ନାଚୁନି କଣ୍ଢେଇ, କାନ୍ଦୁଛି କଳାକାର

କେନ୍ଦୁଝର,୪ା୬(ସ୍ବ.ପ୍ର.)- କଳାକାରଙ୍କ ପରିଶ୍ରମର ମୂଲ କେହି ଦେଇପାରିବେ ନାହିଁ। କଳା ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ ସହ ସଚେତନ କରି ଆସୁଥିବା ଏହି କଳାକାରମାନେ ବଞ୍ଚିବା ପାଇଁ ସବୁବେଳେ ସଂଗ୍ରାମ କରି ଆସୁଛନ୍ତି। ବର୍ତ୍ତମାନ କରୋନା କାଳରେ କଳାକ୍ଷେତ୍ର ସଙ୍କଟଜନକ ପରିସ୍ଥିତିରେ ଗତି କରୁଥିବା ବେଳେ କଳାକାରମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। କାଠ କଣ୍ଢେଇ ନାଚ କରି ପେଟ ପୋଷୁଥିବା କଳାକାରମାନେ ମଧ୍ୟ ଏହି ଦୁଃସ୍ଥିତିରୁ ବାଦ୍‌ ପଡ଼ି ନାହାନ୍ତି। ବହୁ ପୁରାତନ ଏହି ନୃତ୍ୟ ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଥିବା କଣ୍ଢେଇ ନୃତ୍ୟ ଶିଳ୍ପୀମାନଙ୍କ ଦୁଃଖ ବଢି ବଢି ଚାଲିଛି। ମନରେ କୋହ ଓ ଆଖିରେ ଲୁହକୁ ଚାପି ରଖି ସେମାନେ ଜୀବନ ଅତିବାହିତ କରୁଛନ୍ତି।
କେନ୍ଦୁଝର ଜିଲାରେ ଏବେ ତିନୋଟି କଣ୍ଢେଇ ନୃତ୍ୟ ଦଳ ଅଛନ୍ତି । କେନ୍ଦୁଝର ପୁରୁଣା ସହରରେ ରହୁଥିବା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ମାଗୁଣୀ କୁଅଁର ଓ ସଦର ବ୍ଲକ ଅଞ୍ଚଳରେ ଥିବା ଆଉ ୨ଟି କଣ୍ଢେଇ ନାଚ ଦଳ ଏହି କଳାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇ ଆସୁଛନ୍ତି। କାଠରେ କଣ୍ଢେଇ ତିଆରି କରିବା, ସାଜସଜା, ବାଦ୍ୟଯନ୍ତ୍ର ତଥା କଳାକାରମାନଙ୍କ ଖର୍ଚ୍ଚକୁ ହିସାବକୁ ନେଲେ ଏହି କଳା ବର୍ତ୍ତମାନ ସମୟରେ ବ୍ୟୟବହୁଳ ହେବ। ମାତ୍ର ଆର୍ଥିକ ଅନାଟନ ସତ୍ତ୍ୱେ ଏହି ପୁରୁଣା କଳାକୁ ଛାଡ଼ିପାରୁ ନାହାନ୍ତି ଏହି କଳାକାର। କରୋନା ସମୟରେ ଯାନିଯାତ୍ରା, ଉତ୍ସବମେଳା ଆଦି ବନ୍ଦ ହୋଇଯିବା ଫଳରେ କାମଧନ୍ଦା ହରାଇ ଏହି ସବୁ କଣ୍ଢେଇ ନୃତ୍ୟ କଳାକାରମାନେ ହାତବାନ୍ଧି ବସିଛନ୍ତି। ସଜୀବ ହୋଇ ମନୋରଞ୍ଜନ କରିଆସୁଥିବା ଏହି ସବୁ କଣ୍ଢେଇ ନିର୍ଜୀବ ଅବସ୍ଥାରେ ବାକ୍ସ ଭିତରେ ପଡି ରହିଛନ୍ତି। ନା ମିଳୁଛି ପ୍ରୋତ୍ସାହନ ନା ଆର୍ଥିକ ସହାୟତା। ଚକ୍ରଧର ପରିଡା, କଣ୍ଢେଇ ନୃତ୍ୟ କଳାକାର ଓ କଣ୍ଢେଇ ଶିଳ୍ପୀ ତଥା ଦେବଶିଳ୍ପୀ ବିଶ୍ୱ କର୍ମା କଣ୍ଢେଇ ନାଚ, ଜଡିପଦାର ଉଦ୍ୟକ୍ତା କୁହନ୍ତି ଯେ, ଆର୍ଥିକ ଅନଟନ ସତ୍ତ୍ୱେ କଳାକୁ ଛାଡ଼ିପାରୁ ନାହୁଁ । ଏଣୁ ଅନ୍ୟାନ୍ୟ କାମଧନ୍ଦା କରି ଚଳିବା ସହ ବିଭିନ୍ନ ସ୍ଥାନକୁ ଯାଇ କଣ୍ଢେଇ ନାଚ କରି ଏହି କଳାକୁ ବଞ୍ଚାଇ ରଖିଛୁ । ତେବେ କରୋନା ଲକ୍‌ଡାଉନ ଫଳରେ ଏହି ନାଚ କରିପାରୁ ନାହୁଁ କିମ୍ବା ଅନ୍ୟାନ୍ୟ କାମଧନ୍ଦା କରିବାକୁ ଯାଇ ପାରୁ ନାହୁଁ। ଘରେ ବସିଛୁ। ସରକାର କୌଣସି ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କଲେ ଉପକୃତ ହୋଇପାରନ୍ତୁ ବୋଲି କହିଛନ୍ତି। ଏହା ଅନେକ କଳାକାରଙ୍କ ପାଇଁ ଜୀବନଜୀବିକା ହୋଇ ରହିଛି। ଅନୂ୍ୟନ୍ୟ ୧୫/୧୬ ଜଣ ଏହି ଦଳରେ ଅଛନ୍ତି। ଲକ୍‌ଡାଉନ ପରିବାରକୁ ଆର୍ଥିକ ଅନଟନ ମଧ୍ୟକୁ ଠେଲି ଦେଇଛି ବୋଲି କଳାକାରମାନେ କହିଛନ୍ତି। କଳା ବଞ୍ଚିଲେ ସଂସ୍କୃତି ଓ ପରମ୍ପରା ବଞ୍ଚିବ। ଏଣୁ ଲୋପ ପାଇବାକୁ ବସିଥିବା ଏହି କଳାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆର୍ଥିକ ସହାୟତା ଜରୁରୀ ହୋଇ ପଡିଛି ବୋଲି ସଂସ୍କୃତି ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri