ନିଜ ଅଳିଆ ନିଜ ପାଖେ ରଖ: ସାମୂହିକ ସଫେଇ ପରେ ଚମକିଲା ଏକାମ୍ରକ୍ଷେତ୍ର

ଭୁବନେଶ୍ୱର, ୨୪ା୨ (ବ୍ୟୁରୋ): ନିଜ ଅଳିଆ ନିଜ ପାଖେ ରଖ, ସୌନ୍ଦର୍ଯ୍ୟଭରା ଏକାମ୍ରକ୍ଷେତ୍ର ଅଞ୍ଚଳକୁ ଅଳିଆ ଗଦା କରନି। ଘରେ ଡଷ୍ଟବିନ୍‌ ରଖ, ସଫେଇ ଓ ପରିମଳ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ସହଯୋଗର ହାତ ବଢ଼ାଅ। ସଫେଇ କର୍ମଚାରୀ ଆସି ତୁମ ଘରୁ ଅଳିଆ ନେବେ। କୌଣସି ନାଗରିକ ଘର ଅଳିଆକୁ ରାସ୍ତାରେ ପକାଇଲେ ସେଗୁଡ଼ିକୁ ପୁଣିଥରେ ତାଙ୍କ ଘରକୁ ଫିଙ୍ଗାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ରବିବାର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଏକ ବଡ଼ଧରଣର ସାମୂହିକ ସଫେଇ ଅଭିଯାନ (ମୁଁ ସଫେଇ ବାଲା) ଚାଲିଥିବାବେଳେ କମିଶନର ଚୌଧାରୀ ଲୋକଙ୍କୁ ବୁଝାଇବା ସହ ଏହି ଚେତାବନୀ ଶୁଣାଇଛନ୍ତି। ଏଥିସହ ବୋଇତାଳି ମନ୍ଦିର ସମ୍ମୁଖ ରଥରୋଡ୍‌ର ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ ସାମଗ୍ରୀ ଓ ବର୍ଜ୍ୟ ବାହାରେ ପଡିଥିବା ଦେଖି ବିରକ୍ତ ହେବା ସହ ତାହାକୁ ସେହି ଘରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜେସିବି ସାହାଯ୍ୟରେ ଘର ନିର୍ମାଣ ବର୍ଜ୍ୟକୁ ସେହି ଘର ଭିତରେ ରଖାଯାଇଥିଲା। ଅଳିଆ ବାହାରେ ଫୋପାଡ଼ିବା ପରେ ବିଏମ୍‌ସି ଚୁପ୍‌ ରହିବ ନାହିଁ। ସହରକୁ ସ୍ବଚ୍ଛ ଓ ସୌନ୍ଦର୍ଯ୍ୟମୟ କରିବାରେ ବିଏମ୍‌ସି ଏବେ ଅଣ୍ଟା ଭିଡ଼ିଥିବାବେଳେ ନାଗରିକମାନେ ବିଏମ୍‌ସିକୁ ସାହାଯ୍ୟ କରିବେ ବୋଲି କମିଶନର ଚୌଧାରୀ ଆଶା ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମହାଶିବରାତ୍ରି ଅବସରରେ ଏକାମ୍ର କ୍ଷେତ୍ରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଫଳରେ ବହୁ ମାତ୍ରାରେ ବର୍ଜ୍ୟ ଓ ପଲିଥିନ୍‌ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଗଦା ହୋଇରହିଥିଲା। ଲିଙ୍ଗରାଜ ମନ୍ଦିରକୁ ଲାଗି ରହିଥିବା ୬୬ ଏକର ଜମିରେ ପଡ଼ି ରହିଥିବା ଉକ୍ତ ଅଳିଆଗୁଡ଼ିକୁ ସଫା କରିବା ପାଇଁ ବିଏମ୍‌ସି ୧୦୦୦ ସ୍ବେଚ୍ଛାସେବୀ ଓ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିଥିଲା। ସିନେ ତାରକା ଅର୍ଚ୍ଚିତା ସାହୁ, ବିଏମ୍‌ସି କମିଶନର ଚୌଧାରୀ ଓ ଜିଲାପାଳ ଖୋର୍ଦ୍ଧା ସୀତାଂଶୁ କୁମାର ରାଉତ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିବା ସହ ନିଜେ ସଫେଇରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ରଥଖଳାଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରଥରୋଡ୍‌ ଦେଇ ମାଉସୀ ମା’ ମନ୍ଦିର ଯାଏ ଯାଇଥିଲେ। ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର ଚତୁଃପାର୍ଶ୍ୱ, ଭଜନ ମଣ୍ଡପରୁ ଭାଇସୀମା ଛକ ରାସ୍ତା ଓ ଜ୍ଞାନୀ ଦୟାଲ ସିଂ ରାସ୍ତାକୁ ସଫେଇ କରାଯାଇଥିଲା। ଏଥିପାଇଁ ୫ ଟିମ୍‌ କରାଯାଇଥିବାବେଳେ ବିଏମ୍‌ସି, ବିଡିଏ ଓ ବିଏସ୍‌ସିଏଲର ଅଧିକାରୀ ଏବଂ କର୍ମକର୍ତ୍ତା ନେତୃତ୍ୱ ନେଇଥିଲେ। ଏହି ସାମୂହିକ ସଫେଇରେ ଛାତ୍ରୀଛାତ୍ର, ସ୍କାଉଡ୍‌ ଆଣ୍ଡ ଗାଇଡ୍‌ସ୍‌, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିଳ୍ପୀ, ଏସ୍‌ଏଚ୍‌ଜି, ସ୍ବେଚ୍ଛାସେବୀ, ପ୍ରଗତିସାଥୀଙ୍କ ସମେତ ରାମକି, ପିଏମ୍‌ଆର୍‌, ଜାଗୃତି ଏବଂ ବିଭିନ୍ନ ବ୍ୟାଙ୍କ୍‌ର କର୍ମଚାରୀ ସାମିଲ ହୋଇଥିଲେ। ଏଥିସହ ବିଏମ୍‌ସିର ‘ମୁଁ ସଫେଇବାଲା ପ୍ରଚାର ରଥ’ ଅଞ୍ଚଳ ବୁଲି ସଚେତନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri