ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା

କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି କହନ୍ତି ଡ.ଉଜ୍ଜ୍ୱଳ କୁମାର ସାହୁ। ଦୁଃଖୀ, ଦରିଦ୍ର, ନିଃସହାୟଙ୍କ ସେବାରେ ଶେଷ ଜୀବନ ବିତାଇବାକୁ ଲକ୍ଷ୍ୟ ରଖି ସେ ପ୍ରତିମାସ ପାଉଥିବା ପେନ୍‌ସନ ବାବଦ ୧୩ ହଜାର ଟଙ୍କାକୁ ଖର୍ଚ୍ଚ କରି ଚାଲିଛନ୍ତି। ଚାକିରି ଜୀବନ ବିତାଇ ଅବସର ନେବା ପରଠାରୁ ବିଭିନ୍ନ ଅନୁଷ୍ଠାନର ବିକାଶ ସହ ନିୟମିତ ଭାବେ ସେବାକାର୍ଯ୍ୟ କରି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି।
ଉଜ୍ଜ୍ୱଳଙ୍କ ଘର କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମରେ । ବୟସ ୭୯ ହେବ। ୧୯୬୨ ମସିହାରେ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମାତ୍ର ୮୦ ଟଙ୍କା ଦରମାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୬୭ରେ ଶିକ୍ଷକତା ବୃତ୍ତିକୁ ଆଦରି ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ସମାଜସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସେ କାର୍ଯ୍ୟ କରି ଚାଲିଛନ୍ତି। ୧୯୭୨ରେ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ହୋମିଓପାଥି ବୋର୍ଡରୁ ହୋମିଓପାଥି ବିଦ୍ୟା ହାସଲ କରିଥିଲେ। ସେବେଠାରୁ ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ନିଜ ସକାଶେ ଘର କି ଗାଡି କରିପାରି ନାହାନ୍ତି। ଅତି ନିରାଡମ୍ବର ଭାବେ ଜୀବନ ଅତିବାହିତ କରି ସମାଜସେବାର ବାଣ୍ଟି ଚାଲିଛନ୍ତି। ପାଖରେ ରହୁଥିବା ତାଙ୍କ ସହଧର୍ମିଣୀ ଏଥିଲାଗି ପ୍ରେରଣା ଯୋଗାଉଛନ୍ତି। ଦୁଇ ଝିଅପୁଅଙ୍କ ମଧ୍ୟରୁ ଝିଅ ବାହା ହୋଇ ଯାଇଥିବା ବେଳେ ପୁଅ ମେକାନିକ୍‌ ଭାବେ କାମ କରୁଛନ୍ତି।
ଉଜ୍ଜ୍ୱଳ କହନ୍ତି, ତାଙ୍କ ହାତରେ ବିଶେଷ ସମ୍ବଳ ନ ଥବାରୁ ସେ ପାଉଥିବା ପେନସନ ଅର୍ଥରେ ଦାନଧର୍ମ କରିଆସୁଛନ୍ତି। ଚୁମୁରିଗୋଡା, ଝାରବେଡା, ନିହ୍ନୁଆ, ହାତିବାରୀ, କଇଁଣ୍ଡା, ତ୍ରିବିନ୍ଧା, ତୁରୁମୁଙ୍ଗା ଗାଁ ପାଲଟିଛି ତାଙ୍କ କର୍ମସ୍ଥଳୀ । ନିୟମିତ ଭାବେ ସେ ଏସବୁ ଗାଁକୁ ଯାଇ ଲୋକଙ୍କୁ ଚିକିତ୍ସା କରିଥାନ୍ତି। ଅଭାବରେ ଥିବା ଲୋକଙ୍କୁ ଅନ୍ନ, ବସ୍ତ୍ର, ଔଷଧ ଯୋଗାଇ ଦେଇଥାନ୍ତି। ସ୍ଥାନୀୟ ଦଧିବାମନ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିରକୁ ସେ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହିତ ସ୍ଥାନୀୟ ଶିବ ମନ୍ଦିର ସମେତ ଅନ୍ୟ ମନ୍ଦିରର ବିକାଶ ଲାଗି ଉଦ୍ୟମ କରି ଆସିଛନ୍ତି। ଏଭଳି କାର୍ଯ୍ୟ ଲାଗି ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିିତ ହୋଇଛନ୍ତି । ବରିଷ୍ଠ ସାହିତ୍ୟିକ ତଥା ପରିବେଶବିତ ଡ. ବିମ୍ବାଧର ବେହେରା ଉଜ୍ଜ୍ୱଳ କୁମାର ତାଙ୍କ ଚିନ୍ତାଧାରା ଓ ସେବା କାର୍ଯ୍ୟ ଲାଗି ସମସ୍ତଙ୍କ ଆଦର ଭାଜନ ହୋଇପାରିଛନ୍ତି ବୋଲି କହିଛନ୍ତି। ବର୍ତ୍ତମାନର ବିଧାୟକ ଜଗନ୍ନାଥ ନାୟକ ଉଜ୍ୱଳଙ୍କ ଭଳି ଜଣେ ନିଆରା ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ପରେ ତାଙ୍କର ଅନେକ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରଣରେ ଆହତ ବ୍ୟକ୍ତି ଆଖି ବୁଜିଲେ

ଚାନ୍ଦବାଲି,୨୮ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣ ସାହି ଗ୍ରାମରେ ବିସ୍ଫୋଣରେ ଆହତ ବିଷ୍ଣୁମୋହନ ସାହୁ (୪୫)ଙ୍କର ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ...

ଖୁବ୍‌ଶୀଘ୍ର ଗଠନ ହେବ ଜିଲା ଯୋଜନା କମିଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଖୁବ୍‌ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଯୋଜନା...

ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ୍‌: ୭ ଗିରଫ, ମାରଣାସ୍ତ୍ର ଜବତ

ତାଳଚେର,୧।୯(ନି.ପ୍ର.) – ତାଳଚେରର ବିଭିନ୍ନ ଅଞ୍ଚଳରେ ଲୁଟ ତରାଜ ଚଳାଉଥିବା ଏକ ଡକାୟତି ଗ୍ୟାଙ୍ଗର ୭ ଜଣଙ୍କୁ କଲିୟରୀ ପୋଲିସ ଚଢ଼ାଉ କରି ଶନିବାର ଗିରଫ...

ପକ୍କା ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ବଇଣ୍ଡା,୧।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ କୁର୍ତ୍ତିବାସପୁର ପଞ୍ଚାୟତ ବରପଦାଠାରୁ କରଡ଼ାବାହାଳି ୨ କିମି ରାସ୍ତାକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କରାଯିବ। ଏ ନେଇ ପୂର୍ତ୍ତବିଭାଗ ପକ୍ଷରୁ ୨...

ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି

ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି...

ବିଲ ଫାଟି ଆଁ, ମରୁଡ଼ି ଆଶଙ୍କା

ରାଜନଗର,୯।୮ (ଡି.ଏନ.ଏ.)ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଚାଷୀମାନଙ୍କୁ ଆନନ୍ଦିତ କରିଥିଲା। ହଠାତ୍‌ ଜୁଲାଇ ପ୍ରଥମ...

ପାଇପ୍‌ଲାଇନ କାଟି କରୁଥିଲେ ଡିଜେଲ ଚୋରି: ପେଟ୍ରୋଲପମ୍ପ୍‌ ମାଲିକଙ୍କ ସମେତ ୬ ଗିରଫ

ସମ୍ବଲପୁର,୨୬ା୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଧୀନ ହାତିବାରୀଠାରେ ପାରାଦୀପ-ରାୟପୁର ପାଇପ୍‌ଲାଇନ କାଟି ତେଲ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ କଳାହାଣ୍ଡି...

ଆମପାଣି ଘାଟିରେ ବସ୍‌-ଟ୍ରକ ମୁହାଁମୁହିଁ: ୨ ଡ୍ରାଇଭରଙ୍କ ସମେତ ଯାତ୍ରୀ ଗୁରୁତର

କୋକସରା,୧୯।୮(ଡି.ଏନ୍‌.ଏ.): କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଏସ୍‌ଆର୍‌ଟିସିର ଏକ ଯାତ୍ରୀବାହୀ ବସ୍‌ ଏବଂ ଟ୍ରକ...

Advertisement
Archives

Model This Week