ନିଜ ବିକାଶ ନିଷ୍ପତ୍ତି ନେବେ ଆଦିବାସୀ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସେମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ କ୍ଷେତ୍ର ଅକ୍ଷୁଣ୍ଣ ରହିବ। ସବୁକିଛି ନିଷ୍ପତ୍ତି ନେବ ଗ୍ରାମ ପରିଷଦ(କାଉନ୍‌ସିଲ)। ସେମାନଙ୍କ ଜୀବନଜୀବିକା, ପରମ୍ପରା ଓ କୌଳିକ ବୃତ୍ତିରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବେ ନାହିଁ। ରାଜ୍ୟରେ ଥିବା ୧୪ଟି ଅନୁସୂଚିତ ଜନଜାତିବହୁଳ ଜିଲାରେ କାର୍ଯ୍ୟକାରୀ ହେବ ‘ପଞ୍ଚାୟତ ଏକ୍ସଟେନ୍‌ସନ ସିଡ୍ୟୁଲ୍‌ଡ ଏରିଆ’(ପେସା) ନିୟମ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପେସା ରୁଲ୍ସ-୨୦୧୯ ପ୍ରସ୍ତୁତ କରାଯାଇଛି। ହେଲେ ଅବକାରୀ ଅଧିକାରକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। କାରଣ ମହୁଲି ଭାଟି ଓ ତତ୍‌ସମ୍ପର୍କିତ ବିଷୟ ଅବକାରୀ ବିଭାଗ ଅଧୀନରେ ରହିଛି। ଏହି ଅଧିକାର ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ହାତରେ ରହିବ ନା କାଉନ୍‌ସିଲ ଉପରେ ନ୍ୟସ୍ତ କରାଯିବ ସେନେଇ ସମ୍ପୃକ୍ତ ବିଭାଗର ମତାମତ ଲୋଡ଼ାଯାଇଥିଲା। ଏହି ସମସ୍ୟା ଦୂର ହେବାପରେ ଏକ ଚିଠା ବିଲ୍‌ ଆଇନ ବିଭାଗର ଅନୁମୋଦନ ଲାଭ କରଛି। ଏହି ରୁଲ୍ସର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀ କହିଛନ୍ତି।
କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଆଦି ୭ ଜିଲାରେ ସମ୍ପୂର୍ଣ୍ଣ ପେସା ରୁଲ୍ସ ଲାଗୁହେବାକୁ ଥିବା ବେଳେ ସମ୍ବଲପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ଦେବଗଡ଼, ବାଲେଶ୍ୱର, କେନ୍ଦୁଝର ଆଦି ଜିଲାରେ ଆଂଶିକ ଭାବେ କାର୍ଯ୍ୟକାରୀ ହେବ। ମୋଟ୍‌ ୧୨୨ ବ୍ଲକର ୨୦୬୮ଟି ପଞ୍ଚାୟତରେ ଏହା କାର୍ଯ୍ୟକାରୀ ହେବ। ଏହିସବୁ ପଞ୍ଚାୟତରେ ପ୍ରାୟ ୧୩ ହଜାର କାଉନ୍‌ସିଲ ଗଠନ କରାଯିବ। ପ୍ରତ୍ୟେକ ଅନୁସୂଚିତ ଜନଜାତି ଗ୍ରାମରେ ଗୋଟିଏ ଲେଖାଏ କାଉନ୍‌ସିଲ ରହିବ। ଗ୍ରାମସଭା ଦ୍ୱାରା ନିର୍ବାଚିତ ପ୍ରତ୍ୟେକ କାଉନ୍‌ସିଲ୍‌ରେ ଜଣେ ଅଧ୍ୟକ୍ଷ ଓ ୬ଜଣ ସଦସ୍ୟ ରହିବେ। ଏହି ପରିଷଦ ହାତରେ ଗ୍ରାମର ସମସ୍ତ ଦାୟିତ୍ୱ ନ୍ୟସ୍ତ ରହିବ। ଲଘୁ ବନଜାତ ଦ୍ରବ୍ୟ, ଖାଦ୍ୟଶସ୍ୟର ମୂଲ୍ୟ ନିର୍ଦ୍ଧାରଣ, କ୍ଷୁଦ୍ର ଜଳସେଚନ ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ, ହିତାଧିକାରୀ ଚୟନ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡି ଆଦି ଅନୁଷ୍ଠାନର ପରିଚାଳନା ଏବଂ ଅନ୍ୟ ସ୍ଥାନୀୟ ବିଷୟରେ ଗ୍ରାମସଭା ପ୍ରସ୍ତାବ ଆଧାରରେ କାଉନ୍‌ସିଲ ନିଷ୍ପତ୍ତି ନେବ। ଏହାଦ୍ୱାରା ଆଦିବାସୀଙ୍କ ସଂସ୍କୃତି, ପରମ୍ପରା, ଜୀବିକା ସୁରକ୍ଷିତ ରହିବା ସହ ଜଳ, ଜମି, ଜଙ୍ଗଲଗୁଡ଼ିକର ମଧ୍ୟ ସୁରକ୍ଷା ହୋଇପାରିବ। ଜଙ୍ଗଲ ଅଧିକାର ବିଷୟରେ ମଧ୍ୟ ଗ୍ରାମ ପରିଷଦ ନିଷ୍ପତ୍ତି ନେବ।
ପେସା ଆଇନ କାର୍ଯ୍ୟକାରୀ ହେବାକୁ ଥିବା ପଞ୍ଚାୟତଗୁଡ଼ିକର କୌଣସି କ୍ଷମତା ରହିବ ନାହିଁ। କେନ୍ଦ୍ର ସରକାର ୧୯୯୬ରେ ପେସା ଆଇନ କାର୍ଯ୍ୟକାରୀ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଯୋଗୁ ଆଦିବାସୀମାନଙ୍କୁ ସେମାନଙ୍କ ମୂଳ ବସତିରୁ ବିସ୍ଥାପିତ ହେବାକୁ ପଡୁଛି। ଅଚାନକ ପରିବର୍ତ୍ତନକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି। ଫଳରେ ଯେତେ ଯୋଜନା କଲେ ମଧ୍ୟ ଆଦିବାସୀମାନଙ୍କର ବିକାଶ ହୋଇପାରୁନାହିଁ। ସେମାନଙ୍କ ଜରିଆରେ ସେମାନଙ୍କର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ କରିବା ପେସା ଆଇନର ମୂଳ ଲକ୍ଷ୍ୟ। ୧୧ଟି ଆଦିବାସୀବହୁଳ ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ହେଲେ ଦୀର୍ଘ ୨୩ ବର୍ଷ ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।
ରାଜ୍ୟ ସରକାର ଦୀର୍ଘବର୍ଷ ପରେ ପେସା ରୁଲ୍ସ ଆଣିବାକୁ ଉଦ୍ୟମ କରୁଥିଲେ ମଧ୍ୟ ତାହାର କାର୍ଯ୍ୟକାରିତା ନେଇ ଆଶଙ୍କା ଦେଖାଦେଇଛି। ଅନୁସୂଚିତ ଅଞ୍ଚଳର ପଞ୍ଚାୟତଗୁଡ଼ିକରେ ୫୦ ପ୍ରତିଶତ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଏହି ନୂଆ ପେସା ରୁଲ୍ସ କାର୍ଯ୍ୟକାରୀ ହେଲେ ସେହିସବୁ ପଞ୍ଚାୟତର କୌଣସି ଭୂମିକା ରହିବ ନାହିଁ। ପୁଣି ସମ୍ପୃକ୍ତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ସରକାର ପେସା ରୁଲ୍ସକୁ ଯଦି କଡ଼ାକଡ଼ି ଲାଗୁ କରିବେ, ତେବେ ଅନୁସୂଚିତ ଅଞ୍ଚଳରେ ସରପଞ୍ଚଙ୍କର କୌଣସି କ୍ଷମତା ରହିବ ନାହିଁ। ଏ ନେଇ ପଞ୍ଚାୟତସ୍ତରରେ ବିଦ୍ରୋହ ହେବାର ଆଶଙ୍କା ରହିଛି।
ଆଦିମ ଏବଂ ବିଲୁପ୍ତ ହେବାକୁ ବସିଥିବା କେତେକ ଆଦିବାସୀ ସ୍ବାଧୀନତା ପରଠାରୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଚାଲିଛନ୍ତି। ପେସା ରୁଲ୍ସ ଲାଗୁକରି ସରକାର ତୃଣମୂଳସ୍ତରରୁ ବିଭିନ୍ନ ବର୍ଗର ଅବହେଳିତ ଆଦିବାସୀଙ୍କ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ରୁଲ୍ସ କିପରି ଲାଗୁ ହେବ ତାହା ଉପରେ ରହିଛି ନଜର। ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ହେଲା, ଓଡ଼ିଶା ପ୍ରଥମ ରାଜ୍ୟ, ଯେକି ଆଦିବାସୀବହୁଳ ଜିଲାରେ ଆଦିବାସୀମାନଙ୍କୁ ପଞ୍ଚାୟତସ୍ତରରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri