ନାଚୁନି କଣ୍ଢେଇ, କାନ୍ଦୁଛି କଳାକାର

କେନ୍ଦୁଝର,୪ା୬(ସ୍ବ.ପ୍ର.)- କଳାକାରଙ୍କ ପରିଶ୍ରମର ମୂଲ କେହି ଦେଇପାରିବେ ନାହିଁ। କଳା ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ ସହ ସଚେତନ କରି ଆସୁଥିବା ଏହି କଳାକାରମାନେ ବଞ୍ଚିବା ପାଇଁ ସବୁବେଳେ ସଂଗ୍ରାମ କରି ଆସୁଛନ୍ତି। ବର୍ତ୍ତମାନ କରୋନା କାଳରେ କଳାକ୍ଷେତ୍ର ସଙ୍କଟଜନକ ପରିସ୍ଥିତିରେ ଗତି କରୁଥିବା ବେଳେ କଳାକାରମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। କାଠ କଣ୍ଢେଇ ନାଚ କରି ପେଟ ପୋଷୁଥିବା କଳାକାରମାନେ ମଧ୍ୟ ଏହି ଦୁଃସ୍ଥିତିରୁ ବାଦ୍‌ ପଡ଼ି ନାହାନ୍ତି। ବହୁ ପୁରାତନ ଏହି ନୃତ୍ୟ ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଥିବା କଣ୍ଢେଇ ନୃତ୍ୟ ଶିଳ୍ପୀମାନଙ୍କ ଦୁଃଖ ବଢି ବଢି ଚାଲିଛି। ମନରେ କୋହ ଓ ଆଖିରେ ଲୁହକୁ ଚାପି ରଖି ସେମାନେ ଜୀବନ ଅତିବାହିତ କରୁଛନ୍ତି।
କେନ୍ଦୁଝର ଜିଲାରେ ଏବେ ତିନୋଟି କଣ୍ଢେଇ ନୃତ୍ୟ ଦଳ ଅଛନ୍ତି । କେନ୍ଦୁଝର ପୁରୁଣା ସହରରେ ରହୁଥିବା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ମାଗୁଣୀ କୁଅଁର ଓ ସଦର ବ୍ଲକ ଅଞ୍ଚଳରେ ଥିବା ଆଉ ୨ଟି କଣ୍ଢେଇ ନାଚ ଦଳ ଏହି କଳାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇ ଆସୁଛନ୍ତି। କାଠରେ କଣ୍ଢେଇ ତିଆରି କରିବା, ସାଜସଜା, ବାଦ୍ୟଯନ୍ତ୍ର ତଥା କଳାକାରମାନଙ୍କ ଖର୍ଚ୍ଚକୁ ହିସାବକୁ ନେଲେ ଏହି କଳା ବର୍ତ୍ତମାନ ସମୟରେ ବ୍ୟୟବହୁଳ ହେବ। ମାତ୍ର ଆର୍ଥିକ ଅନାଟନ ସତ୍ତ୍ୱେ ଏହି ପୁରୁଣା କଳାକୁ ଛାଡ଼ିପାରୁ ନାହାନ୍ତି ଏହି କଳାକାର। କରୋନା ସମୟରେ ଯାନିଯାତ୍ରା, ଉତ୍ସବମେଳା ଆଦି ବନ୍ଦ ହୋଇଯିବା ଫଳରେ କାମଧନ୍ଦା ହରାଇ ଏହି ସବୁ କଣ୍ଢେଇ ନୃତ୍ୟ କଳାକାରମାନେ ହାତବାନ୍ଧି ବସିଛନ୍ତି। ସଜୀବ ହୋଇ ମନୋରଞ୍ଜନ କରିଆସୁଥିବା ଏହି ସବୁ କଣ୍ଢେଇ ନିର୍ଜୀବ ଅବସ୍ଥାରେ ବାକ୍ସ ଭିତରେ ପଡି ରହିଛନ୍ତି। ନା ମିଳୁଛି ପ୍ରୋତ୍ସାହନ ନା ଆର୍ଥିକ ସହାୟତା। ଚକ୍ରଧର ପରିଡା, କଣ୍ଢେଇ ନୃତ୍ୟ କଳାକାର ଓ କଣ୍ଢେଇ ଶିଳ୍ପୀ ତଥା ଦେବଶିଳ୍ପୀ ବିଶ୍ୱ କର୍ମା କଣ୍ଢେଇ ନାଚ, ଜଡିପଦାର ଉଦ୍ୟକ୍ତା କୁହନ୍ତି ଯେ, ଆର୍ଥିକ ଅନଟନ ସତ୍ତ୍ୱେ କଳାକୁ ଛାଡ଼ିପାରୁ ନାହୁଁ । ଏଣୁ ଅନ୍ୟାନ୍ୟ କାମଧନ୍ଦା କରି ଚଳିବା ସହ ବିଭିନ୍ନ ସ୍ଥାନକୁ ଯାଇ କଣ୍ଢେଇ ନାଚ କରି ଏହି କଳାକୁ ବଞ୍ଚାଇ ରଖିଛୁ । ତେବେ କରୋନା ଲକ୍‌ଡାଉନ ଫଳରେ ଏହି ନାଚ କରିପାରୁ ନାହୁଁ କିମ୍ବା ଅନ୍ୟାନ୍ୟ କାମଧନ୍ଦା କରିବାକୁ ଯାଇ ପାରୁ ନାହୁଁ। ଘରେ ବସିଛୁ। ସରକାର କୌଣସି ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କଲେ ଉପକୃତ ହୋଇପାରନ୍ତୁ ବୋଲି କହିଛନ୍ତି। ଏହା ଅନେକ କଳାକାରଙ୍କ ପାଇଁ ଜୀବନଜୀବିକା ହୋଇ ରହିଛି। ଅନୂ୍ୟନ୍ୟ ୧୫/୧୬ ଜଣ ଏହି ଦଳରେ ଅଛନ୍ତି। ଲକ୍‌ଡାଉନ ପରିବାରକୁ ଆର୍ଥିକ ଅନଟନ ମଧ୍ୟକୁ ଠେଲି ଦେଇଛି ବୋଲି କଳାକାରମାନେ କହିଛନ୍ତି। କଳା ବଞ୍ଚିଲେ ସଂସ୍କୃତି ଓ ପରମ୍ପରା ବଞ୍ଚିବ। ଏଣୁ ଲୋପ ପାଇବାକୁ ବସିଥିବା ଏହି କଳାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆର୍ଥିକ ସହାୟତା ଜରୁରୀ ହୋଇ ପଡିଛି ବୋଲି ସଂସ୍କୃତି ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri