ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ: ଗୀତ ଗାଇବା ବେଳେ ଟଳିପଡିଲେ ଗାୟକ

ଉଦଳା, ୧୪ା୨(ଡି.ଏନ.ଏ.):‘ବରଷା ରାତିକୁ ଭରସା ନାହିଁ’ ନାଟକର ଟାଇଟଲ ଗୀତ ଗାଉଥିଲେ ଗାୟକ। କିନ୍ତୁ ଏହି ଗୀତ ପାଲଟିଗଲା ତାଙ୍କ ଜୀବନର ଶେଷ ଗୀତ। ଗୀତ ଗାଉଥିବା ବେଳେ ହଠାତ ଟଳିପଡିଲେ ଗାୟକ ସଞ୍ଜୟ କୁମାର ପାତ୍ର। ସ୍ତବ୍ଧ ପାଲଟିଯାଇଥିଲେ ଯାତ୍ରା କଳାକାର ଆଉ ଉପସ୍ଥିତ ଦର୍ଶକ। କିଛି କ୍ଷଣ ମଧ୍ୟରେ ମନୋରଞ୍ଜନର ପରିବେଶ ହୋଇଯାଇଥିଲା ଶୋକାକୁଳ। ମୟୂରଭଞ୍ଜ ଜିଲା ଉଦଳାରେ ରବିବାର ରାତିରେ ତୁଳସୀ ଗଣନାଟ୍ୟର ଯାତ୍ରା ଚାଲିଥିବା ବେଳେ ଏଭଳି ହୃଦୟବିଦାରକ ଘଟଣା ଘଟିଥିଲା।
ଉଦଳା ବସ୍‌ଷ୍ଟାଣ୍ଡ ନିକଟରେ ତୁଳସୀ ଗଣନାଟ୍ୟର ଯାତ୍ରା ଅନୁଷ୍ଠିତ ହେଉଥିଲା। ଯାତ୍ରାପାର୍ଟିର ସୁନାମଧନ୍ୟ ଗାୟକ ସଞ୍ଜୟ ନାଟକର ଶେଷ ଗୀତ ଗାଉଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରି ସେହିଠାରେ ଟଳି ପଡିଥିଲେ। ସହକର୍ମୀ ଏବଂ ଯାତ୍ରା କମିଟିର ସଦସ୍ୟ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କ ବିୟୋଗରେ ତୁଳସୀ ଯାତ୍ରା ପାର୍ଟିର କଳାକାର ଜୁଲି ପଣ୍ଡା, ଅଶ୍ୱିନୀ ବ୍ରହ୍ମ, ନୀର ସ୍ବାଇଁଙ୍କ ସମେତ ସମସ୍ତ କଳାକାର ଶୋକ ପ୍ରକାଶ କରିଛନ୍ତି। ସଞ୍ଜୟଙ୍କ ଦେହାନ୍ତ ପରେ ଯାତ୍ରା ପାର୍ଟିରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ପୂରଣ ହେବା କଷ୍ଟକର ବୋଲି କହିଛନ୍ତି ଅନେକ କଳାକାର।


Enter your email to get our daily news in your inbox.

All Right Reserved By Dharitri.Com

ଅନବସର ଦର୍ଶନ ଲାଗି ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼

ବ୍ରହ୍ମଗିରି,୨୬।୬(ଡି.ଏନ୍‌.ଏ.): ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ। ଅଲାରନାଥଙ୍କ ଅନବସର ଦର୍ଶନକୁ ଆଉ ମାତ୍ର ୨ ଦିନ ଥିବା ବେଳେ...

ଫେରିଲା ମହାପ୍ରଭୁଙ୍କ ଟଙ୍କା: ସୁଧ ସହ ୩୯୭.୨୩ କୋଟି ଦେଲା ୟେସ୍‌ ବ୍ୟାଙ୍କ

ପୁରୀ ଅଫିସ,୧୯।୩: ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଘରୋଇ ୟେସ୍‌ ବ୍ୟାଙ୍କରୁ ଇ-ଟ୍ରାନ୍ସଫର ମାଧ୍ୟମରେ ଗୁରୁବାର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬...

ବର୍ଷାପାଣିରେ ଭାସୁଛି ବର୍ଷକର ଦାନା

ଗଞ୍ଜାମ,୬ା୧୨(ଡି.ଏନ୍‌.ଏ.): ବାତ୍ୟା ପ୍ରଭାବରେ ତିନିଦିନ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି। ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଥିବା...

ଅବହେଳିତ ଜୁଆଙ୍ଗ ଜନଜାତି

କେନ୍ଦୁଝର, ୩୧।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ଅବହେଳିତ ହୋଇ ରହିଛନ୍ତି। ପାହାଡ ଓ ଜଙ୍ଗଲ ଘେରା ମଧ୍ୟରେ...

ମା’ ଖମ୍ବେଶ୍ୱରୀଙ୍କ ସୁନାବେଶ

ଆସିକା,୪ା୧୦(ଡି.ଏନ.ଏ.): ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଗତ ସୋମବାରଠାରୁ ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ଲାଗି ମନ୍ଦିର ପରିସର ଉତ୍ସବ ମୁଖରିତ ହୋଇଛି।...

ବାତ୍ୟା ପ୍ରଭାବରେ ସୋରରେ କ୍ଷତି

ସୋର, ୨୨ା୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ୍‌ ପ୍ରଭାବରେ ସୋରରେ ବ୍ୟାପକ କ୍ଷତି ଘଟିଛି। ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟାପାଟଣା ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲରେ ବଡ଼ ବଡ଼...

ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗୋଟିଏ ଜିଲାର

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ଇ-ଏଫ୍‌ଆଇଆର ପଞ୍ଜୀକରଣ ମାମଲା: ଡିଜିପିଙ୍କୁ ସାନି ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୬ା୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଇ-ଏଫ୍‌ଆଇଆର୍‌ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଗୁରୁବାର ଶୁଣାଣି ହୋଇଛି।...

Advertisement
Archives

Model This Week