ନନ୍ଦିରା ଉପରେ ନିର୍ଭର

ବଅଁରପାଳ,୧ା୬(ଡି.ଏନ.ଏ.)  ପ୍ରତି ଘରେ ପହଞ୍ଚିବ ପାଇପ୍‌ ପାଣି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ବର୍ଷ ବର୍ଷ ଧରି ଏପରି ଆଶ୍ୱାସନା ଦେଉଛନ୍ତି ସରକାର। ହେଲେ ଘର ତ ଦୂରର କଥା ସମସ୍ତ ଗାଁରେ ମଧ୍ୟ ଏଯାଏ ପହଞ୍ଚିନି ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ ଯୋଜନା। ଫଳରେ କେଉଁଠି ଖୋଲାକୂଅ ତ ଅନ୍ୟକେଉଁଠି ନଦୀ, ନାଳ ନଚେତ ଚୁଆ ପାଣି ପିଇବାକୁ ପଡ଼ୁଛି ଲୋକଙ୍କୁ। ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁକୁଡାଙ୍ଗ ପଞ୍ଚାୟତର ରଙ୍କାସିଂହା ଗ୍ରାମବାସୀ ବି ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଡ଼ୋଶୀ ଗାଁରେ ଜଳ ପ୍ରକଳ୍ପ ଥିଲେ ମଧ୍ୟ ରଙ୍କାସିଂହାକୁ ପାଇପ୍‌ ସଂଯୋଗ ହୋଇପାରି ନାହିଁ। ଫଳରେ ନଳକୂଅ ପାଣି ପର୍ଯ୍ୟାପ୍ତ ହେଉ ନ ଥିବାରୁ ଖରାଦିନେ ଏଠାକାର ଲୋକେ ନିକଟସ୍ଥ ନନ୍ଦିରା ଉପରେ ନିର୍ଭର କରୁଛନ୍ତି।
ରଙ୍କାସିଂହା ଗ୍ରାମରେ ପ୍ରାୟ ୮୦ ପରିବାର ରୁହନ୍ତି। ପାନୀୟ ଜଳ ପାଇଁ ଏଠାରେ ୭ ନଳକୂଅ ଓ ଗୋଟିଏ ଖୋଲା କୂଅ ବ୍ୟବସ୍ଥା ଅଛି। ହେଲେ ସେଥିରୁ ୪ଟି ନଳକୂଅ ଅଚଳ ହୋଇପଡିଛି। ବାକି ୩ ନଳକୂଅ ଭୂତଳ ଜଳ ହ୍ରାସ କାରଣରୁ ଆବଶ୍ୟକ ପରିମାଣର ପାଣି ଯୋଗାଇ ପାରୁନାହିଁ। ତେଣୁ ବହୁ ସମୟରେ ଲୋକେ ଗ୍ରାମ ନିକଟ ନନ୍ଦିରାନାଳର ଅପରିଷ୍କାର ପାଣି ବ୍ୟବହାର କରୁଛନ୍ତି। ଗ୍ରାମର ଜଲି ରାଣୀ ଦାସ, ସୁଭଦ୍ରା ଦାସ, ରଶ୍ମି ଦାସ, ଶିଶିର ଦାସ ପ୍ରମୁଖ କହିଛନ୍ତି, ପଡୋଶୀ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ହୋଇଥିଲେ ହେଁ ରଙ୍କାସିଂହା ସେଥିରୁ ବଞ୍ଚିତ ରହିଛି। ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଚଳ ନଳକୂଅଗୁଡ଼ିକୁ ମଧ୍ୟ ମରାମତି କରାଯାଉ ନାହିଁ। ତେଣୁ ପାନୀୟ ଜଳର ଅଭାବ ମେଣ୍ଟାଇବାକୁ ବାଧ୍ୟ ହୋଇ ନନ୍ଦିରା ପାଣି ଘରକୁ ନେବାକୁ ପଡ଼ିୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସରପଞ୍ଚ ପ୍ରତାପ ସେନାପତି କହିଛନ୍ତି, ରଙ୍କାସିଂହାକୁ ପାଇପ୍‌ ପାଣି ପହଞ୍ଚି ନ ଥିବାରୁ ସେଠାରେ ଜଳ ସଙ୍କଟ ରହିଛି। ଯେତେଶୀଘ୍ର ସମ୍ଭବ ପାଇପ୍‌ ପାଣି ବ୍ୟବସ୍ଥା କରିବାକୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ବଅଁରପାଳ ବିଡିଓ ଏଲିଜା ମିଶ୍ର କହିଛନ୍ତି, ଯଦି ଉକ୍ତ ଗ୍ରାମରେ ଜଳ ସଙ୍କଟ ଥାଏ ତାହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri