ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ୩ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ଉଦଳା,୨୯ା୯(ଡି.ଏନ୍‌.ଏ.)- ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ପ୍ରେମିକ ନିଜର ଦୁଇ ସହଯୋଗୀଙ୍କ ସହିତ ମିଶି ୧୨ ଦିନ ଧରି ରାଜ୍ୟ ବାହାରେ ଗଣବଳାତ୍କାର କରିବା ଅଭିଯୋଗ ହୋଇଥିଲା। ଘଟଣାର ୩ ବର୍ଷ ପରେ ଶନିବାର ୨ ଅଭିଯୁକ୍ତଙ୍କୁ ଉଦଳା ପୋଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଉଦଳା ଥାନା ନରସିଂହପୁର ଗ୍ରାମର ବାପୁନ ଓରଫ୍‌ ରଞ୍ଜିତ ସିଂହ (୩୬) ଏବଂ କାଦାଳା ଓରଫ୍‌ ଇଶ୍ୱର ଜେନା(୩୭)। ଡାକ୍ତରୀ ମାଇନା ପରେ ଉଭୟଙ୍କୁ ରବିବାର ବାରିପଦା କୋର୍ଟଚାଲାଣ କରାଯାଇଛି ା ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଚିତ୍ତରଞ୍ଜନ ସିଂ ଏବେ ବି ଫେରାର ଥିବା ପୋଲିସ କହିଛି।
ପୋଲିସ ସୂଚନା ଅନୁଯାୟୀ, ୨୦୧୬ରେ ଉଦଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମିକ ଚିତ୍ତରଞ୍ଜନ ବିବାହର ପ୍ରତିଶ୍ରୁତି ଦେଇ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ନେଇ ଯାଇଥିଲେ। ସେଠାରେ ସେ ନାବାଳିକାଙ୍କୁୁ ଏକ ଭଡ଼ା ଘରେ ରଖି ଦୁଇ ସହଯୋଗୀଙ୍କ ସହିତ ମିଶି ୧୨ ଦିନ ଧରି ଗଣବଳାତ୍କାର କରିଥିଲେ ା ପରେ ନାବାଳିକାଙ୍କୁ ସାଙ୍ଗରେ ଧରି ଗାଁକୁ ଫେରିଥିବା ବେଳେ ଉଦଳା ବସଷ୍ଟାଣ୍ଡ ନିକଟରୁ ନାବାଳିକା ଜଣକ ସେଠାରୁ ଲୁଚି ଘରକୁ ପଳାଇଯାଇଥିଲେ। ଏ ନେଇ ୨୦୧୬ ଜୁଲାଇ ୧୨ ତାରିଖରେ ପୀଡିତା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୩୨/୧୬) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୩ ଅଭିଯୁକ୍ତ ସେବେଠାରୁ ଫେରାର ଥିଲେ ା ଶନିବାର ରାତିରେ ଉଦଳା ଥାନା ସବଇନ୍ସପେକ୍ଟର ଅମ୍ବିକା ଦାସଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ନୀଳଗିରି ଥାନା ନରସିଂହପୁର ଗ୍ରାମରେ ଚଢାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ରବିବାର ବାରିପଦା କୋର୍ଟଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଚିତ୍ତରଞ୍ଜନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଉପଖଣ୍ଡ ପୋଲିସ୍‌ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତିଆ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ମାର୍ଶାଘାଇ, ୨୯।୯(ଡି.ଏନ.ଏ):କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ହାତିଆ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟଚାଲାଣ କରିଛି ମାର୍ଶାଘାଇ ପୋଲିସ। ଏକ ଗତ ୧୮ରେ...

ପୂର୍ବତନ ଏସ୍‌ଇଓଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ, ୬ା୩-ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର କ.ନୂଆଗାଁ ବ୍ଲକର ପୂର୍ବତନ ସାମାଜିକ ଶିକ୍ଷା ସଙ୍ଗଠକ...

ଜେଲରେ ଅନଶନ, ୧୦ ଅସୁସ୍ଥ

ତାଳଚେର, ୮ା୧୨(ନି.ପ୍ର.)- ଖଣି ବନ୍ଦ ଆନ୍ଦୋଳନ ଯୋଗୁ ଗତ ୫ରେ କଲିୟାରୀ ପୋଲିସ ଡଅଁରା ଗ୍ରାମର ୧୯ ଜଣଙ୍କୁ ଗିରଫ କରିଥିଲା। ପୋଲିସର ଏହି ଗିରଫଦାରୀକୁ...

ଅଧରାତିରେ ଅଟକୁଛି ଆମ୍ବୁଲାନ୍ସ

ଅନୁଗୋଳ ଅଫିସ, ୨୩ା୧୨: କେତେବେଳେ ଢେଙ୍କାନାଳରୁ ତ ପୁଣି କେବେ ଦେବଗଡ଼ ଜିଲାରୁ ଗୁରୁତର ରୋଗୀ ଆସୁଛନ୍ତି ଅନୁଗୋଳକୁ। ହେଲେ ଆମ୍ବୁଲାନ୍ସରେ ରାତି ଅଧରେ ଆସୁଥିବା...

ଝାରସୁଗୁଡ଼ା ଜିଲାର ଜଙ୍ଗଲ ରାସ୍ତାରେ ପ୍ରବେଶ ନିଷେଧ

ଝାରସୁଗୁଡ଼ା,୨୯।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲାର ବିଭିନ୍ନ ପ୍ରବେଶ ପଥ ଯଥା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପୂର୍ତ୍ତ ବିଭାଗ ରାସ୍ତାଗୁଡିକରେ...

ରୋଜଗାର ବାଟ ବନ୍ଦ, ଚିକିତ୍ସା ଲାଗି ଅର୍ଥ ନାହିଁ

ଭଦ୍ରକ ଅଫିସ,୧୮।୧: ଦିନ ଥିଲା ସେ ତାଙ୍କ କଣ୍ଠର ଯାଦୁରେ ସମସ୍ତଙ୍କ ମନ ମୋହୁଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଷ୍ଟେଜ୍‌ରେ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ...

ଛେଣ୍ଡିପଦାରେ ଗ୍ରୀଷ୍ମପ୍ରବାହ ଜାରି: ଅଟକିଛି ଚାଷ, ମରୁଡ଼ି ଆଶଙ୍କା

ଛେଣ୍ଡିପଦା,୨୨ା୭(ଡି.ଏନ.ଏ.) ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଜାରି ରହିଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି। ଜୁଲାଇ ଆରମ୍ଭରୁ ସ୍ବଳ୍ପ ବର୍ଷା ପରେ ଆଉ ବର୍ଷାର...

ଜଟଣୀରେ କଂସେଇଖାନା ନାହିଁ: ଅବାଧରେ ବାହାରେ ଚାଲିଛି ମାଂସକଟା

ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍‌ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା...

Advertisement
Archives

Model This Week