ନାଲ୍‌କୋ କ୍ୟାଣ୍ଟିନରେ ସ୍ପେଶାଲ ଲଞ୍ଚ, ଡିନର : ବ୍ୟବସ୍ଥାକୁ ନେସ୍‌ର ନାପସନ୍ଦ

ବଅଁରପାଳ, ୧୨।୫ (ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ଫନୀ ରାଜ୍ୟରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ପୁରୀ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଖାଦ୍ୟ, ପାନୀୟ ଅଭାବରୁ ସେଠାରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଲୋକେ ଘରଦ୍ୱାରା ହରାଇ ଗଛମୂଳେ, ରାସ୍ତାକଡ଼େ ପଡ଼ି ରହିଛନ୍ତି। ରାଜ୍ୟରେ ଏପରି ପରିସ୍ଥିତି ଥିବା ବେଳେ ନାଲ୍‌କୋ ପକ୍ଷରୁ ଉତ୍ପାଦନରେ ସଫଳତାକୁ ନେଇ ଶନିବାର ଉତ୍ସବ ମନାଯାଇଛି। କ୍ୟାଣ୍ଟିନରେ ହଜାର ହଜାର କର୍ମଚାରୀଙ୍କୁ ପାଇଁ ସ୍ପେଶାଲ ଲଞ୍ଚ, ଡିନର ଦିଆଯାଇଛି। ନାଲ୍‌କୋ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାକୁ ନାପସନ୍ଦ କରିଛି ନାଲ୍‌କୋ ଏମ୍ପ୍ଲୋଇ ସଂଘ (ନେସ୍‌)। ଏପରି ଉତ୍ସବ ମନାଇବା ପରିବର୍ତ୍ତେ ଲଞ୍ଚ, ଡିନର ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ବାତ୍ୟା ବିପନ୍ନଙ୍କ ପାଇଁ ଦାନ କରିବା ଉଚିତ ହୋଇଥାନ୍ତା ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏଥିସହ ନାଲ୍‌କୋ ୫ଶହ କୋଟି ଟଙ୍କା ସହାୟତା ବାବଦରେ ଦେଉ ବୋଲି ସଂଘ ଦାବି କରିଛି।

ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି ଯେ, ୨୦୧୮-୧୯ ବର୍ଷରେ ନାଲ୍‌କୋ ଉପତ୍ାଦନ କ୍ଷେତ୍ରରେ ସଫଳତା ହାସଲ କରିଛି। ଏହାକୁ ଆଖି ଆଗରେ ରଖି କର୍ତ୍ତୃପକ୍ଷ ଶନିବାର କ୍ୟାଣ୍ଟିନ ପରିସରରେ କର୍ମଚାରୀଙ୍କ ପାଇଁ ଏକ ସ୍ପେଶାଲ ଲଞ୍ଚର ବ୍ୟବସ୍ଥା କରିଥିଲେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ଏହି ଲଞ୍ଚ ବ୍ୟବସ୍ଥା ହୋଇଥିଲା। ସେହିପରି ରାତି ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ଡିନର ବ୍ୟବସ୍ଥା କରାଯାଇଥିଲା। ପ୍ଲାଣ୍ଟର ମୁଖ୍ୟ କ୍ୟାଣ୍ଟିନ ପରିସରରେ ପ୍ଲାଣ୍ଟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। ସେହପରି ହସ୍ପିଟାଲ, ଇଷ୍ଟେଟ, ଉଦ୍ୟାନ, ଗେଷ୍ଟ ହାଉସ, ଇଲେକ୍ଟ୍ରି,, ସିଭିଲ୍‌, ମେଣ୍ଟେନାନ୍ସ କର୍ମଚାରୀଙ୍କ ପାଇଁ ପ୍ରଶାସନିକ କାର୍ଯ୍ୟାଳୟ ପରିସର କ୍ୟାଣ୍ଟିନରେ ଲଞ୍ଚର ବ୍ୟବସ୍ଥା ହୋଇଥିଲା। ୩ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀମାନଙ୍କ ପାଇଁ ଏହି ସ୍ପେଶାଲ ଲଞ୍ଚ, ଡିନର ବ୍ୟବସ୍ଥା କରାଯାଇଥିବାବେଳେ ବହୁ କର୍ମଚାରୀ ଖାଇନାହାନ୍ତି। ବାତ୍ୟା ପାଇଁ ବହୁ ଲୋକ ଦୁଃଖ ଦୁର୍ଦ୍ଦଶାରେ ଥିବାବେଳେ ନାଲ୍‌କୋ କର୍ତ୍ତୃପକ୍ଷ କିଭଳି ଉତ୍ସବ ପାଳନ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ସ୍ପେଶାଲ ବ୍ୟବସ୍ଥା ନ କରି ଉକ୍ତ ଅର୍ଥକୁ ବାତ୍ୟା ବିପନ୍ନ ଲୋକମାନଙ୍କ ରିଲିଫ ଓ ଥଇଥାନ ନିମନ୍ତେ ପ୍ରଦାନ କରିବା ଉଚିତ ପଦକ୍ଷେପ ହୋଇଥାନ୍ତା। ଏଥିପାଇଁ ପୂର୍ବରୁ ନେସ୍‌ ପକ୍ଷରୁ ନାଲ୍‌କୋ କର୍ତ୍ତୃପକ୍ଷଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ତଥାପି କର୍ତ୍ତୃପକ୍ଷ ଉତ୍ସବ ପାଳନ କଲେ। ତେଣୁ ବାତ୍ୟା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ମୁକାବିଲା ପାଇଁ ନାଲ୍‌କୋ ୫ ଶହ କୋଟି ଟଙ୍କା ପ୍ରଦାନ କରୁ ବୋଲି ସାମଲ ଦାବି କରିଛନ୍ତି।

ଏ ସମ୍ପର୍କରେ ନାଲ୍‌କୋର ଜଣେ ଅଧିକାରୀ କହିଛନ୍ତି, ବାତ୍ୟା ବିପନ୍ନଙ୍କ ପାଇଁ ନାଲ୍‌କୋ ତରଫରୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି। ଏଥିସହ ଲୋକଙ୍କ ପାଇଁ ସହାୟତା ମଧ୍ୟ ପଠାଯାଇଛି। ନାଲ୍‌କୋ ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଥିବାରୁ କର୍ମଚାରୀଙ୍କ ପାଇଁ ଏହି ସତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri