ନବୀନ ଅପରାଜେୟ: ଦାମ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ନିୟମିତ ବ୍ୟବଧାନରେ ନିଜ ମନ୍ତବ୍ୟ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଭାଜପାରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶନିବାର ଦାମ ପ୍ରଶଂସା କରିଛନ୍ତି। ଏପରିକି ସେ ବିଜେଡି ପ୍ରତି କଦାପି ବିମୁଖ ନ ଥିବା କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦାମ କହିଛନ୍ତି ଯେ, ମୁଁ ବିଜେଡି ପ୍ରତି ବିମୁଖ ନୁହେଁ। ବିଜେଡି ତାଙ୍କୁ ଦଳରୁ ବିଦା କରିଥିଲା, ସେ ବିଜେଡି ଛାଡି ନ ଥିଲେ। ୧୯୭୪ରୁ ବିଜୁ ପଟ୍ଟନାୟକଙ୍କ ସହ ଥିଲି, ତାଙ୍କ ଦେହାନ୍ତ ପରେ ନବୀନ ବାବୁଙ୍କ ସହ ରହିଛି। ନବୀନ ବାବୁଙ୍କ କ୍ଷତି କରିଥିବା ଲୋକଙ୍କଠାରୁ ତାଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରିଛି। ଏସବୁ ସତ୍ତ୍ୱେ ଦଳ ମୋତେ ବାହାର କରିଦେଲା। ରାଜ୍ୟବାସୀ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ନବୀନ ବାବୁ ଅପରାଜେୟ ବୋଲି ଦାମ କହିଛନ୍ତି। ଦାମଙ୍କ ଏପରି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଲାଗିରହିଛି। ଦାମ କୌଣସିମତେ ନିଜ ପୂର୍ବ ଦଳ ବିଜେଡିକୁ ଫେରିବା ପାଇଁ ମସୁଧା କରୁଥିବା ସମୀକ୍ଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ ଫାଟି ରାସ୍ତାରେ ଭାସୁଛି ପାଣି

ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ...

ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌

ଭୁବନେଶ୍ୱର,୫।୬(ବ୍ୟୁରୋ): ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌। ରବିବାର ଲୋକ ସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଗଣେଶୀ...

ପାଞ୍ଚକାହାଣିଆ ନିକଟରେ ବାଇକକୁ ପିଟିଲା ଟ୍ରକ୍‌, ୨ଜଣଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୫।୧: ଢେଙ୍କାନାଳ ସହର ନିକଟସ୍ଥ ୫୫ନଂ ଜାତୀୟ ରାଜପଥର ପାଞ୍ଚକାହାଣିଆ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କା...

ବ୍ରଜରାଜନଗର ଉପନିର୍ବାଚନ: ୭୨% ମତଦାନ

ଭୁବନେଶ୍ୱର,୩୧।୫(ବ୍ୟୁରୋ)-ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଇଭିଏମ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି । ତେବେ...

ମଙ୍କିପକ୍ସ ଲକ୍ଷଣ ଥିଲେ ପୁଣେ ପଠାଯିବ ନମୁନା

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଏବେ ବିଶ୍ୱରେ ମଙ୍କିପକ୍ସ ଭୂତାଣୁକୁ ନେଇ ଆତଙ୍କ ଲାଗି ରହିଛି। ଓଡ଼ିଶାରେ ମଧ୍ୟ ଛନକା ପଶିଛି। ତେବେ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ବଧୂହତ୍ୟା ଘଟଣା: ସ୍ବାମୀ, ଶାଶୁ, ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା ଅଫିସ, ୧।୬: ଖୋର୍ଦ୍ଧାର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ଜଙ୍କିଆ ମାନପୁର ଗାଁର ବିଳାସିନୀ ରାଉତରାୟ ହତ୍ୟାକାଣ୍ଡ ଘଟଣାର ରାୟ ଶନିବାର ପ୍ରକାଶ...

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାକୁ ୫-ଜି ସେବା

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ହାଇସ୍ପିଡ୍‌ ୫-ଜି ଇଣ୍ଟରନେଟ୍‌ ସେବା ମିଳିବ। ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା ପାଇବାରୁ ଓଡ଼ିଶା ବଞ୍ଚିତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାକୁ...

ବେଳାଭୂମି ଅପରିଷ୍କାର କଲେ ଜରିମାନା ଗଣିବେ ପର୍ଯ୍ୟଟକ

ପୁରୀ ଅଫିସ, ୨୩ା୮:ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ରହିଛି ମନୋରମ ବେଳାଭୂମି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ସଂଖ୍ୟାଧିକ ପର୍ଯ୍ୟଟକଙ୍କ ଖାସ୍‌...

Advertisement
Archives

Model This Week