ଟ୍ରକ୍‌ ଦୁର୍ଘଟଣାରେ ସ୍ତ୍ରୀ ମୃତ; ସ୍ବାମୀ-ଝିଅ ଗୁରୁତର: ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ସାକ୍ଷୀଗୋପାଳ,୧୩।୬(ଡି.ଏନ୍‌.ଏ.): ସତ୍ୟବାଦୀ ବ୍ଲକ ଛକରେ ଗୁରୁବାର ଏକ ମର୍ମନ୍ତୁଦ ଟ୍ରକ୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ନବକଳେବର ରୋଡରେ ରହୁଥିବା ସସ୍ମିତା ମିଶ୍ର(୩୯)। ସେହିପରି ମହିଳାଙ୍କ ସ୍ବାମୀ ଶିବ ପ୍ରସାଦ ମିଶ୍ର ଓ କନ୍ୟା ସ୍ଥିତି ପ୍ରଜ୍ଞା ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବାରମ୍ବାର ଦୁର୍ଘଟଣା ହେଉଥିବା ଉକ୍ତ ସ୍ଥାନରେ ହମ୍ପସ୍‌ ନିର୍ମାଣ ଓ ଆଲୋକ ବ୍ୟବସ୍ଥା କରିବା ଦାବିରେ ରାସ୍ତାରୋକୋ କରିଥିଲେ। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ ଓ ସତ୍ୟବାଦୀ ବ୍ଲକ ଅଧଧ୍ୟକ୍ଷ ସସ୍ମିତା ପ୍ରଧାନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦାବି ପୂରଣ ହେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକୋ ହଟିଥିଲା। ଏଥିଯୋଗୁ ଦୁଇ ଘଣ୍ଟା କାଳ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

ଫାଇନାଲରେ ଟିମ ଇଣ୍ଡିଆ ଜିତନ୍ତୁ କି ହାରନ୍ତୁ, ଏଥର ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri