ନର୍ସ ନିହାରିକା ହତ୍ୟା ମାମଲା : ପ୍ରେମିକଙ୍କୁ ନେଇ ବଢୁଛି ସନ୍ଦେହ

ଜଗତ୍‌ସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.),୧୯ା୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର ହେବାର ଦୁଇଦିନ ପରେ ମଧ୍ୟ ସମଗ୍ର ଘଟଣା ରହସ୍ୟାବୃତ ହୋଇରହିଛି। ବିଶେଷକରି ତାଙ୍କ ପ୍ରେମିକ ବିରିଡ଼ି ଥାନା ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏକ ଅଖା ମଧ୍ୟରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନିହାରିକାଙ୍କ ମୃତଦେହ ମିଳିଥିବାବେଳେ ମୁହଁ ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଯଦିଓ ପୋଷାକ, ବାମହାତରେ ବନ୍ଧାହୋଇଥିବା ସୂତା ଓ ଶରୀର ଦେଖି ତାଙ୍କ ବାପା ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ର ଓ ମା’ ପ୍ରତିମା ପାତ୍ର ନିହାରିକାଙ୍କୁ ଚିହ୍ନଟ କରିଛନ୍ତି, ତେବେ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ତାଙ୍କ ଡିଏନ୍‌ଏ ପରୀକ୍ଷା ହେବ ବୋଲି ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି। ଏଥିପାଇଁ ବୁଧବାର ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି। ଏଥିସହ କଟକ ବଡ଼ ଡାକ୍ତରଖାନା ପରିସର ଏଫ୍‌ଏମ୍‌ଟି ବିଭାଗରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଅନ୍ୟପକ୍ଷରେ କିଶୋରଙ୍କ ଉପରେ ପୋଲିସର ସନ୍ଦେହ ବଢିଛି। କାରଣ ନିହାରିକା କଟକର ଯେଉଁ ନର୍ସିଂହୋମରେ କାମ କରୁଥିଲେ, ସେଠାରୁ ଗତ ୮ ତାରିଖ ଅପରାହ୍ନରେ ତାଙ୍କୁ କିଶୋର ନିଜ ସାଥିରେ ନେଇଯାଇଥିଲେ। ଏହା ପରଠାରୁ ଆଉ ନିହାରିକା ନ ଫେରିବାରୁ ନର୍ସିଂହୋମ ପକ୍ଷରୁ ମଧୁପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। କିଶୋର ଏବେ ଫେରାର ଅଛନ୍ତି। ତେଣୁ ତାଙ୍କ ବାପା, ମା’ ଓ ଭାଇଙ୍କ ସମେତ ୬ଜଣଙ୍କୁ ପୋଲିସ ପର୍ଯ୍ୟାୟକ୍ରମେ ଥାନାକୁ ଆଣି ପଚରାଉଚରା କରିଛି। ନିହାରିକାଙ୍କ ବିବାହ କିଶୋରଙ୍କ ସହ ସ୍ଥିର ହୋଇଥିଲା। କିନ୍ତୁ କିଶୋରଙ୍କର ଆବଶ୍ୟକ ଘର ନ ଥିବାରୁ ବିବାହ ଅଟକି ରହିଥିଲା। ୨ ବଖରା ଛାତ କରି ସାରିଲା ପରେ ବିବାହ ହେବ ବୋଲି ସ୍ଥିର ହୋଇଥିଲା। ସେହି ଅନୁଯାୟୀ, ଘର କାମ ଆରମ୍ଭ ହୋଇ ଛାତ ପଡିଛି। କିନ୍ତୁ ଘର ଶେଷ ହେବା ପୂର୍ବରୁ ନିହାରିକାଙ୍କ ଏଭଳି ମୃତ୍ୟୁ ଘଟିବା ସମଗ୍ର ଘଟଣାକୁ ରହସ୍ୟମୟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷଙ୍କ ବିୟୋଗ

ଭଞ୍ଜନଗର,୨୬ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ଦାସ (୫୯)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି। ପ୍ରତିଷ୍ଠା...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର, ୨୯ା୫(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ ବୈଠକ ସୋମବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ...

ବିପୁଳ ପରିମାଣରେ ଚୋରା ମଦ ଜବତ: ୬ଗିରଫ

ନିରାକାରପୁର,୮।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ବୁଧବାର ଗୋଡିପଡା, ଛଣାଗିରି ଓ ବଳପୁର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି।...

୨୨୦ ଗ୍ରାହକଙ୍କ କଟାଗଲାଣି ବିଦ୍ୟୁତ୍‌ ସଂଯୋଗ

ଛତ୍ରପୁର,୨୬ା୨(ଡି.ଏନ.ଏ.)ସାଉଥ୍‌କୋ ୟୁଟିଲିଟି ପକ୍ଷରୁ ଛତ୍ରପୁର ଅଞ୍ଚଳରେ ମଙ୍ଗଳବାର ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ୱାରା ବିଦ୍ୟୁତ୍‌ ବିଚ୍ଛିନ୍ନ ଆରମ୍ଭ ହୋଇଛି। ଏହି ସବ୍‌ଡିଭିଜନ ଅଧୀନରେ ବିଭିନ୍ନ ଗ୍ରାହକଙ୍କ ଉପରେ...

‘ମୂଳ ପୀଠକୁ ଅଗ୍ରାଧିକାର ଦିଆଯାଉ’

ପୁରୀ ଅଫିସ,୨୭ା୬: ସମ୍ପ୍ରତି ରଥର ଉଚ୍ଚତାକୁ ନେଇ ପ୍ରତିଯୋଗିତା ଚାଲିଛି। ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ କେନ୍ଦୁଝରର ରଥକୁ ସର୍ବୋଚ୍ଚ ମାନ୍ୟତା ମିଳିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ...

ଲଳିତ ମୋହନ ପଣ୍ଡା ପାଇବେ ଜାତୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୭।୯(ବ୍ୟୁରୋ):ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡଲାଇଫ୍‌ ଗାଇଡ୍‌ ଭାବେ ଓଡ଼ିଶାର ଲଳିତ ମୋହନ ପଣ୍ଡା ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ...

ଦୈନିକ ସାନିଟାଇଜ୍‌ ହେବ ଏଟିଏମ୍‌, ଗଫଲତି କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ବୁଧବାର ବ୍ୟାଙ୍କଗୁଡ଼ିକୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଟିଏମ୍‌ ସାନିଟାଇଜ୍‌ ନ କଲେ କାର୍ଯ୍ୟାନୁଷ୍ଠାନ...

ବଢ଼ିଲା ବୈତରଣୀ

ଭଣ୍ଡାରିପୋଖରୀ,୬ା୮(ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ...

Advertisement
Archives

Model This Week