ନରସିଂହ ଚୌଧୁରୀ ସ୍ବୟଂଶାସିତ କଲେଜ: ଖାଲି ପଡ଼ିଛି ୫୦% ଅଧ୍ୟାପକ ପଦବୀ

ଯାଜପୁର ଅଫିସ,୧୨ା୧୦:  ଯାଜପୁର ଜିଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ସ୍ଥାନୀୟ ରାଜନୈତିକ ନେତୃବର୍ଗ ଅନେକ ସମୟରେ ବଡ଼ ବଡ଼ ସ୍ବପ୍ନ ଦେଖାଇ ଚାଲିଛନ୍ତି । ନିକଟରେ ନରସିଂହ ଚୌଧୁରୀ(ଏନ୍‌ସି) ସ୍ବୟଂଶାସିତ ସରକାରୀ ଡିଗ୍ରୀ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥାନୀୟ ନେତୃବର୍ଗ ଘୋଷଣା କରିଛନ୍ତି। କିନ୍ତୁ ବିଡମ୍ବନା ଯେ, ଏହି କଲେଜରେ ବର୍ଷକୁ ବର୍ଷ ଅଧ୍ୟାପକ ପଦବୀ ଖାଲି ହୋଇ ଚାଲିଛି। ୨୩ା୬ା୨୦୧୬ ସୁଦ୍ଧା ଏହି କଲେଜର ବିଭିନ୍ନ ବିଷୟରେ ୨୧ଟି ଅଧ୍ୟାପକ ପଦବୀ ଖାଲି ପଡିଥିଲା। ତାହା ବଢି ବର୍ତ୍ତମାନ ୨୮ରେ ପହଞ୍ଚିଛି । ଯାହାକି ଆବଶ୍ୟକତାଠାରୁ ୫୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡିଛି। ଏଥିରୁ ଜିଲାରେ ଉଚ୍ଚଶିକ୍ଷା ପ୍ରତି ପ୍ରଶାସନିକ ଅଧିକାରୀ ଓ ନେତୃବର୍ଗଙ୍କ ଅନାଗ୍ରହ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଶିକ୍ଷା ବିଭାଗର ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟ ଏହାକୁ ଗୁରୁତର ସହ ନେଇ ସବିଶେଷ ଅଧ୍ୟାପକ ପଦବୀ ସଂକ୍ରାନ୍ତରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଭୁବନେଶ୍ୱର ବିଶ୍ୱବିଦ୍ୟାଳୟ (ରେଜିଷ୍ଟ୍ରାର, ଆରଡିଡବ୍ଲୁ) ଅଧୀନରେ ଥିବା ୫୧ଟି ସରକାରୀ ଡିଗ୍ରୀ କଲେଜରେ ଆବଶ୍ୟକ ୨୦୨୪ ଅଧ୍ୟାପକ ପଦବୀ ମଧ୍ୟରୁ ୧୦୭୧ (୫୩ ପ୍ରତିଶତ) ଖାଲି ପଡିଛି। ଏଥିରୁ ୧୩ଟି କଲେଜରେ ୩୦ରୁ ଊର୍ଦ୍ଧ୍ୱ ଅଧ୍ୟାପକ ପଦବୀ ପୂରଣ ହୋଇପାରି ନାହିଁ । ରାଜ୍ୟରେ ପ୍ରତିଷ୍ଠିତ ଶୈଳବାଳା ମହିଳା କଲେଜରେ ୨୮, ଖଲିକୋଟ ସ୍ବୟଂଶାସିତ କଲେଜରେ ୫୧, ବିଜେବି ସ୍ବୟଂଶାସିତ କଲେଜରେ ୨୩, ସମ୍ବଲପୁର ସରକାରୀ ମହିଳା କଲେଜରେ ୨୫, ରାଜେନ୍ଦ୍ର ସ୍ବୟଂଶାସିତ କଲେଜ ବଲାଙ୍ଗୀରରେ ୪୪, ଶୈଳବାଳା ମହିଳା ସ୍ବୟଂଶାସିତ କଲେଜରେ ୨୮ ଅଧ୍ୟାପକ ପଦବୀ ଖାଲି ପଡିଛି ା ଏହି କଲେଜଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ମେଧାବୀ ଛାତ୍ରୀଛାତ୍ର ନିର୍ଭର କରିଥାନ୍ତି । