ନିଜ କର୍ମଚାରୀଙ୍କୁ ଆମାଜନର ପ୍ରସ୍ତାବ ;ଚାକିରି ଛାଡ଼, ବ୍ୟବସାୟ କର

ନୂଆଦିଲ୍ଲୀ,୧୫-୫: ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ ଏହାର କର୍ମଚାରୀଙ୍କୁ ଏକ ଅଦ୍ଭୁତ ପ୍ରସ୍ତାବ ଦେଇଛି। ଗ୍ରାହକଙ୍କ ନିକଟରେ ସାମଗ୍ରୀକୁ ଯଥାଶୀଘ୍ର ପହଞ୍ଚାଇବା ଲକ୍ଷ୍ୟରେ କମ୍ପାନୀ ଏଭଳି ପ୍ରସ୍ତାବ ଦେଇଥିବା କୁହାଯାଉଛି। କର୍ମଚାରୀମାନେ ଆମାଜନର ଚାକିରି ଛାଡ଼ି କମ୍ପାନୀର ପ୍ୟାକେଜ ଡେଲିଭରୀ ବ୍ୟବସାୟ ଆରମ୍ଭ କରିବାକୁ କୁହାଯାଇଛି। କମ୍ପାନୀ ଏହି କାମ ଲାଗି କର୍ମଚାରୀଙ୍କୁ ଅର୍ଥ ସହାୟତା କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆମାଜନ ପ୍ରାଇମ ମେମ୍ବର୍ସଙ୍କ ଡେଲିଭରୀ ଟାଇମକୁ ଦୁଇ ଦିନରୁ ହ୍ରାସ କରି ଗୋଟିଏ ଦିନ କରିବା ଲାଗି କମ୍ପାନୀ ପ୍ରୟାସ କରୁଛି। ଏଭଳି ପ୍ରୋତ୍ସାହନ ପ୍ରୟାସ ଦ୍ୱାରା ଗ୍ରାହକଙ୍କ ନିକଟରେ ଖୁବଶୀଘ୍ର ସାମଗ୍ରୀ ପହଞ୍ଚାଇ ହେବ ବୋଲି କମ୍ପାନୀ ମନେ କରୁଛି। ଆମାଜନ ପକ୍ଷରୁ ଅଫର୍‌ ଘୋଷଣା କରି କୁହାଯାଇଛି ଯେ, କମ୍ପାନୀର ଚାକିରି ଛାଡ଼ି  ଯେଉଁ କର୍ମଚାରୀ ଡେଲିଭରୀ ବ୍ୟବସାୟ ଆରମ୍ଭ କରିବେ, କମ୍ପାନୀ ପକ୍ଷରୁ ତାଙ୍କୁ ୧୦ ହଜାର ଡଲାର(ପ୍ରାୟ ୭ ଲକ୍ଷ ଟଙ୍କା)ର ସହାୟତା ପ୍ରଦାନ କରାଯିବ। ଏଥିସହିତ କର୍ମଚାରୀଙ୍କୁ ୩ ମାସର ବେତନ ମଧ୍ୟ ଦିଆଯିବ। ଉଭୟ ପାର୍ଟଟାଇମ ଏବଂ ଫୁଲଟାଇମ କର୍ମଚାରୀଙ୍କ ଲାଗି ଏହି ପ୍ରସ୍ତାବ ଦିଆଯାଇଛି। ଆମାଜନର ଅର୍ଡରକୁ ପ୍ୟାକ୍‌ କରିବା ସହ ଉଲ୍ଲିଖିତ ଠିକଣାରେ ପଠାଉଥିବା ଓ୍ବେରହାଉସ କର୍ମଚାରୀଙ୍କୁ ମଧ୍ୟ ଏହି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri