Posted inଜାତୀୟ

ନାଗାମାନଙ୍କ ସ୍ବତନ୍ତ୍ର ସମ୍ବିଧାନ, ପତାକା ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୧୦: ନାଗାମାନଙ୍କ ଲାଗି ସ୍ବତନ୍ତ୍ର ସମ୍ବିଧାନ ଓ ପତାକା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା। ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଶାନ୍ତି ପ୍ରକ୍ରିୟା ଅବିଳମ୍ବେ ଶେଷ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନାଗା ଆଲୋଚନାର ମଧ୍ୟସ୍ଥ ତଥା ନାଗାଲାଣ୍ଡ ରାଜ୍ୟପାଳ ଆର୍‌.ଏନ୍‌. ରବି କହିଛନ୍ତି। ଚିଠା ବୁଝାମଣାରେ ସରକାର ରାଜି ହୋଇଛନ୍ତି ଓ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରାଜିନାମା ସ୍ବାକ୍ଷର ହେବ ବୋଲି ରାଜ୍ୟପାଳ କହିଛନ୍ତି।
ଏଭଳି ସମୟରେ ସମାଧାନ ପ୍ରକ୍ରିୟାକୁ ବିଳମ୍ବିତ କରିବା ଲାଗି ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ଟାଳଟୁଳ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟଜନକ। ବୁଝାମଣାକୁ ବିଳମ୍ବିତ କରିବା ଲାଗି ସେମାନେ ସ୍ବତନ୍ତ୍ର ଜାତୀୟ ପତାକା ଓ ସମ୍ବିଧାନ କଥା କହୁଛନ୍ତି। ଏହା କେବେ ସମ୍ଭବ ନୁହେଁ, ଏକଥା ନାଗାମାନେ ଭଲଭାବେ ଜାଣନ୍ତି ବୋଲି ରାଜ୍ୟପାଳ ଏକ ବିବୃତିରେ କହିଛନ୍ତି। ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ର କେତେକ ନେତାଙ୍କ ପ୍ରତିକୂଳ ମନୋଭାବ ସତ୍ତ୍ୱେ ଶୁକ୍ରବାର ରାଜ୍ୟପାଳ କୋହିମାରେ ନାଗା ସୋସାଇଟିର କେତେଜଣ ନେତାଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ୧୪ ନାଗା ଜନଜାତିର ନେତାଙ୍କ ସମେତ ଅଣନାଗା ନେତାମାନେ ମଧ୍ୟ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୧।୧୧: ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଚିଟ୍‌ଫଣ୍ଡ ଜମାରାଶି ସୀମା ୩ ଗୁଣ ବଢ଼ାଯାଇଛି। ଏହି...

୨୦୧୯ ଭୋଟ ଲାଗି ସର୍ବାଧିକ ଫୋର୍ସ: ୨.୭ ଲକ୍ଷ ଯବାନ, ୨୦ ଲକ୍ଷ ପୋଲିସ ମୁତୟନ

ନୂଆଦିଲ୍ଲୀ,୨୯ା୪(ପି.ଟି.): ଭାରତରେ ୭ ପର୍ଯ୍ୟାୟବିଶିଷ୍ଟ ଲୋକ ସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷକରିବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ...

ଉତ୍ତରପ୍ରଦେଶ ରାଜନୀତିରେ ମୋଦି ମ୍ୟାନ୍‌ଙ୍କ ଏଣ୍ଟ୍ରି

ଲକ୍ଷ୍ନୌ,୧୪।୧: ମୋଦି ମ୍ୟାନ୍‌ କୁହାଯାଉଥିବା ପୂର୍ବତନ ଆଇଏଏସ୍‌ ଅଫିସର ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଗୁରୁବାର ସେ ଭାଜପାରେ ଯୋଗ ଦେଇଛନ୍ତି।...

ଥମୁନି ଦିଲ୍ଲୀ ହିଂସା: ସେନା ମୁତୟନ କରିବାକୁ କେଜରିଓ୍ବାଲଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୬।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଆବଶ୍ୟକସ୍ଥଳରେ କର୍ଫ୍ୟୁ ଲଗାଇବା ସହିତ ସେନା ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ...

ଇତିହାସ ରଚିବେ ବିଜୟନ୍‌

ନୂଆଦିଲ୍ଲୀ,୩୦ା୪:ପୂର୍ବାପେକ୍ଷା ଏଥର ଆମେ ଅଧିକ ଆସନରେ ବିଜୟୀ ହେବୁ। ଗୁରୁବାର ରାତିରେ ଏକ୍‌ଜିଟ୍‌ ପୋଲ୍‌ ଫଳ ଆସିବା ପରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌ରେ ଏହା ଥିଲା...

ଏକ୍‌ଜିଟ୍‌ ପୋଲ୍‌ ପରେ ଆକ୍ସନ ମୁଡ୍‌ରେ ମାୟାବତୀ

ଲକ୍ଷ୍ନୌ,୨୧।୫: ଏକ୍‌ଜିଟ୍‌ ପୋଲ ଆସିବା ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ମାୟାବତୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳର ପୁରୁଣା ସଦସ୍ୟ ରାମବୀର ଉପାଧ୍ୟୟଙ୍କୁ...

ବିଳମ୍ବରେ ପହଞ୍ଚିବାରୁ ଝିଅକୁ ପିଟିପିଟି ମାରିଦେଲା ବାପା

ମୋରେନା,୧୧।୧୦: ୧୦ ବର୍ଷୀୟା ଝିଅକୁ ପିଟିପିଟି ହତ୍ୟା କରିଛନ୍ତି ବାପା। ଝିଅର ଭୁଲ ଏତିକି ଯେ, ସେ ନବରାତ୍ରୀ ଇଭେଣ୍ଟରୁ ସାଙ୍ଗମାନଙ୍କ ଖେଳିବା ପରେ ବିଳମ୍ବିତ...

ଶେଷ ୩ ଅଭିଯୁକ୍ତ ଦୋଷମୁକ୍ତ

ଅହମ୍ମଦାବାଦ, ୧ା୪: ଇସ୍‌ରତ ଜହାଁ ଏନକାଉଣ୍ଟର ମାମଲାରେ ଗୁଜରାଟର ଅହମ୍ମଦାବାଦସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟ ଶେଷ ତିନି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଜଜ୍‌ ଭି. ଆର୍‌...

Advertisement
Archives

Model This Week