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ଏଥିପ୍ରତି ଆଦୌ ଆନ୍ତରିକତା ପ୍ରଦର୍ଶନ ନ କରିବା ବିଡମ୍ବନା ଛଡା ଅନ୍ୟ କିଛି ନୁହେଁ ବୋଲି ମତପ୍ରକାଶ ପାଉଛି। ତେବେ ଯାଜପୁର ଜିଲାର ଏନ୍‌ସି କଲେଜ ୧୯୪୮ମସିହାରେ ପ୍ରତିଷ୍ଠା ଲାଭ କରିଥିଲା । ୨୦୦୦ ମସିହାରେ ସ୍ବୟଂଶାସିତ ମାନ୍ୟତା ପାଇଥିବା ଏହି କଲେଜ ଦୀର୍ଘ ବର୍ଷ ହେଲା ବିନା ପ୍ରିନ୍ସିପାଲରେ ଚାଲିଛି। ଏଭଳି ପରମ୍ପରାରେ ସ୍ବୟଂଶାସିତ ଏନ୍‌ସି କଲେଜର ଭାଗ୍ୟ ଗତି କରୁଛି । ଆଖପାଖ ଅଞ୍ଚଳର ହଜାରହଜାର ଛାତ୍ରୀଛାତ୍ର ଏହି କଲେଜ ଉପରେ ନିର୍ଭର କରନ୍ତି। ଜିଲା ତଥା ଜିଲା ବାହାରର ଅଭିଭାବକମାନେ ଆକୃଷ୍ଟ ହୋଇ ନିଜ ପିଲାଛୁଆଙ୍କ ଭବିଷ୍ୟତ ପାଇଁ ଏହି କଲେଜକୁ ଅଧିକ ବିଶ୍ୱାସ କରୁଥିଲେ। ହେଲେ ଏବେ ଅଧ୍ୟାପକ ଓ କର୍ମଚାରୀ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଭୁଷୁଡି ପଡିଥିବାରୁ କଲେଜଟି ତାର ପୂର୍ବ ଗୌରବ ହରାଇ ବସିଛି। ଏହି କଲେଜରେ ଉଦ୍ଭିଦ ବିଜ୍ଞାନରେ ୪ରୁ ୩, ରସାୟନିକ ବିଜ୍ଞାନରେ ୫ରୁ ୩, ବାଣିଜ୍ୟରେ ୬ରୁ ୨, ଇକୋନୋମିକ୍ସରେ ୪ରୁ ୩, ଇଂଲିଶରେ ୬ରୁ ୩, ଇତିହାସରେ ୪ରୁ ୨, ଲଜିକ/ଫିଲୋସୋଫିରେ ୨ରୁ ୧, ଗଣିତରେ ୪ରୁ ୧, ଓଡ଼ିଆରେ ୪ରୁ ୧, ପଦାର୍ଥ ବିଜ୍ଞାନରେ ୫ରୁ ୩, ରାଜନୈତିକ ବିଜ୍ଞାନରେ ୪ରୁ ୨, ସଂସ୍କୃତରେ ୨ରୁ ୨, ସୋସିଓଲୋଜିରେ ୧ରୁ ୧, ଜୁଲୋଜିରେ ୪ରୁ ୧ ଅଧ୍ୟାପକ ପଦବୀ ଖାଲି ପଡିଛି। ଏହାବାଦ ଲାବୋରୋଟୋରୀ ଆଟେଣ୍ଡାଣ୍ଟ, ସିନିୟର କିରାଣୀ, ଡେମୋନ୍‌ଷ୍ଟ୍ରେଟର, ଷ୍ଟୋରକିପର, ପିଅନ ପ୍ରଭୃତି ପଦବୀ ମଧ୍ୟ ଖାଲି ପଡିଛି । ବହୁବିଧ ସମସ୍ୟା ଭିତରେ ଗତି କରୁଥିବା ଏହି ସର୍ବପୁରାତନ କଲେଜ ପ୍ରତି ରାଜନୈତିକ ଇଚ୍ଛାଶକ୍ତି ମଧ୍ୟ ଦେଖିବାକୁ ମିଳୁନାହିଁ। ଶିକ୍ଷିତ ସମାଜ ଗଠନ ହେଲେ ଗ୍ରାମାଞ୍ଚଳ ତଥା ଦେଶର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଉନ୍ନତି ହେବା ଆଶାରେ ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଏନ୍‌ସି କଲେଜରେ ଭତ୍ତିଭୂମିର ଅଭାବ ସାଙ୍ଗକୁ ଅଧ୍ୟାପକ ଓ କର୍ମଚାରୀ ଅଭାବ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି। ସରକାର ଓ ସ୍ଥାନୀୟ ନେତୃବର୍ଗଙ୍କ ଘୋଷଣା ଫମ୍ପା ମାଠିଆର ଶବ୍ଦ ସଦୃଶ ହୋଇଛି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୮୬୮୯/୧୦ା୧୦ା୨୦୧୯ରେ ସମସ୍ତ ସରକାରୀ ଡିଗ୍ରୀ କଲେଜର ଖାଲି ପଡିଥିବା ଅଧ୍ୟାପକଙ୍କ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri