ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ ମାମୁଁ ଅଭିଷେକ ବଚ୍ଚନ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଇଛନ୍ତି। ଶ୍ୱେତା ଝିଅ ନବ୍ୟାଙ୍କ ଏକ ସୁନ୍ଦର ଫଟୋ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ଯାହା ଜୀବନରେ ତମେ ପ୍ରବେଶ କରିଛ ତା’ ଜୀବନକୁ ହସ ଖୁସିରେ ଭରିଦେଇଛ। ବିଶେଷଭାବେ ମୋ ଜୀବନକୁ ଆସି ଉଜ୍ୱଳମୟ କରିଦେଇଛ। ତୁମକୁ ବହୁତ ଭଲପାଇବା। ସେହିପରି ମାମୁଁ ଅଭିଷେକ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଓ ନବ୍ୟାଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା, ମାମୁଁ ତୁମକୁ ବହୁତ ଭଲ ପାଆନ୍ତି। ସୁଚନାମୁତାବକ ନବ୍ୟା ବର୍ତ୍ତମାନ ନ୍ୟୁୟର୍କରେ ପାଠ ପଢ଼ୁଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ନବ୍ୟାଙ୍କ ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ମନୋରଞ୍ଜନ ଜଗତ ସହ ସେ ଜଡିତ ନାହାନ୍ତି। କିନ୍ତୁ ତାଙ୍କର ଫ୍ୟାନ ଫଲୋଇଂ କୌଣସି ଷ୍ଟାରଠାରୁ କମ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ର କେତେଜଣ ନାୟିକା ବୋଲ୍ଡନେସ୍‌ ପାଇଁ ବେଶ୍‌ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ...

ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’

ବମ୍ବେ: ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସ୍ବାତୀ ଚିଟ୍‌ନିସ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା...

ଅର୍ଜୁନଙ୍କ ପିଲାଦିନର ଫଟୋ ଦେଖି ମଲାଇକା ଦେଲେ ଏମିତି କମେଣ୍ଟ

ଅର୍ଜୁନ କପୁର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌ ରହୁଛନ୍ତି। ଏବେ ତାଙ୍କର ଏକ ପିଲାଦିନ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଖେଳନା...

ଡ୍ରିମ୍‌ ଓ୍ବେଡିଂ ଚାହୁଁଛନ୍ତି ମଲାଇକା

ମୁମ୍ବାଇ: ବି-ଟାଉନର ଲଭ୍‌ ବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ବହୁଥର ଏହି ଲଭ୍‌ ବାର୍ଡଙ୍କୁ ଏକାଠି ଦେଖିବାକୁ ମଧ୍ୟ...

ଶାହିଦ୍‌ଙ୍କ ‘କବିର ସିଂ’ର ରେକର୍ଡ: ପ୍ରଥମ ଦିନରେ ବ୍ୟବସାୟ ୨୦.୨୧ କୋଟି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହିଦ୍‌ କପୁର ଓ ଅଭିନେତ୍ରୀ କିଆରା ଆଡ୍‌ଭାନୀ ଅଭିନୀତ ‘କବିର ସିଂ’ ପରଦାରେ। ଶୁକ୍ରବାର ଫିଲ୍ମଟି ରିଲିଜ୍‌ ହୋଇଥିବା ବେଳେ ଦର୍ଶକଙ୍କ...

ସୂର୍ଯ୍ୟମନ୍ଦିରରେ ପୂଜା

ନୂଆକରି ଆରମ୍ଭ ହୋଇଥିବା ଯାତ୍ରାନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’ର ପ୍ରଥମ ନାଟକ ହେଉଛି ‘ପୁଅ ଯିବ ଶାଶୁଘର’। ସାଧାରଣତଃ ଝିଅମାନେ ଶାଶୁଘରକୁ ଯାଉଥିବା ବେଳେ ‘ଅପେରା ସୂର୍ଯ୍ୟମନ୍ଦିର’...

ଇମୋଶନାଲ କଲା ‘ଦିଲ୍‌ ବେଚାରା’ର ଟାଇଟେଲ ଟ୍ରାକ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟାଇଟେଲ ଟ୍ରାକ୍‌ ରିଲିଜ୍‌ ହୋଇସାରିଛି। ଆଉ ଏହା ଦର୍ଶକଙ୍କୁ ବେଶ୍‌...

‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ପ୍ରଥମ ଅଭିନୟ

ମୁମ୍ବାଇ: ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି ସନ୍ନି ଦେଓଲଙ୍କ ପୁତ୍ର କରନ ଦେଓଲ। କରନ ଶୁଟିଂସେଟ୍‌ରେ ଥିବାବେଳେ ତାଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *