ନବୀନଙ୍କୁ ଭେଟିଲେ କମଲ ହାସନ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା ଏମ୍‌ଏନ୍‌ଏମ୍‌(ମକ୍କଲ ନିଧି ମୟମର) ଦଳର ମୁଖ୍ୟ କମଲ ହାସନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କମଲ ହାସନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ନବୀନ କମଲ ହାସନଙ୍କୁ ଏକ ତାରକସି କାମର ଉପହାର ସହିତ ଉତ୍ତରୀୟ ପ୍ରଦାନ କରିଛନ୍ତି। ଏହି ଭେଟଘାଟ ଅବସରରେ ଉଭୟଙ୍କ ମଧ୍ୟରେ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମଲ ହାସନ ଭୁବନେଶ୍ୱର ଆସିଥିବାରୁ ମୁଁ ବହୁତ ଖୁସି। ତାଙ୍କ ରାଜନୈତିକ ଜୀବନ, ଫିଲ୍ମ କ୍ୟାରିୟର ସମ୍ପର୍କରେ ପଚାରି ବୁଝିଛି। ତାଙ୍କ ସଫଳ ରାଜନୈତିକ ଭବିଷ୍ୟତ କାମନା କରୁଛି। ଓଡିଶାର ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଚିଲିକା, କୋଣାର୍କ ଆଦି ସ୍ଥାନ ବୁଲିବା ପାଇଁ କହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କମଲ ହାସନ କହିଛନ୍ତି, ବରିଷ୍ଠ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ ସହ ଅଭିଜ୍ଞତା ଓ ପରାମର୍ଶ ନେଇଛନ୍ତି। ତାଙ୍କ ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା। ତାମିଲନାଡୁକୁ ଅଧିକ ସଫଳ ଓ ସମୃଦ୍ଧ କରିବା ଆମର ଲକ୍ଷ୍ୟ ବୋଲି ଆଞ୍ଚଳିକ ଦଳ ଏମ୍‌ଏନ୍‌ଏମ୍‌ ମୁଖ୍ୟ କମଲ ହାସନ କହିଛନ୍ତି। ଆଗାମୀ ଦିନରେ ବିଜେଡି ଏବଂ ଏମ୍‌ଏନ୍‌ଏମ୍‌ ଏକାଠି ହେବା ପ୍ରସଙ୍ଗରେ କମଲ କହିଛନ୍ତି, ଭବିଷ୍ୟତରେ ଦଳର ବରିଷ୍ଠ ନେତା ଚାହିଁଲେ ଏନେଇ ନିଷ୍ପତ୍ତି ନିଆଯାଇପାରେ। କମଲ ହାସନ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବାପରେ ତାଙ୍କୁ ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ହାସନ ମଧ୍ୟ ଏହି ସମୟରେ ହାତ ହଲାଇ ଅଭିବାଦନ ଜଣାଇଛନ୍ତି। ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କମଲ ହାସନଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ। ସେଥିଲାଗି ସେ ଓଡିଶା ଗସ୍ତରେ ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୧ା୫: ଦୁଇ ବର୍ଷ ପରେ ଏଥର ପୁରୀରେ ରଥଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେବ। ରେଳ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି...

ପୁଅକୁ ମାରିଦେଲା ଗର୍ଲଫ୍ରେଣ୍ଡର ପୂର୍ବତନ ବୟଫ୍ରେଣ୍ଡ

କଟକ ଅଫିସ,୫।୮: ୨ ଦିନ ହେବ ନିଖୋଜ ପୁଅର ପତ୍ତା ପାଉ ନ ଥିବା ପରିବାର ଲୋକ ଶେଷରେ କଟକ ମହାନଦୀ ଜୋବ୍ରା ଆନିକଟ ନିକଟରୁ...

‘ମଙ୍କିପକ୍ସ’ ପାଇଁ ଏସ୍‌ସିବିରେ ସ୍ବତନ୍ତ୍ର ବ୍ୟବସ୍ଥା

କଟକ ଅଫିସ,୨୯।୭: ଦେଶରେ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହେବା ପରେ ଆହୁରି ଚିନ୍ତା ବଢାଇଦେଇଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିବା...

ପୂର୍ବତନ ବିଧାୟକଙ୍କ ପରଲୋକ

ବାଲିଗୁଡ଼ା,୨୩ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ ଭାଜପା ବିଧାୟକ ସୁରେନ୍ଦ୍ର କହଁରଙ୍କ ଶନିବାର ପରଲୋକ ହୋଇଯାଇଛି। ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।...

ହିଂସା ଗ୍ରହଣୀୟ ନୁହେଁ

ଭୁବନେଶ୍ୱର,୩୦।୧(ବ୍ୟୁରୋ):ଯେକୌଣସି ହିଂସା ଗ୍ରହଣୀୟ ନୁହେଁ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାକୁ ମୁଁ ନିନ୍ଦା କରୁଛି। ଏହାଦ୍ୱାରା ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି...

ରାଜ୍ୟରେ ବଞ୍ଚିଛନ୍ତି ମାତ୍ର ୨୮ ବାଘ, ନନ୍ଦନକାନନରେ ଜୀବଜନ୍ତୁ ମରିଗଲେଣି

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ବାଘ ସଂଖ୍ୟା ହ୍ରାସକୁ ନେଇ କଂଗେସ ସଭ୍ୟ ସୁରେଶ କୁମାର ରାଉତରାୟ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ...

ତେଜସ୍ମିତା ମିସେସ୍‌ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସର୍ବଭାରତୀୟସ୍ତରରେ ଆୟୋଜିତ ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ (ଜିରୋ ସାଇଜ୍‌) ପ୍ରତିଯୋଗିତାରେ ଓଡ଼ିଶାର ତେଜସ୍ମିତା ମହାପାତ୍ର ଦ୍ୱିତୀୟ ରନର୍ସଅପ୍‌ ହୋଇ ରାଜ୍ୟ ପାଇଁ ଗର୍ବ ଓ...

କୋହଳ ହେଲା କିଛି କଟକଣା

ମାଲକାନଗିରି,୨୦ା୪(ଡି.ଏନ୍‌.ଏ.): କୋରେନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିଥିବା ବେଳେ ମାଲକାନଗିରି ଜିଲାରେ ସୋମବାରଠାରୁ କିଛି ମାତ୍ରାରେ କଟକଣା କୋହଳ କରାଯାଇଛି।...

Advertisement
Archives

Model This Week