Posted inରାଜ୍ୟ

ନାବାଳିକାଙ୍କୁ ବଳାତ୍କାର ଘଟଣା :ଫରେନ୍ସିକ୍‌ ଯାଞ୍ଚ ରିପୋର୍ଟକୁ ଅପେକ୍ଷା

ଅନୁଗୋଳ ଅଫିସ, ୨୩।୭

ଅନୁଗୋଳ ବସ୍‌ଷ୍ଟାଣ୍ଡସ୍ଥିତ ଆହାରକେନ୍ଦ୍ର ପଛପଟେ ଗତ ଶନିବାର ବିଳମ୍ବିତ ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ପୋଲିସ। ଘଟଣା ପରଠାରୁ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏବେ ମୁଖ୍ୟ ଅଭିଯୁକ୍ତଙ୍କ ନିକଟତର ହୋଇଥିବା ପୋଲିସ ସୂଚନା ଦେଇଛି। ଏପରି କି ସନ୍ଦେହ କରାଯାଉଥିବା ଜଣେ ଅଭିଯୁକ୍ତଙ୍କ ପିନ୍ଧା ବସ୍ତ୍ର ପରୀକ୍ଷା ପାଇଁ ପଠାଇ ଦେଇଛି। ଯଦି ରିପୋର୍ଟ ମେଳ ଖାଏ ତା’ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଅନୁଗୋଳ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କଟକରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ଓ ସେ ରବିବାର ହାତ ଠାରି ପାଣି ପିଇବାକୁ ମାଗିଥିବା ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।
ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବା ଅନୁଗୋଳ ପୋଲିସ ପଚରାଉଚରା ପାଇଁ ରବିବାର ସହର ଆଖପାଖ ଅଞ୍ଚଳରୁ ୫ ଜଣ ସନ୍ଦିଗ୍ଧଙ୍କୁ ଉଠାଇଆଣିଥିଲା। ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଦେଇଥିଲା। ଏହି ତଦନ୍ତ ପ୍ରକ୍ରିୟାରୁ ଅଭିଯୁକ୍ତ ସମ୍ପର୍କରେ କିଛି ପ୍ରମାଣ ମିଳିବାର ଆଶା ରହିଛି। ଏପରି କି ପୋଲିସ ଅଭିଯୁକ୍ତଙ୍କ ନିକଟରେ ଖୁବ୍‌ଶୀଘ୍ର ପହଞ୍ଚିଯିବ ବୋଲି ଲାଗୁଛି। ଯଦି ପୋଲିସ ଖୋଜୁଥିବା ପ୍ରମାଣ ମିଳିଯାଏ ତା’ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ଡିପିଓ ଅଶ୍ୱନୀ ସାହୁ ସୂଚନା ଦେଇଛନ୍ତି। ଚିକିତ୍ସିତ ନାବାଳିକାଙ୍କ ସୁରକ୍ଷା ପାଇଁ କଟକ ବଡ଼ ମେଡିକାଲରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଦାୟିତ୍ୱରେ ଥିବା ଏସ୍‌ଡିପିଓ କହିଛନ୍ତି। ସେହିପରି ଜିଲା ପ୍ରଶାସନ ପକ୍ଷରୁ ନାବାଳିକାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଜିଲାପାଳ ଘୋଷଣା କରିଥିବା ଉପଜିଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି। ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଏଡିଏମ୍‌ଓ ମେଡିକାଲଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଜିଲାପାଳ ଦେଇଥିବା ଶତପଥୀ ପ୍ରକାଶ କରିଛନ୍ତି। ତେବେ ପୋଲିସ ବିଭାଗର ଅନ୍ୟଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସନ୍ଦେହ କରୁଥିବା ବ୍ୟକ୍ତିଙ୍କ ପୋଷାକ ଫରେନ୍ସିକ୍‌ ଯାଞ୍ଚ ପାଇଁ ପଠାଯାଇଛି। ରାତିରେ ପୋଲିସ ଯାଯାବରମାନେ ଶୋଇଥିବା ଦୋକାନ ବାରଣ୍ଡାରେ ପହଞ୍ଚତ୍ ଅଭିଯୁକ୍ତଙ୍କ ବିଷୟରେ ସେମାନଙ୍କୁ ପଚରା ଉଚରା କରିଥିଲା। ସେହିପରି ବଳାତ୍କାରୀଙ୍କୁ ଏଯାଏ ଗିରଫ କରାଯାଇ ପାରି ନ ଥିବାରୁ ସମ୍ପୃକ୍ତା ନାବାଳିକାଙ୍କ ସମ୍ପର୍କୀୟମାନଙ୍କୁ ଅନୁଗୋଳ ପୋଲିସ ଥାନାରେ ରଖି ସେମାନଙ୍କ କଥା ବୁଝାଶୁଝା କରୁଛି। କାଳେ ଅଭିଯୁକ୍ତ ଧରାପଡ଼ିବା ପରେ ସେମାନେ ଅନ୍ୟକେଉଁଆଡ଼େ ଚାଲିଯିବେ, ସାକ୍ଷୀ ନ ଦେବା ଲାଗି କିଏ ପ୍ରଲୋଭନ ଦେଖାଇବ ସେଥିପାଇଁ ପୋଲିସ ସେମାନଙ୍କୁ ନିଜ ହେପାଜତରେ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri