ନବୀନାବାଗ ୭୨ଘଣ୍ଟା ଲାଗି ନିଷିଦ୍ଧାଞ୍ଚଳ

ଖୋର୍ଦ୍ଧା ଅଫିସ,୧୦ା୭: ଖୋର୍ଦ୍ଧା ଉପଖଣ୍ଡରେ ବୁଧବାର ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାଲୁଗାଁରୁ ୫, ଟାଙ୍ଗି ଓ ବାଲିପାଟଣାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ପୌରାଞ୍ଚଳ ୬ନଂ ୱାର୍ଡ ନବୀନାବାଗରୁ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ଜିଲାପାଳ ଶିତାଂଶୁ କୁମାର ରାଉତ ନବୀନାବାଗ ଅଞ୍ଚଳକୁ ୭୨ଘଣ୍ଟା ଲାଗି ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ନିକଟରେ ନବୀନାବାଗରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଅଞ୍ଚଳକୁ ନିିଷିଦ୍ଧାଞ୍ଚଳ କରାଯାଇଥିଲା। ଏବେ ପୁଣି ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିିଛନ୍ତି। ଅନ୍ୟପଟେ ଚିହ୍ନଟ ବ୍ୟକ୍ତି ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ରାଉତ ବୁଧବାର ପୂର୍ବାହ୍ନ ୧୧ଟାରୁ ୧୩ତାରିଖ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ କରିଛନ୍ତି। ୩ଦିନ ବ୍ୟାପୀ ଏହି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ। ଅପରାହ୍ନରେ ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ଗ୍ରାମକୁ ସାନିଟାଇଜ୍‌ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଏହାର ଚତୁଃପାର୍ଶ୍ୱ ବ୍ୟାରିକେଡ ଦିଆଯାଇଥିଲା। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ ଉକ୍ତ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରିବେ। ମୁକୁନ୍ଦପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ର ଡା. ଶତରୂପା ମହାରଥୀ ଖୋର୍ଦ୍ଧା ସିଡିପିଓ ଏମ.ନାୟକ, ଏଡିଏମଓ(ଜନସ୍ବାସ୍ଥ୍ୟ)ଡା. ଭି.ଆର.ପତି ପ୍ରମୁଖ ଦାୟିତ୍ୱରେ ରହିବେ। ଆରଆରଟି ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବେ ବୋଲି ଜିଲାପାଳ ନିର୍ଦ୍ଦେଶାନାମାରେ ଉଲ୍ଲେଖ କରିଛନ୍ତି। ସେହିପରି ବୁଧବାର ଜିଲାରୁ ୨୦୫ ସ୍ବାବ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଛି। ସେଥିମଧ୍ୟରୁ ୧୪୮ ରିପୋର୍ଟ ନେଗେଟିଭ ରହିଛି। ପଠାଯାଇଥିବା ସ୍ବାବ ମଧ୍ୟରୁ ଖୋର୍ଦ୍ଧା୨୪, ଟାଙ୍ଗି୧୯, ବାଲୁଗାଁ୪୩, ବାଣପୁର୨୦, ବେଗୁନିଆ୨୯, ବୋଲଗଡ୩୧, ବାଲକାଟୀ୧୦, ମେଣ୍ଢାଶାଳରୁ ୨୯ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ବିଶାଳ ମହିଳା ସମାବେଶ: ଏହାଠି ହେଲେ ହଜାର ହଜାର ମହିଳା

ଖୋର୍ଦ୍ଧା,୫।୬: ଖୋର୍ଦ୍ଧାରେ ବିଜେଡିର ବିଶାଳ ମହିଳା ସମାବେଶ। ଜିଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହାଠି ହେଲେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

ଯୁବକଙ୍କୁ ଥାର୍ଡ ଡିଗ୍ରୀ ପ୍ରତିବାଦରେ ତାତିଲେ ଲୋକେ

ବାରଙ୍ଗ,୨୯।୫(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା ଓରଫ ମୁନା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହାକୁ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri