ନବୀନ କ୍ରେଜ୍‌ କାଏମ

ଢେଙ୍କାନାଳ ଅଫିସ, ୨୫।୫-ଦୀର୍ଘଦିନ ଧରି ଶାସନ ଗାଦି କବ୍‌ଜା କରି ରଖିଥିଲେ ମଧ୍ୟ କମିନି ନବୀନଙ୍କ କ୍ରେଜ୍‌। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ହୋଇଛି। ରାଜ୍ୟରେ ଶାସକ ଦଳକୁ ପୁଣି ଥରେ ମିଳିଛି ସ୍ପଷ୍ଟ ବହୁମତ, ଯାହା ବିରୋଧୀଙ୍କୁ ପରାଜୟ ସ୍ବୀକାର କରିବାକୁ ବାଧ୍ୟ କରାଇଛି। ସାରାଦେଶରେ ମୋଦି ଲହର ଦେଖାଦେଇଥିବାବେଳେ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିନାହିଁ। ଲୋକ ସଭା ଆସନ ସମେତ ଢେଙ୍କାନାଳ ଜିଲାର ୪ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ୍‌ କରିଛନ୍ତି।
ଅନ୍ୟପଟେ ଫଳାଫଳ ପ୍ରକାଶ ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ନିର୍ବାଚନମଣ୍ଡଳୀରେ ବିଜେଡିର ବିପୁଳ ସଫଳତା ନେଇ ବିଜୟୀ ଲୋକ ସଭା ପ୍ରାର୍ଥୀ ମହେଶ ସାହୁ କୁହନ୍ତି, ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ହିଁ ସଫଳତାର ପ୍ରମୁଖ କାରଣ। ସମସ୍ତଙ୍କ ସହଯୋଗରେ ଏହି ବିଜୟ ହୋଇଛି। ଏହାର ଶ୍ରେୟ ୧୧ଲକ୍ଷ ୨୫ହଜାର ଭୋଟରଙ୍କର। ଦଳୀୟ କର୍ମୀ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି। ଏକାଧିକ ଥର ବିଧାୟକ ହୋଇ ବିଧାନସଭାକୁ ଯାଇଛନ୍ତି। ଲୋକ ସଭା ମଧ୍ୟ ନୂଆ କରି ସ୍କୁଲକୁ ଯିବା ଭଳି ଲାଗିବ। ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇ କାମ କରିବାକୁ ସେ ଚେଷ୍ଟା କରିବେ। ଲୋକଙ୍କ ସହ ମିଳାମିଶା ପରେ ସବୁକିଛି ସହଜ ହୋଇଯିବ ବୋଲି ମହେଶ କହିଛନ୍ତି।
ଲୋକ ସଭା ସମେତ ଜିଲାର ୪ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀଙ୍କ ପରାଜୟ ପରେ ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନ ଏ ନେଇ ମତ ରଖିଛନ୍ତି। ସେ କହିଛନ୍ତି, ଜନମତକୁ ମୁଣ୍ଡପାତି ସମ୍ମାନ ଜଣାଉଛୁ। ଲୋକ ସଭାରେ ଦଳୀୟ ପ୍ରାର୍ଥୀ ଶାସକ ଦଳକୁ କଡ଼ା ଟକ୍କର ଦେଇଥିଲେ। ଆଉ ଟିକେ ପରିଶ୍ରମ କରିଥିଲେ ସଫଳତା ମିଳନ୍ତା। ବିଜେଡି ବିକାଶମୂଳକ କାର୍ଯ୍ୟରେ ଯେତିକି ଧ୍ୟାନ ଦେଉନାହିଁ, ନିର୍ବାଚନରେ ସଫଳ ହେବାକୁ ସେତିକି ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ସଙ୍ଗଠନକୁ ସୁଦୃଢ଼ କରି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ସେହିପରି ଜିଲା କଂଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ କୁହନ୍ତି, କେବଳ ଢେଙ୍କାନାଳ ଜିଲା ନୁହେଁ, ସାରା ରାଜ୍ୟରେ ଦଳ ଖରାପ ପ୍ରଦର୍ଶନ କରିଛି। ଲୋଭ ସଭା ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓଙ୍କ ଟିକେଟ୍‌ ଝୁଲାଇ ରଖାଗଲା। ବହୁ ବିଳମ୍ବରେ ତାଙ୍କୁ ଟିକେଟ ଦିଆଗଲା। ପ୍ରବଳ ଗ୍ରୀଷ୍ମପ୍ରବାହରେ ଅଧିକ ପରିଶ୍ରମ କରିବା ସମ୍ଭବପର ହେଲାନାହିଁ। ରାଜ୍ୟ ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି। ଏପରି ପରାଜୟର ସମୀକ୍ଷା କରି ସଙ୍ଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଲେ ଆଗାମୀ ଦିନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri