Posted inଜାତୀୟ

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ପୂର୍ବଭାରତରେ ବିରୋଧ ପ୍ରଦର୍ଶନ

ଗୁଆହାଟି,୯।୧୨: ଆସାମ ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଲଗାତାର ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି। ରବିବାର ଅଲ୍‌ ଆସାମ ମଟକ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଶିବସାଗର ରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ କିଛି ଆନ୍ଦୋଳନକାରୀ ନିଆରା ଭାବେ ବିକ୍ଷୋଭ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲଙ୍କ ଚବୁଆସ୍ଥିତ ବାସଭବନ ଓ ଗୁଆହାଟିରେ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଘର ବାହାରେ ସିଏବି ବିରୋଧୀ ପୋଷ୍ଟର ଲଗାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ(ଆସୁ) ମଧ୍ୟ ନିଜ ମୁଖ୍ୟାଳୟରେ ମଶାଲ ଜଳାଇ ଗୁଆହାଟି ରାସ୍ତାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ ବିଲ୍‌କୁ ବିରୋଧ କରି ବାମପନ୍ଥୀ ଚିନ୍ତାଧାରା ରଖୁଥିବା ପ୍ରାୟ ୧୬ ସଂଗଠନ ପକ୍ଷରୁ ଡିସେମ୍ବର ୧୦ରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ବିଭିନ୍ନ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଛାତରୁ ଭିଡ ରାସ୍ତାରେ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର

ନୂଆଦିଲ୍ଲୀ,୧୮।୬: ଚେନ୍ନାଇରେ ବସ୍‌ ଡେ’ ପାଳନ ଅବସରରେ ଘଟିଛି ଏକ ଦୁର୍ଘଟଣା। ସୋମବାର ଏହି ଦିବସ ପାଳନ ଅବସରରେ କେତେଜଣ ଛାତ୍ର ଚଳନ୍ତା ବସ୍‌ ଛାତ...

ଜାଣିଶୁଣି ଶାହ। ନଡ୍ଡାଙ୍କ ମୁଣ୍ଡରେ ବୋଳିଲେ ଅଠା !

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଭାଜପା ଜେ.ପି. ନଡ୍ଡାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କାର୍ଯ୍ୟକାରୀ...

ଅହମ୍ମଦାବାଦ୍‌ରେ ୧୪୨ତମ ରଥାଯାତ୍ରା: ଶାହ କଲେ ମଙ୍ଗଳ ଆରତି

ଅହମ୍ମଦାବାଦ୍‌,୪।୭: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଗୁଜରାଟ ରାଜଧାନୀ ଅହମ୍ମଦାବାଦ୍‌ ଚଳଚଞ୍ଚଳ ହୋଇଉଠିଛି। ଏଠାରେ ଚଳିତ ବର୍ଷ ୧୪୨ତମ ରଥଯାତ୍ରା ପାଳିତ ହେଉଛି। ଏହି ଅବସରରେ...

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୬।୧୦: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୯ରେ କୋଇଲା ବ୍ଲକ...

ଇରାନରୁ ୨୩୩ ଭାରତୀୟଙ୍କୁ ନେଇ ଗୁଜରାଟ ପହଞ୍ଚିଲା ଆଇଏନ୍‌ଏସ୍‌ ଶାର୍ଦ୍ଦୁଳ

ପୋରବନ୍ଦର,୧୧।୬: ଭାରତୀୟ ନୌସେନା ଜାହାଜ ଶାର୍ଦ୍ଦୁଳ ୨୩୩ ଭାରତୀୟଙ୍କୁ ଇରାନର ବନ୍ଦର ଆବାସରୁ ଆଣି ଗୁରୁବାର ଗୁଜରାଟର ପୋରବନ୍ଦରରେ ପହଞ୍ଚିଛି। ବନ୍ଦେ ଭାରତ ମିଶନର ‘ଅପରେଶନ...

ଦେଶର ପ୍ରଥମ ବିଶ୍ୱସ୍ତରୀୟ ମଡେଲ ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୧୫।୧୧:ମଧ୍ୟପ୍ରଦେଶର ରାଣୀ କମଳାପତି ରେଳ ଷ୍ଟେଶନକୁ ସୋମବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭୋପାଳ,...

ନଭେମ୍ବରରେ ଆସିବ କର୍ବେଭାକ୍ସ

ହାଇଦ୍ରାବାଦ, ୨୬।୧୦(ଆଇଏଏନ୍‌ଏସ୍‌): ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ୍‌ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି।...

୪୫ ମିନିଟ୍‌ ପର୍ଯ୍ୟନ୍ତ ଅକାଶରେ ଉଡ଼ିଲେ ମାଛ-ଚିଙ୍ଗୁଡ଼ି, ଆଉ ତାପରେ…

ଶ୍ରୀକାକୁଲମ୍‌, ୧୯।୭: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଏବଂ ୟାନାମ ଜିଲାରେ ଟର୍ନାଡୋ ଦେଖାଦେଇଛି। ଦେଶରେ ଏଭଳି ଘଟଣା ପ୍ରାୟତଃ କମ୍‌ ଦେଖିବାକୁ ମିଳିଥାଏ ବୋଲି ପାଣିପାଗ...

Advertisement
Archives

Model This Week