ୟ ଦେବାଙ୍ଗ ମେହଟା କହିଛନ୍ତି ଯେ ସରକାରଙ୍କ ଘୋଷଣା ଯୋଗୁ ଆର୍ଥିକ ବିକାଶ ଗତିଶୀଳ ହେବ। ଏଥିଯୋଗୁ କର୍ପୋରେଟ ଓ କ୍ୟାପିଟାଲ ମାର୍କେଟ ଉତ୍ସାହିତ। ମନୋଭାବରେ ସୁଧାର ହେବା ମୁଖ୍ୟ ପ୍ରସଙ୍ଗ। କାରଣ ମନୋଭାବ ବିଗିଡିଯିବା କାରଣରୁ ଗତ କିଛି ଦିନ ହେବ ବଜାର ନିମ୍ନଗାମୀ ହୋଇଚାଲିଥିଲା। ସୂଚନାଥାଉ କି, ଗୋଟିଏ ଦିନରେ ବଡ଼ ଧରଣର ବୃଦ୍ଧି ଚଳିତବର୍ଷ ଚତୁର୍ଥ ଥର ଦେଖିବାକୁ ମିଳିଛି। ଏଥିପୂର୍ବରୁ ସର୍ବାଧିକ ବୃଦ୍ଧି ମେ ୨୦ରେ ହୋଇଥିଲା। ମେ ୧୯ରେ ସାଧାରଣ ନିର୍ବାଚନ ଫଳାଫଳ ପୂର୍ବରୁ ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇଥିଲା। ଫଳରେ ବଜାରରେ ଯଥେଷ୍ଟ ବୃଦ୍ଧି ଦେଖାଯାଇଥିଲା। ସେତେବେଳେ ସେନ୍ସେକ୍ସ ୧୪୮୨ ପଏଣ୍ଟ ବୃଦ୍ଧି ପାଇଥିଲା। ସୂଚନାଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର କର୍ପୋରେଟ ଟିକସକୁ ୨୫.୧୭%କୁ ହ୍ରାସ ଘୋଷଣା କରିଛନ୍ତି। ସେହିପରି ମିନିମମ୍ ଅଲ୍ଟରନେଟ୍ ଟ୍ୟାକ୍ସକୁ ୧୫%କୁ କମାଇବା ସହ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଉପରେ ଲାଗୁ ହୋଇଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାଛଡ଼ା ଅକ୍ଟୋବର ପହିଲା ପରେ ନୂଆ ଭାବେ ପ୍ରତିଷ୍ଠିତ ହେବାକୁ ଥିବା ମାନୁଫାକ୍ଚରିଂ ୟୁନିଟ୍ ପାଇଁ ଟିକସକୁ ୧୫%କୁ ହ୍ରାସ ଘୋଷଣା କରାଯାଇଛି। ଏହାଦ୍ୱାରା ନିବେଶ ବୃଦ୍ଧି ପାଇବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍
ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...
ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି
ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...
ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...
ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...
ପୁଣି ଟ୍ରେନ୍ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...
ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ
ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...
ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...
Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ
ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...
Archives


