ନବୀନାବାଗ ୭୨ଘଣ୍ଟା ଲାଗି ନିଷିଦ୍ଧାଞ୍ଚଳ

ଖୋର୍ଦ୍ଧା ଅଫିସ,୧୦ା୭: ଖୋର୍ଦ୍ଧା ଉପଖଣ୍ଡରେ ବୁଧବାର ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାଲୁଗାଁରୁ ୫, ଟାଙ୍ଗି ଓ ବାଲିପାଟଣାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ପୌରାଞ୍ଚଳ ୬ନଂ ୱାର୍ଡ ନବୀନାବାଗରୁ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ଜିଲାପାଳ ଶିତାଂଶୁ କୁମାର ରାଉତ ନବୀନାବାଗ ଅଞ୍ଚଳକୁ ୭୨ଘଣ୍ଟା ଲାଗି ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ନିକଟରେ ନବୀନାବାଗରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଅଞ୍ଚଳକୁ ନିିଷିଦ୍ଧାଞ୍ଚଳ କରାଯାଇଥିଲା। ଏବେ ପୁଣି ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିିଛନ୍ତି। ଅନ୍ୟପଟେ ଚିହ୍ନଟ ବ୍ୟକ୍ତି ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ରାଉତ ବୁଧବାର ପୂର୍ବାହ୍ନ ୧୧ଟାରୁ ୧୩ତାରିଖ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ କରିଛନ୍ତି। ୩ଦିନ ବ୍ୟାପୀ ଏହି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ। ଅପରାହ୍ନରେ ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ଗ୍ରାମକୁ ସାନିଟାଇଜ୍‌ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଏହାର ଚତୁଃପାର୍ଶ୍ୱ ବ୍ୟାରିକେଡ ଦିଆଯାଇଥିଲା। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ ଉକ୍ତ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରିବେ। ମୁକୁନ୍ଦପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ର ଡା. ଶତରୂପା ମହାରଥୀ ଖୋର୍ଦ୍ଧା ସିଡିପିଓ ଏମ.ନାୟକ, ଏଡିଏମଓ(ଜନସ୍ବାସ୍ଥ୍ୟ)ଡା. ଭି.ଆର.ପତି ପ୍ରମୁଖ ଦାୟିତ୍ୱରେ ରହିବେ। ଆରଆରଟି ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବେ ବୋଲି ଜିଲାପାଳ ନିର୍ଦ୍ଦେଶାନାମାରେ ଉଲ୍ଲେଖ କରିଛନ୍ତି। ସେହିପରି ବୁଧବାର ଜିଲାରୁ ୨୦୫ ସ୍ବାବ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଛି। ସେଥିମଧ୍ୟରୁ ୧୪୮ ରିପୋର୍ଟ ନେଗେଟିଭ ରହିଛି। ପଠାଯାଇଥିବା ସ୍ବାବ ମଧ୍ୟରୁ ଖୋର୍ଦ୍ଧା୨୪, ଟାଙ୍ଗି୧୯, ବାଲୁଗାଁ୪୩, ବାଣପୁର୨୦, ବେଗୁନିଆ୨୯, ବୋଲଗଡ୩୧, ବାଲକାଟୀ୧୦, ମେଣ୍ଢାଶାଳରୁ ୨୯ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମକୁ ବଳିଯିବ ଖୋର୍ଦ୍ଧା ସ୍ଥିତି: ଆଜି ଚିହ୍ନଟ ହେଲେ ସର୍ବାଧିକ ୪୮୮ ଆକ୍ରାନ୍ତ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଗୋଟିଏ ପଟେ ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ଦେଖାଯାଉଥିବା ବେଳେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା। ରବିବାର ରାଜ୍ୟରେ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ...

ଭର୍ଚୁଆଲ ମୋଡ୍‌ରେ ଜଟଣୀରେ ହସ୍ପିଟାଲ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୧୧ା୫: ଖୋର୍ଦ୍ଧା ଜିଲା ଜଟଣୀଠାରେ ଗୁରୁବାର ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭର୍ଚୁଆଲ ମୋଡ୍‌ରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନ୍ୟାୟ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ଦମ୍ପତି

ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ସରକାରୀ ଓ ମହାପ୍ରଭୁଙ୍କ ଜମି, କାଜୁ ଜଙ୍ଗଲ ଉପରେ ପଥର ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏପରିକି ସ୍ଥିତିବାନ...

ନିର୍ମାଣ ସରିନି, ତରବରିଆ ଉଦ୍‌ଘାଟନ

ନିରାକାରପୁର,୧୧ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ଏହାର ଉଦ୍‌ଘାଟନକୁ...

ବାର୍ଡ ଫ୍ଲୁ ସନ୍ଦେହ: ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ

ବାଲୁଗାଁ, ୨୮।୧(ଡି.ଏନ.ଏ ): ଭୁବନେଶ୍ୱରରେ ବାର୍ଡ଼ ଫ୍ଲୁ ଭୁତାଣୁ ଚିହ୍ନଟ ହେବାପରେ ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ବ୍ୟାପିବା ଆଶଙ୍କା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା...

ପୁଣି ଚିଲିକାରେ ବୁଡିଗଲା ଡଙ୍ଗା: ୫ ଗୁରୁତର

ବାଲୁଗାଁ,୨।୨(ଡି.ଏନ.ଏ.): ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ...

ମାଙ୍କଡ଼ା ପଥର ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧାରେ ବେଆଇନ ଲଘୁ ଖଣିଜ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଧରପଗଡ ଜୋରଦାର କରାଯାଇଛି। ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଗଠିତ...

ରାଜଧାନୀରେ ବୁଲୁଛି ଚୋରି ବାଇକ୍‌

ଖୋର୍ଦ୍ଧା ଅଫିସ,୧୩ା୬: ଜଟଣୀ ଥାନା ଅଧୀନ ବଡ଼ତୋଟା ଭୋଇସାହିର ଅଶୋକ ଭଣ୍ଡଙ୍କ ବାଇକ୍‌ ମେ ମାସରେ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ...

Advertisement
Archives

Model This Week