Posted inଖେଳ

ନାଡାଲଙ୍କ ବିଜୟ ଅଭିଯାନ

ମୋନାକୋ, ୧୮।୪- କ୍ଲେ କୋର୍ଟର ରାଜା ଭାବେ ପରିଚିତ ସ୍ପେନର ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସିଜନରେ ନିଜର ପ୍ରଥମ କ୍ଲେ କୋର୍ଟ ମ୍ୟାଚ୍‌ ଖେଳିଥିବା ନାଡାଲ ପୁରୁଷ ସିଙ୍ଗଲ୍ସ ରାଉଣ୍ଡ-୩୨’ର ଏକ ମୁକାବିଲା ୬-୧, ୬-୧ ସିଧାସଳଖ ସେଟ୍‌ରେ ରବୋର୍ଟ ବୌତିଷ୍ଟାଙ୍କୁ ପରାସ୍ତ କରିଥିଲେ। ପ୍ରି-କ୍ୱାର୍ଟର ଫାଇନାଲରେ ନାଡାଲଙ୍କ ମୁକାବିଲା ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭାଙ୍କ ସହ ହେବ। ଦିମିତ୍ରୋଭାଙ୍କ ବିପକ୍ଷରେ ନାଡାଲ ୧୨ଟି ମ୍ୟାଚ୍‌ ଖେଳିଥିବାବେଳେ ସେଥିରୁ ସେ ୧୧ ମ୍ୟାଚ୍‌ରେ ବିଜୟୀ ଲାଭ କରିଛନ୍ତି। ଯଦି ଏଠାରେ ନାଡାଲ ଚାମ୍ପିୟନ ହୁଅନ୍ତି ତେବେ ରେକର୍ଡ ଦ୍ୱାଦଶଥର ଲାଗି ଏହି ସମ୍ମାନଜନକ ଟ୍ରଫି ହାସଲ କରିବେ। ତୃତୀୟ ସିଡ୍‌ ଆଲେକ୍ସଜାଣ୍ଡର ଜେଭରେଭ, ଡୋମିନିକ ଥିଏମ, ଡାନିଲ ମେଡଭେଡେଭ ଓ ଫାବିଓ ଫୋଗନିନି ମଧ୍ୟ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଦିଲ୍ଲୀର ଆଇପିଏଲ୍‌ ଅଭିଯାନ ଶେଷ

କୋଲକାତା,୨୫ା୫: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୦ ରନରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ପୂର୍ବରୁ ପ୍ଲେଅଫ୍‌…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri