ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଚାରିମାସ ତଳେ ହୋଇଥିଲା ବିବାହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଭଦ୍ରକ ଅଫିସ,୧୯।୪ – ରବିବାର ଅପରାହ୍ନରେ ଧାମନଗର ଥାନା ଚୂଡ଼ାକୁଟି ନାରାୟଣ ପୁର ଗାଁରେ ଜଣେ ନବବିବାହିତା ମହିଳା ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଦେବଦୀପ ପଣ୍ଡାଙ୍କ ପତ୍ନୀ ପ୍ରତିମା ଷଡ଼ଙ୍ଗୀ (୨୮)। ସେ ଜାନୁୟାରୀ ୧୭ ରେ ବୈଦିକ ରୀତିରେ ବିବାହ କରିଥିଲେ। ହଠାତ ରବିବାର ପରିବାରରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଦିନ ପ୍ରାୟ ୧୦ ଟାରେ ଶ୍ୱଶୁର ଘର ଲୋକେ ପ୍ରତିମା ଆତ୍ମହତ୍ୟା କରିଥିବା ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲା। ପରିବାରଲୋକେ ପହଞ୍ଚିି ପ୍ରତିମାଙ୍କୁ ଭଦ୍ରକ ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଗଣମାଧ୍ୟମ ଆଗରେ ହତ୍ୟା ଅଭିଯୋଗ କରାଯାଇଛି। ପ୍ରତିମାଙ୍କ ବାପଘର ଅର୍ଣ୍ଣପାଳ ଆନନ୍ଦ ବଜାର ଅଞ୍ଚଳରେ ବୋଲି ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସରେ କୌଣସି ଅଭିଯୋଗ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ମାଡ଼, ଗାଳିଗୁଲଜ ଅଭିଯୋଗ: ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଧାରଣା

ରାଇକିଆ,୫ା୧୧(ଡି.ଏନ୍‌.ଏ.)-ବିଦ୍ୟାଳୟରେ ମାଡ଼ ମରାଯିବା ସହ ଗାଳିଗୁଲଜ କରାଯାଇଥିବା ପ୍ରତିବାଦରେ ସୋମବାର କନ୍ଧମାଳ ଜିଲା ରାଇକିଆ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଧାରଣାରେ ବସିଥିଲେ ା...

ଟୁଇନ୍‌ ସିଟି ସହ ୧୫ ଜିଲାକୁ ୱେଲୋ ୱାର୍ନିଂ

ଭୁବନେଶ୍ବର ୨୧।୪(ବ୍ୟୁରୋ): ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା ଜାରିହୋଇଛି। ଟୁଇନ୍‌ ସିଟି ସହ ୧୫ ଜିଲାକୁ ୱେଲୋ ୱାର୍ନିଂ ଜାରି କରାଯାଇଛି। ଏ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ

ଅତାବିରା,୧୪ା୬(ଡି.ଏନ୍‌.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ତଲିଟାମ୍ପରସରା ଗ୍ରାମର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ବଳରାମ...

ମାଛକୁଣ୍ଡ ଟିପି ଡ୍ୟାମ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ

କୋରାପୁଟ, ୨୬।୨(ସ୍ବ.ପ୍ର.): କୋରାପୁଟ ଜିଲାର ଅନକାଡେଲିସ୍ଥିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଟିପି ଡ୍ୟାମରେ ଗଛ ଗଣ୍ଡି ଓ ଡାଳ ଲାଗି ଗେଟ୍‌ ପ୍ରଭାବିତ ହୋଇଛି।...

ଖୋଲିବ ୨୩୫ କ୍ବାରାଣ୍ଟାଇନ୍‌ ହୋମ୍‌

ଅନୁଗୋଳ ଅଫିସ୍‌, ୧୯।୩: କରୋନା ସନ୍ଦିଗ୍ଧଙ୍କ ନିମନ୍ତେ ପ୍ରତି ଜିଲାରେ ପଞ୍ଚାୟତ ଓ ସଦର ମହକୁମାର ବିଦ୍ୟାଳୟଗୁଡ଼ିକରେ କ୍ବାରାଣ୍ଟାଇନ୍‌ ହୋମ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ଏଟିଏମ୍‌ରୁ ବାହାରୁଛି ଜାଲ୍‌ ନୋଟ୍‌

ଜୟପୁର,୩୦।୧(ନି.ପ୍ର./ଡି.ଏନ୍‌.ଏ.) ଏଟିଏମ୍‌ରୁ ନକଲି ନୋଟ୍‌ ବାହାରୁଛି। ଜୟପୁର ଟାଉନ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଜଣେ ହିତାଧିକାରୀ। କୋରାପୁଟ ଜିଲା ଜୟପୁର ଏମ୍‌ଜି ରୋଡଠାରେ ଥିବା ବ୍ୟାଙ୍କ...

୧୦୩୪କେଜି ଭାଙ୍ଗ ଜବତ, ଡ୍ରାଇଭର ଗିରଫ

ଆର.ଉଦୟଗିରି,୨୩ା୫(ଡି.ଏନ.ଏ.)- ମୋହନା ଥାନା ଅନ୍ତର୍ଗତ ମୋହନାଠାରୁ ବଡଗଡ଼ ଯିବା ରାସ୍ତା କେନ୍ଦୁପଦା ଛକରେ ମୋହନା ପୋଲିସ ପାଟ୍ରୋଲିଂ କରିବା ସମୟରେ ଏକ ଟାଟା ଏସିଇ (ନଂ...

ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୧୦ା୯(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।...

Advertisement
Archives

Model This Week