ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପିନାକୀ: ମୁଖ୍ୟମନ୍ତ୍ରୀଙ୍କ ୨୧ ଲୋକ ସଭା ଜିତିବା ପ୍ରଶ୍ନର ଉତ୍ତରରେ କହିଲେ ଶାହଙ୍କୁ ୧୨୦+ ମିଶନ ନେଇ ପ୍ରଥମେ ପ୍ରଶ୍ନ କରାଯାଉ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୁରୀ ଜିଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟି ଭାଜପା ହାତକୁ ଯାଇଛି। ପୁରୀ ଓ ବ୍ରହ୍ମଗିରି ବିଧାନସଭା ଭାଜପା ହାତକୁ ଯାଇଛି। ହେଲେ ପୁରୀ ଲୋକ ସଭା ଆସନରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଜିତିଛନ୍ତି। ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀ ସମ୍ବିତ ପାତ୍ରଙ୍କୁ ୧୩ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ହରାଇଛନ୍ତି। ତେବେ ଶୁକ୍ରବାର ପିନାକୀ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ସେ ଗଣମାଧ୍ୟମ ପ୍ରତିିନିଧିଙ୍କ ପ୍ରଶ୍ନର ଜବାବ ରଖିଥିଲେ।

ପୁରୀ ଓ ବ୍ରହ୍ମଗିରି ବିଧାନସଭା ଆସନରେ ମହେଶ୍ୱର ମହାନ୍ତି ପରାଜିତ ହେବାକୁ ନେଇ ସେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ। ଦଳ ପୁଣି ଥରେ ପୁରୀରେ ତୃଣମୂଳସ୍ତରରେ କାମ କରି ନିଜକୁ ସୁଦୃଢ଼ କରିବ। ସେହିଭଳି ବ୍ରହ୍ମଗିରିରେ ମଧ୍ୟ ଦଳ ପୂର୍ବସ୍ଥିତି ଫେରିବା ଲାଗି ଚେଷ୍ଟା କରିବ। ତେବେ କଂଗ୍ରେସ ପୁରୀରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ନବୀନଙ୍କ ୨୧ ଲୋକ ସଭା ଆସନ ଜିତିବା ମନ୍ତବ୍ୟ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜନୀତିରେ ସବୁ ସମ୍ଭବ। ତେବେ ପ୍ରଥମେ ଭାଜପାର ୧୨୦+ ମିଶନକୁ ନେଇ ଅମିତ ଶାହଙ୍କୁ ପ୍ରଶ୍ନ କରାଯିବା ଉଚିତ ବୋଲି ସେ କଟାକ୍ଷ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନମତ ସ୍ଥିର ଥିବା ସଙ୍କେତ

ଯାଜପୁର ଅଫିସ,୨୩ା୧: ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ଅନୁଯାୟୀ ତୃଣମୂଳ ଶାସନକୁ ଦୃଢୀକରଣ କରାଯାଇ ଜିଲାସ୍ତର ପର୍ଯ୍ୟନ୍ତ ପ୍ରତିନିଧି ବାଛିବାର ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା...

ହାତୀପଲଙ୍କ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ପାଟଣା,୨୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ୨୩ ଟିକିଆ ହାତୀ ପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ଦିନବେଳେ ଜଙ୍ଗଲ ଭିତରେ ରହୁଥିବାବେଳେ ସାହେଲେ...

ବିପଦରେ ଚିଲିକା, ସୌନ୍ଦର୍ଯ୍ୟ କମୁଛି

ଛତ୍ରପୁର,୮।୬(ଡି.ଏନ୍‌.ଏ.): ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ଲାଗି ହ୍ରଦର ସୌନ୍ଦର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିନେଇ ଏହାକୁ ଉଚ୍ଛେଦ...

ପ୍ରେମିକଙ୍କ ପରେ ଜୀବନ ହାରିଲେ ପ୍ରେମିକା

ପାତ୍ରପୁର,୨୫ା୫(ଡି.ଏନ.ଏ.): ଗଞ୍ଜାମ ଜିଲା ଜରଡ଼ା ଥାନା ସାମନ୍ତରାପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମକୁ ଦୁଇ ପରିବାରର ଅନୁମତି ନ ମିଳିବାରୁ ପ୍ରଥମେ...

ସିଏଏକୁ ନେଇ ପଶ୍ଚିମବଙ୍ଗ ଅଶାନ୍ତ: ହାଓଡା-ଓଡ଼ିଶା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ଏସବୁ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଓଡ଼ିଶା- ହାଓଡା ମଧ୍ୟରେ ରେଳ ଚଳାଚଳ ବ୍ୟାହାତ ହୋଇଛି। ବିଶେଷକରି...

ସହରାଞ୍ଚଳ ଆବାସ ଯୋଜନାରେ ୩୬,୦୬୨ ନୂଆ ଘର

ଭୁବନେଶ୍ୱର,୨୪।୪(ବ୍ୟୁରୋ): ସହରାଞ୍ଚଳ ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଘୋଷଣା ହୋଇଥିବା ‘ଜାଗା ମିଶନ’ ସହିତ ସମସ୍ତଙ୍କ ପାଇଁ ଘର ଯୋଜନାର ସଫଳ ରୂପାୟନ...

୧,୨୮,୨୫୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ଖୋର୍ଦ୍ଧା ଅଫିସ,୩୧।୧୨:ପୋଲିଓ ପ୍ରତିଷେଧକ ଟିକାକରଣ ଲାଗି ଜିଲା ଟାସ୍କ ର୍ଫୋସ କମିଟି ବୈଠକ ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।...

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ ଟିମ୍‌

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। ଅନ୍ୟପଟେ ତଦନ୍ତ ପାଇଁ ୩ ଜଣିଆ ଟିମ୍‌ ଗଠନ...

Advertisement
Archives

Model This Week