Posted inରାଜ୍ୟ

ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ: ୩୩ରୁ ୨୩ ପଦବୀ ପଡ଼ିଛି ଖାଲି

ନୟାଗଡ଼ ଅଫିସ,୧୪।୭-ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ । ୩୩ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୦ରେ ଅଧିକାରୀ ଓ କର୍ମଚାରୀ ଥିବା ବେଳେ ୨୩ ପଦବୀ ଖାଲି ପଡ଼ିଛି। ଫଳରେ ଏଠାରେ କିପରି କାମ ହେଉଥିବ ତାହା ସହଜରେ ଅନୁମେୟ। ଅନ୍ୟପକ୍ଷେ ଜିଲା କୃଷି କାର୍ଯ୍ୟାଳୟରୁ କେତେଜଣ କର୍ମଚାରୀ ଡେପୁଟେଶନ୍‌ରେ ଆସି କାର୍ଯ୍ୟ କରୁଥିବାରୁ ଉକ୍ତ କର୍ମଚାରୀମାନେ କାର୍ଯ୍ୟାଳୟର ସାହା ଭରସା ପାଲଟିଛନ୍ତି।

୨୦୦୮ ମସିହାରେ ଜିଲାରେ ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କାର୍ଯ୍ୟାଳୟରେ ଜଣେ ଉପକୃଷି ନିର୍ଦ୍ଦେଶକ, ଜଣେ ମୁଖ୍ୟ କିରାଣି, ଜଣେ କନିଷ୍ଠ ଷ୍ଟେନୋ, ଜଣେ କନିଷ୍ଠ ଆକାଉଣ୍ଟାଣ୍ଟ, ୭ ବରିଷ୍ଠ କିରାଣି, ୨ କନିଷ୍ଠ କିରାଣି, ୯ ଓଭରସିୟର, ୪ ପିଅନ, ୫ ୱାଚ୍‌ମ୍ୟାନ, ଜଣେ ଡାପ୍ଟଟାରି, ଜଣେ ଶ୍ରମିକ ପଦବୀ ଏହିଭଳି ୩୩ ମଞ୍ଜୁରପ୍ରାପ୍ତ ପଦବୀ ରହିଛି। ଏଥିମଧ୍ୟରୁ ଉପକୃଷି ନିର୍ଦ୍ଦେଶକ, ଜଣେ କନିଷ୍ଠ କିରାଣି, ୬ ଜଣ କୃଷି ଓଭରସିୟର, ଜଣେ ୱାଚମ୍ୟାନ ଓ ଜଣେ ଶ୍ରମିକ ଏହଭଳି ୧୦ ଜଣ ଅଛନ୍ତି। ୨୩ ପଦବୀ ଖାଲିପଡ଼ିଛି। ଭାପୁର , ନୂଆଗାଁ ଓ ଗଣିଆ ବ୍ଲ୍ଳକ ପାଇଁ ଥିବା କୃଷି ଓଭରସିୟର୍‌ ପଦବୀ ଖାଲି ପଡ଼ିଛି। ଫଳରେ ଅନ୍ୟ ବ୍ଳକ ଦାୟିତ୍ୱରେ ଥିବା କୃଷି ଓଭରସିୟରମାନେ ଏହାକୁ ସମ୍ଭାଳୁଛନ୍ତି। ଡେପୁଟେଶନ୍‌ରେ ଆସିଥିବା କର୍ମଚାରୀମାନେ କିଛିଟା ଦାୟିତ୍ୱ ସମ୍ଭାଳିଛନ୍ତି। ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମଞ୍ଜୁରୀପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ହୋଇପାରୁନାହାନ୍ତି। କର୍ମଚାରୀ ଅଭାବରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାର ଦେଖିବାକୁ ମିଳୁଛି। ଜିଲା ମୁଖ୍ୟାଳୟରେ ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଥିବାରୁ ଜିଲାର ବିଭିନ୍ନ ବ୍ଲକରୁ ଚାଷୀମାନେ ସେମାନଙ୍କ ଅଭିଯୋଗ ଓ ଯୋଜନା ବିଷୟରେ ସୂଚନା ପାଇଁ ଆସିବା ବେଳକୁ କାର୍ଯ୍ୟାଳୟରେ କାହାର ଦେଖା ମିଳୁନାହିଁ। ପଚାରିଲେ ବାବୁମାନେ କ୍ଷେତ୍ର ପରିଦର୍ଶନ କରିବାକୁ ଯାଇଛନ୍ତି ନ ହେଲେ ଆସିନାହାନ୍ତି ବୋଲି କୁହାଯାଉଛି। ଫଳରେ ଚାଷୀମାନେ ନିରାଶ ହୋଇ ଫେରି ଯାଉଛନ୍ତି। ଫଳରେ କୃଷି ବିଭାଗର ବିଭିନ୍ନ ଯୋଜନାରୁ ଚାଷୀମାନେ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ଉପକୃଷି ନିର୍ଦ୍ଦେଶକ ଶିଶିର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ଖାଲି ପଡ଼ିଥିବା ପଦବୀ ବାବଦରେ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି। କୃଷିମନ୍ତ୍ରୀଙ୍କ ଜିଲାରେ କୃଷି କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଥିବାରୁ ମନ୍ତ୍ରୀ ଏ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ଚାଷୀମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri