ନଳକୂପ ନାହିଁ, ନାଳରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ଅନୁସୂଚିତ ଜନଜାତି କୁଟିଆ କନ୍ଧଙ୍କ ପାଇଁ ରାଜ୍ୟ ସରକାର ସ୍ଥାପନ କରିଛନ୍ତି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ)। କୁଟିଆ କନ୍ଧଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଛି। ତଥାପି ଏମାନେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ପରି ମୌଳିକ ଆବଶ୍ୟକତାରୁ ବଞ୍ଚତ୍ତ ହେଉଛନ୍ତି। ନଳକୂପ ପାଣି ଟୋପାଏ ଏମାନଙ୍କ ପାଇଁ ସତେ ଯେମିତି ସାତ ସପନ ପାଲଟିଛି। ଫଳରେ ନାଳରୁ ପିଇବା ପାଣି ସଂଗ୍ରହ କରୁଛନ୍ତି ଏଠାକାର ଅଧିବାସୀ। ହଜାର ହଜାର ବର୍ଷ ଧରି ଡଙ୍ଗର ପାହାଡ଼ ଉପରେ ନିର୍ଭର କରି ଚଳି ଆସୁଛନ୍ତ। ଏମାନଙ୍କ ଜୀବନ ଜୀବିକା ପ୍ରତି କାହାର ନଜର ନାହିଁ। ଏମାନଙ୍କ ପାଇଁ ସରକାରୀ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା, ସବୁ ଦେଖି ବନ ବିଭାଗ ଚୁପ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛରେ ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା କରାଯାଉଛି। ବିଭିନ୍ନ ସରକାରୀ ବେସରକାରୀ…

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

ଅଫୁଟା ବାଣରେ ନିଆଁ ଲଗାଉଥିଲେ ୩ ପିଲା, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri