ନବନିର୍ମାଣ କୃଷକ ସଂଗଠନ ସମାବେଶ

ଦଶପଲ୍ଲା, ୫ା୧୦(ଡି.ଏନ୍‌.ଏ.): ଦଶପଲ୍ଲା ବ୍ଲକ ନବନିର୍ମାଣ କୃଷକ ସଂଗଠନର ସାଙ୍ଗଠନିକ ବୈଠକ ଶୁକ୍ରବାର ସ୍ଥାନୀୟ ସ୍ବପ୍ନେଶ୍ୱର ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଂଯୋଜକ ରବିନାରାୟଣ ସେଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ରାଜ୍ୟ କୃଷକ ନେତା ତଥା ସଂଯୋଜକ ଶେଷଦେବ ନନ୍ଦ ମୁଖ୍ୟଅତିଥି ରୂପେ ଯୋଗଦେଇ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲେ ହେଁ କୃଷକମାନେ ଏଠାରେ ଚରମ ଅବହେଳାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ। ଏହାସହ ଆସନ୍ତା ନଭେମ୍ବର ୬ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନରେ ବହୁ ସଂଖ୍ୟାରେ କୃଷକ ଯୋଗଦେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଯୋଜକ ମହେଶ୍ୱର ଜେନା, ସହସମ୍ପାଦକ ମମତା ନାଥ, ରଣଜିତ ଦଳବେହେରା, ପ୍ରସନ୍ନ ପ୍ରଧାନଙ୍କ ସମେତ ସ୍ଥାନୀୟ କୃଷକ ନେତା ଗଙ୍ଗାଧର ବିଶ୍ୱାଳ, ଗୌରାଙ୍ଗ ମଳିକ, ମାନସ ବେହେରା, ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଚାଷୀଙ୍କ ସମସ୍ୟା ଉପରେ ଉଦ୍‌ବୋଧନ ଦେଇଥିଲେ। ଶେଷରେ ବ୍ଲକ ସଂଯୋଜକ ସେଠୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣକୁ ବିରୋଧ

ଆଳି,୧୫ା୪(ଡି.ଏନ.ଏ.): ଆଳି ବ୍ଲକ ଅନ୍ତର୍ଗତ ଅରଗଳ ଗଁଶରେ କେତେଜଣ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିରେ ପଞ୍ଚାୟତ କର୍ତ୍ତୃପକ୍ଷ ଜୋରଜବରଦସ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ...

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୫୦୭କୁ ବୃଦ୍ଧି

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଆଜି ଆଉ ୬ ଜଣଙ୍କ ଜୀବନ ନେଇଛି...

ଓଡ଼ିଶାରେ ୨ ଜାଲ୍‌ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୮ (ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୧ଟି ୟୁନିଭର୍ସିଟିକୁ ଜାଲ୍‌ ଘୋଷଣା କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ...

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗର ଅସୁସ୍ଥ ଦନ୍ତା

ବେତନଟୀ,୪ା୧୧(ସ୍ବ.ପ୍ର.): ଗତ କିଛି ଦିନ ହେଲା ଗୋଡ଼ରେ ଆଘାତପ୍ରାପ୍ତ ହୋଇ ପଶ୍ଚିମବଙ୍ଗ ବନବିଭାଗ ଦ୍ୱାରା ଚିକିତ୍ସିତ ଏକ ଦନ୍ତା ବୁଧବାର ଓଡ଼ିଶା ସୀମା ଅତିକ୍ରମ କରି...

୨୨ ବର୍ଷ ତଳର କଷ୍ଟ ପ୍ରତ୍ୟେକ ଦିନ ଭୋଗିଛି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ପୋଲିସ ଦିର୍ଘ ୨୨ ବର୍ଷ ପରେ ସୋମବାର ଧରିବାରେ ସଫଳ...

ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଏହି ଖବର ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆଜି ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର

ଯାଜପୁର ଅଫିସ, ୯ା୧୧: ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନଏଚ୍‌ଏଆଇ) ଅଧୀନରେ ଥିବା ଯାଜପୁର ଜିଲା ପାଣିକୋଇଲି ଟୋଲ୍‌ ପ୍ଲାଜା ଦୀର୍ଘ ୬ ବର୍ଷର...

୨୮ବର୍ଷ ହେଲା ସମ୍ପର୍କ ଯୋଡୁଛନ୍ତି ସୁଧାକର

ଖଇରା,୧୩।୬(ଡି.ଏନ.ଏ.): ଆଇସିକ୍ରମ ଖାଇବା କଥା ଶୁଣିଲେ ପିଲାମାନଙ୍କ ଖୁସି କହିଲେ ନ ସରେ। ବିଶେଷକରି ଖରାଦିନେ ଏହାର ଚାହିଦା ଅଧିକ। ଏବେ ପୁଣି ବଜାରରେ ମିଳୁଥିବା...

Advertisement
Archives

Model This Week